ମେକ୍ ଇନ୍ ଓଡିଶା କନକ୍ଲେଭ କେବଳ ପ୍ରଚାର ସର୍ବସ୍ୱ: ବିଜେପି
Khabar Odisha:Odisha-BJP-Target-to-Odisha-Government-for-Make-In-Odisha-Conclave
ଭୁବନେଶ୍ୱର, ୦୮ ନଭେମ୍ବର(ଖବର ଓଡ଼ିଶା):

ରାଜ୍ୟ ସରକାରଙ୍କ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ଘୋଷଣା ସର୍ବସ୍ୱ ବୋଲି ଅଭିଯୋଗ କରିଛି ରାଜ୍ୟ ବିଜେପି। ଶିଳ୍ପାୟନ ଓ ଅର୍ଥନୀତି ବିକାଶ ପାଇଁ ସଡ଼କ ଯୋଗାଯୋଗ ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା । ଗୋଟିଏ ପଟେ ରାଜ୍ୟ ସରକାର ମେକ୍ ଇନ୍ ଓଡ଼ିଶାର ବଡ଼ ପ୍ରଚାର କରୁଥିବାବେଳେ ଭାରତସରକାରଙ୍କ ଦ୍ୱାରା ନିର୍ମାଣାଧିନ ଓ ପ୍ରସ୍ତାବିତ ସଡ଼କ କାର୍ଯ୍ୟକାରୀ କରିବାରେ ରାଜ୍ୟସରକାର ବାଧକ ସାଜିଛନ୍ତି ବୋଲି ବିଜେପି ରାଜ୍ୟ ଉପସଭାପତି ସମୀରମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। 

ଶ୍ରୀ ମହାନ୍ତି କହିଛନ୍ତି ଯେ, ମୋଦୀ ସରକାର ଦାୟିତ୍ୱ ନେବା ବେଳେ ଓଡ଼ିଶାରେ ମୋଟ ୪୬୫୦ କିମି ଜାତୀୟ ରାଜପଥ ଥିଲା । ୟୁପିଏ-୧ ଓ ୟୁପିଏ-୨ ୧୦ ବର୍ଷ ଶାସନରେ ମୋଟ ୧୩୮୫ କିମି ଜାତୀୟ ରାଜପଥ ନିର୍ମାଣ ହୋଇଥିଲା । ମୋଦୀଙ୍କ ୫ ବର୍ଷ ଶାସନ ନକରୁଣୁ ଓଡ଼ିଶାର ରାଜପଥକୁ ଦୁଇଗୁଣରୁ ଅଧିକ କରି ୧୦ହଜାର କିମିରୁ ଅଧିକ ଲମ୍ବର ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । କେନ୍ଦ୍ର ସରକାରଙ୍କ ସବୁ ପ୍ରସ୍ତୁତି ସତ୍ୱେ ୩୬୩ କିମି ଦ୍ରବ୍ୟ ଓ ୩୮୭୦ କୋଟି ବ୍ୟୟ ଅଟକଳର ୬ଟି ଜାତୀୟ ରାଜମାର୍ଗ ପ୍ରକଳ୍ପ ଜମି ଅଧିଗ୍ରହଣ ଓ ଜଙ୍ଗଲ ଅନୁମତି ନମିଳିବାରୁ ପଡ଼ିରହିଛି ।

ଆଉ ୭ଟି ରାଷ୍ଟ୍ରୀୟ ରାଜମାର୍ଗ ପ୍ରକଳ୍ପର ଯାହାର ଦୈର୍ଘ୍ୟ ୫୨୦ କିମି ଓ ପ୍ରସ୍ତାବିତ ଖର୍ଚ୍ଚ ୧୮୭୮ କୋଟି, ଏଗୁଡ଼ିକ ଜମିଅଧିଗ୍ରହଣ ଓ ଫରେଷ୍ଟ ଡ଼୍ରାଇଭସନ୍ ରାଜ୍ୟ ସରକାରଙ୍କ ଦ୍ୱାରା ବିଳମ୍ବିତ ହେବାରୁ ଏହା ଆଗକୁ ବଢି ପାରୁନାହିଁ । ଏହାସହ ଏନ୍ଏଚ୍-୧୨୭ରେ ୪ଲେନ୍ ରୋଡ଼ ଓଭର ବ୍ରିଜ୍ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଜମି ଅଧିଗ୍ରହଣ ନହେବା କାରଣରୁ କ୍ରିୟାନ୍ୱିତ ହୋଇପାରୁନାହିଁ । ଏହି ୪ଟି ପ୍ରକଳ୍ପର ଦୈର୍ଘ୍ୟ ୮ କିମି ଓ ପ୍ରସ୍ତାବିତ ଖର୍ଚ୍ଚ ୪୭୩ କୋଟି । କେନ୍ଦ୍ର ସରକାର ୭୮୧ କିମି ଦୈର୍ଘ୍ୟ ୯ଟି ନୂଆରାଜମାର୍ଗ ଘୋଷଣା କରିଥିବାବେଳେ ରାଜ୍ୟ ସରକାର ଏନ୍ଓସି ନଦେବା କାରଣରୁ ଏହା କ୍ରିୟାନ୍ୱିତ କରିବା ପାଇଁ ହସ୍ତାନ୍ତର କରାଯାଇପାରୁନାହିଁ । ୧୨୭୨ କିମି ଦୈର୍ଘ୍ୟ ୧୩ଟି ରାସ୍ତାକୁ ଜାତୀୟ ରାଜମାର୍ଗରେ ପରିଣତ କରିବା ପାଇଁ ନୀତିଗତ ନିଷ୍ପତି ନିଆଯିବା ସହଡ଼ିପିଆର୍ ପ୍ରସ୍ତୁତି ଚାଲିଛି । ମାତ୍ର ରାଜ୍ୟସରକାର ଏଥିରେ ସହଯୋଗ କରୁନାହାନ୍ତି । ଏହି ପ୍ରକଳ୍ପଗୁଡ଼ିକ ପାଇଁ କେନ୍ଦ୍ରସଡ଼କ ଯୋଗାଯୋଗ ଓ ଜାତୀୟ ରାଜମାର୍ଗ ମନ୍ତ୍ରଣାଳୟ ତରଫରୁ ୫.୯.୨୦୧୮ ବୈଠକରେ ରାଜ୍ୟସରକାରଙ୍କୁ ସୂଚନା ସତ୍ୱେ କୌଣସି ପ୍ରତିନିଧି ଯୋଗ ଦେଇନଥିଲେ ।

ରାଜ୍ୟରେ ଆଉ ୨୫୨୬ କିମି ନୂଆ ଜାତୀୟ ରାଜମାର୍ଗ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କୁ ମାର୍ଚ୍ଚ ୨୦୧୮ରୁ କେନ୍ଦ୍ର ସରକାରଙ୍କ ତରଫରୁ ଅନୁରୋଧ କରାଯାଇଛି । ମାତ୍ର ଏତେ ଦିନ ବିତିଯାଇଥିଲେ ମଧ୍ୟ ରାଜ୍ୟ ସରକାର ରାଜ୍ୟରେ ଏତେ ବିଶାଳ ଭିତିଭୂମି ନିର୍ମାଣ ଓ ପୁଞ୍ଜିନିବେଶକୁ କୌଣସି ସହଯୋଗ କରୁନାହାନ୍ତି । ଏ ପର୍ଯ୍ୟନ୍ତ ରାଜ୍ୟସରକାର କେଉଁକେଉଁ ରାସ୍ତାକୁ ରାଜମାର୍ଗରେ ପରିଣତ କରିବାକୁ ଚାହୁଁଛନ୍ତି ତାହାର ବିବରଣୀ ଦେଉନାହାନ୍ତି କାହିଁକି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।

ଶ୍ରୀ ମହାନ୍ତି କହିଛନ୍ତି ମେକ୍ ଇନ୍ ଓଡ଼ିଶାର ପ୍ରଥମ ଭିତିଭୂମି ଆବଶ୍ୟକତା ହେଉଛି ସଡ଼କ ଯୋଗାଯୋଗ । ମୋଦୀ ସରକାର ଓଡ଼ିଶାକୁ ପ୍ରଚୁର ମାତ୍ରାରେ ରାଜମାର୍ଗ ଦୃଷ୍ଟିରୁ ବିକଶିତ ରାଜ୍ୟରେ ପରିଣତ କରିବା ଯୋଜନା ସତ୍ୱେ ରାଜ୍ୟସରକାରଙ୍କ ଆଗ୍ରହ ଓ ଗୁରୁତ୍ୱ ଅଭାବରୁ ଏହା କାର୍ଯ୍ୟକାରୀ ହୋଇପାରୁନାହିଁ । ଏଥିରୁ ସ୍ପଷ୍ଟ ରାଜ୍ୟସରକାର ମେକ୍ ଇନ୍ ଓଡ଼ିଶାକୁ ଘୋଷଣା ସର୍ବସ୍ୱକରି ଏହାକୁ ପ୍ରକୃତ ପକ୍ଷେ କ୍ରିୟାଶୀଳ କରିବାକୁ ଆଗ୍ରହୀ ନୁହଁନ୍ତି ।

Subscribe

National International State Sports Entertainment