ସରଗରମ ଛତିଶଗଡ଼ ନିର୍ବାଚନ: ଆସନ୍ତାକାଲି ପ୍ରଚାର ମଇଦାନକୁ ଓହ୍ଲାଇବେ ମୋଦୀ ଓ ରାହୁଲ
Khabar Odisha:PM-narendra-modi-and-Rahul-gandhi-will-face-to-face-in-chhattishgarh-tomorrow
ଛତିଶଗଡ଼, ନଭେମ୍ବର ୮(ଖବର ଓଡ଼ିଶା):

ଦେଶର ପାଞ୍ଚଟି ରାଜ୍ୟରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ । ରାଜସ୍ଥାନ, ଛତିଶଗଡ଼, ତେଲେଙ୍ଗାନା, ମଧ୍ୟ ପ୍ରଦେଶ ଓ ମିଜୋରାମ୍‌ରେ ହେବ ଲଢ଼େଇ । ଏଥିପାଇଁ ଚାଲିଛି ଜୋର୍‌ଦାର ପ୍ରସ୍ତୁତି । ଏହା ୨୦୧୯ ନିର୍ବାଚନ ପୂର୍ବରୁ ସେମିଫାଇନାଲ ରାଉଣ୍ଡ ବୋଲି କୁହାଯାଉଛି । ଛତିଶଗଡ଼ର ପ୍ରଥମ ପର୍ଯ୍ୟାୟରେ ନିର୍ବାଚନକୁ ଆଉ ମାତ୍ର ଚାରିଟା ଦିନ ବାକି ରହିଛି । ମଝିରେ ତିନୋଟି ଦିନ ରହିଥିବାବେଳେ ୧୦ ତାରିଖରେ ପ୍ରଚାରର ଶେଷ ଦିନ । ସେଥିପାଇଁ ସମସ୍ତ ଦଳ ଗୁଡ଼ିକ ପ୍ରାଣମୂର୍ଚ୍ଛା ପ୍ରଚାର କରୁଛନ୍ତି । ଆଉ ଏଥିରେ ସାମିଲ ହେବାକୁ ଯାଉଛନ୍ତି ଉଭୟ ଜାତୀୟ ବିରୋଧୀ ଓ ଶାସକ ଦଳର ହେଭିୱେଟ୍‌ ନେତା ରାହୁଲ ଗାନ୍ଧୀ ଓ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆସନ୍ତାକାଲି ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ମୋଦୀ ଛତିଶଗଡ଼ରେ ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇବେ । 

ଆସନ୍ତା ୧୨ ଓ ୨୦ ତାରିଖରେ ଦୁଇଟି ପର୍ଯ୍ୟାୟରେ ଛତିଶଗଡ଼ରେ ମତଦାନ ହେବ । ଏଥିପାଇଁ ଆସନ୍ତାକାଲି ଉଭୟ ବିଜେପି ଓ କଂଗ୍ରେସ ମୁହାଁମୁହିଁ ହେବାକୁ ଯାଉଛନ୍ତି । ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଗଦଲପୁରରେ ନିର୍ବାଚନୀ ଶଙ୍ଖନାଦ କରିବେ । ଅନ୍ୟପକ୍ଷରେ ରାହୁଲ ଶାସନ ଗାଦିରେ ଥିବା ମୁଖ୍ୟମନ୍ତ୍ରୀ ରମଣ ସିଂହ ନିର୍ବାଚନ ମଣ୍ଡଳୀରୁ ରୋଡ୍‌ ଶୋ ଆରମ୍ଭ କରିବେ । ଦୁଇ ଦିନିଆ ଗସ୍ତରେ ୫ ଟି ରାଲିକୁ ରାହୁଲ ସମ୍ବୋଧନ କରିବେ ବୋଲି ସୂଚନା ମିଳିଛି । ଏହି ରୋଡ଼ ଶୋ ମାଧ୍ୟମରେ ଏଆଇସିସି ଅଧ୍ୟକ୍ଷ ସିଧାସଳଖ ରମଣ ସିଂହଙ୍କୁ ଟାର୍ଗେଟ କରିପାରନ୍ତି । ସେହିପରି ପରବର୍ତ୍ତୀ ସମୟରେ କୋଣ୍ଡାଗାଁଓ, ଚାରମା, ପଙ୍ଖଜୁର ଓ ଦୋଙ୍ଗାଗଢ଼ରେ କାର୍ଯ୍ୟକ୍ରମ ରହିଛି ।  

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଗଦଲପୁରରେ ସାଧାରଣ ସଭାକୁ ସମ୍ବୋଧନ କରିବେ । ଏହି ନିର୍ବାଚନ ମଣ୍ଡଳୀରେ ବିଜେପି ତରଫରୁ ପ୍ରତିଦ୍ୱନ୍ଦିତା କରୁଛନ୍ତି ଅଟଳ ବିହାରୀ ବାଜେପାୟୀଙ୍କ ଝିଆରୀ କରୁଣା ଶୁକ୍ଳା ମଇଦାନକୁ ଓହ୍ଲାଇଛନ୍ତି । ତେବେ ଗୁଜୁରାଟ ନିର୍ବାଚନୀ ଯେଉଁଭଳି ଭାବେ ଦଳ ପାଇଁ ପ୍ରଚାର କରିଥିଲେ ସେଭଳି ଭାବେ ସେ ପ୍ରଚାର କରିବେ ନାହିଁ । ମଧ୍ୟପ୍ରଦେଶରେ ୯ ରୁ ୧୦, ରାଜସ୍ଥାନରେ ୭ ରୁ ୮, ଛତିଶଗଡ଼ରେ ଦ୍ୱିତୀୟ ପର୍ଯ୍ୟାୟରେ ଓ ତେଲେଙ୍ଗାନାରେ ୩ ରୁ ୪ରୁ ଟି ରାଲିକୁ ସମ୍ବୋଧନ କରିବେ ବୋଲି ସୂଚନା ରହିଛି । 

ଛତିଶଗଡ଼ରେ ୯୦ଟି ବିଧାନସଭା ଆସନ ପାଇଁ ମତଦାନ ହେବ । ଆସନ୍ତା ୧୨ ତାରିଖରେ ପ୍ରଥମ ପର୍ଯ୍ୟାୟରେ ମାଓ ଉପଦ୍ରବ ଅଂଚଳର ୧୮ ଟି ଆସନ ପାଇଁ ଭୋଟ୍‌ ଗ୍ରହଣ କରାଯିବ । ଏହା ପରେ ଅବଶିଷ୍ଟ ୭୨ଟି ଆସନ ପାଇଁ ମତଦାନ ହେବ । 

Subscribe

National International State Sports Entertainment