ଚେତାଇ ଦେଲେ ଚିଦାମ୍ବରମ୍, କହିଲେ ଭାଜପାକୁ ସମର୍ଥନ କରି ନିଜ ଗୋଡ଼କୁ କୁରାଢି ମାରିଛି ବିଜେଡ଼ି
Khabar Odisha:P-chidambaram-attack-on-BJD
ନୂଆଦିଲ୍ଲୀ, ଅଗଷ୍ଟ ୧୦(ଖବର ଓଡ଼ିଶା) :

 ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡ଼ିଏ ସମର୍ଥିତ ପ୍ରାର୍ଥିଙ୍କୁ ବିଜେଡ଼ି ସମର୍ଥନ କରିଥିବାକୁ ନେଇ କଂଗ୍ରେସ ନେତା ଚିଦାମ୍ବରମ୍ ବିଜେଡ଼ି ଉପରେ ବର୍ଷିଛନ୍ତି ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମ୍ ଗୁରୁବାର ଟୁଇଟ କରି ବିଜେଡ଼ିକୁ ତୀବ୍ର ସମାଲୋଚନା କରିଛନ୍ତି । କହିଛନ୍ତି ଯେ ବିଜେଡ଼ିର ଆତ୍ମଘାତୀ ନିଷ୍ପତ୍ତି କାରଣରୁ ଜେଡ଼ିୟୁ ପ୍ରାର୍ଥି ଜିତିଛନ୍ତି । ହରିବଂଶ ନାରାୟଣ ସିଂହ ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହେବା ପଛରେ ବିଜେଡ଼ିର ଭୋଟ ଏନଡ଼ିଏକୁ ବେଶ ସହାୟକ ହେଲା ବୋଲି ସେ କହିଛନ୍ତି । ଆଗାମୀ ନିର୍ବାଚନରେ ବିଜେଡ଼ି ଓଡ଼ିଶାରେ ବିଜେପିକୁ ଶୂନ୍ୟ କରିଦେବ ବୋଲି ଯାହା କହୁଥିଲା ତାହା ଏବେ ସୁଦୂର ପରାହତ । ବିଜେଡ଼ି ଭାଜପାକୁ ସମର୍ଥନ କରି ନିଜ ଗୋଡ଼କୁ ନିଜେ କୁରାଢି ମାରିଛି । ବିଜେଡ଼ି ସମ ଦୂରତ୍ୱ କଥା କହୁଥିବାବେଳେ ପ୍ରକାରାନ୍ତରେ ବିଜେପିକୁ ସମର୍ଥନ ପରେ ସମର୍ଥନ ଦେଉଛି ବୋଲି ରାଜ୍ୟ କଂଗ୍ରେସ ନେତା ଚିରଞ୍ଜିବୀ ବିଶ୍ୱାଳ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । 

  • Tags:

Subscribe

National International State Sports Entertainment