କୃଷିଋଣ ଛାଡ ଚାପରେ ସରକାର, ଏମଏସପି ପ୍ରସଙ୍ଗ ଉଠାଇବାକୁ ତୃତୀୟ ମହଲାରୁ ବିଜେଡିକୁ ନିର୍ଦ୍ଦେଶ
Khabar Odisha:Paddy-MSP-Issue-Third-floor-BJD-Odisha
ଭୁବନେଶ୍ବର, ୧୦ ଜୁଲାଇ (ଖବର ଓଡିଶା):

ଘୋଷଣା କରିଦେଲେ ହେଲେ କାମରେ କରିପାରିଲେନି  । ଚାଷୀ ଭାବିଥିଲେ ଧାନରେ ବୋନସ ପାଇବେ ତାହା ତ ହେଲା ନାହିଁ  । ସେପଟେ ଅନ୍ୟ ରାଜ୍ୟ ଗୁଡିକ କୃଷିଋଣ ଛାଡ କରୁଥିବା ବେଳେ ରାଜ୍ୟ ସରକାର ମୁଣ୍ଡରୁ ବୋଝ କାଢିବା ପାଇଁ ପ୍ରୟାସ  । ଏପରି ସ୍ଥିତିକୁ ନେଇ ବିଜେଡି ସରକାରଙ୍କୁ ଘେରିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି  । ସରକାରଙ୍କ କଥାକୁ ନେଇ ଏବେ ଅଡୁଆରେ ନବୀନ ସରକାର  । ସେପଟେ ଏମଏସପି ପ୍ରସଙ୍ଗ ଉଠାଇ ପୁଣିଥରେ ଆନ୍ଦୋଳନ କରିବାକୁ ତୃତୀୟ ମହଲାରୁ ଜନୈକ ଅଧିକାରୀ ବିଜେଡି ନେତାଙ୍କୁ କଡା ତାଗିଦ କରିଥିବା ଏବେ ପାୱାର କରିଡରରେ ଚର୍ଚ୍ଚା  ।

ଗୋଟିଏ ପଟେ କୃଷିଋଣ ଛାଡ ବିବାଦ ଓ ଅନ୍ୟପଟେ ବୋନସ ସରକାରଙ୍କ ପାଇଁ ଅଡୁଆ ସାଜିଛି  । ମୁଖ୍ୟମନ୍ତ୍ରୀ କୁଇଣ୍ଟାଲ ପ୍ରତି ୧୦୦ ଟଙ୍କା ବୋନସ ଦେବା ଘୋଷଣା କରିଦେଲେ ହେଲେ କାମରେ ଲଗାଇବା ପାଇଁ ସମୟ ଗଡାଇ ଚାଲିଛନ୍ତି  । ଅନ୍ୟପଟେ ଦେଖିବାକୁ ଗଲେ ପଡୋଶୀ ଛତିଶଗଡ ସରକାର କୁଇଣ୍ଟାଲ ପ୍ରତି ୩୦୦ ଟଙ୍କା ବୋନସ ଦେଉଛନ୍ତି  । ଏପରି ଖବର ପରେ ରାଜ୍ୟର ଚାଷୀ ସଙ୍ଗଠନ ଗୁଡିକ ଅସନ୍ତୋଷ ପ୍ରକାଶ କରିବାରେ ଲାଗିଲେଣୀ  । ଏହି ସମୟରେ ନବୀନ ନିଜର ଭାବମୂର୍ତି ରକ୍ଷା ପାଇଁ କେନ୍ଦ୍ର ବିରୋଧରେ ଆନ୍ଦୋଳନ ଆରମ୍ଭ କରିବା ପାଇଁ ପ୍ରୟାସ କରିଛନ୍ତି  । କେନ୍ଦ୍ର ସରକାର ଧାନ କୁଇଣ୍ଟାଲ ପ୍ରତି ୨୦୦ ଟଙ୍କା ଏମଏସପି ବୃଦ୍ଧି କରିଥିବା ବେଳେ ଏହାକୁ ୨୯୩୦ ଟଙ୍କା କରିବାକୁ ଦାବି ପୁଣି ଜୋର ଧରିଛି  । 

ଅନ୍ୟପଟେ ଏମଏସପି ପ୍ରସଙ୍ଗକୁ ନେଇ ବିଧାନସଭାରେ ଗଠିତ ହୋଇଥିବା ଗୃହ କମିଟି ମଧ୍ୟ ପୁଣିଥରେ ବସି ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ ପାଇଁ ପକ୍ରିୟା ଆରମ୍ଭ କରିଛନ୍ତି  । ଏପରି ସ୍ଥିତିରେ ଏମଏସପି-କୃଷିଋଣ-ବୋନସକୁ ନେଇ ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇପଡିଛି  ।

ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ମହାରାଷ୍ଟ୍ରରେ ବିଜେପି ସରକାର ଓ କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ ମିଳିତ ସରକାର କୃଷିଋଣ ଛାଡ କରିଥିବା ବେଳେ ଏହାକୁ ରାଜ୍ୟ ସରକାରଙ୍କ ଉପରେ ଚାପ ବଢିବାରେ ଲାଗିଛି  । ସେପଟେ ସରକାର ବ୍ୟାକଫୁଟରେ ଥିବା ବେଳେ ସମବାୟ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ସୂର୍ୟ୍ୟନାରାୟଣ ପାତ୍ର କୃଷିଋଣ ପାଇଁ ସରକାର ଆଲୋଚନା ଓ ପ୍ରର୍ୟ୍ୟାଲୋଚନା କରୁଥିବା କଥା କହିଛନ୍ତି  । ତେବେ ପଡୋଶୀ ରାଜ୍ୟ କଥା ଶୁଣିଲେ ସେ ଖବର ତାଙ୍କ ପାଖରେ ନଥିବା କହିଛନ୍ତି  । ତେବେ ଏମଏସପି ଘୋଷଣା ହେଲା ତା ଚାଷୀ ପାଇବେ କି ନାହିଁ ତାହାକୁ ପ୍ରଶ୍ନ ଉଠାଇଛନ୍ତି ପିସିସି ମୁଖିଆ ନିରଞ୍ଜନ ପଟ୍ଟନାୟକ  । ତେବେ ରାଜ୍ୟ ସରକାର ତୁରନ୍ତ କୃଷିଋଣ ଛାଡ କରିବାକୁ ଦାବି କରିଛି କଂଗ୍ରେସ  । ସେପଟେ କୃଷକ ମୋର୍ଚ୍ଚାର ବୈଠକରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ ସରକାରକୁ ଆସିଲେ ବିଜେପି କୃଷିଋଣ ଛାଡ କରିବ ଘୋଷଣା କରିବା ପରେ ଏବେ କୃଷକ ମୋର୍ଚ୍ଚା ୧ କୋଟି ପରିବାର ସହ ଯୋଡିହେବା ପାଇଁ  ପ୍ରକ୍ରିୟା ଆରମ୍ଭ କରିଦେଇଛି  ।

  • Tags:

Subscribe

National International State Sports Entertainment