ବିଭାଜନ ଦ୍ୱାରଦେଶରେ ବିଜେଡି ! ବିଜୁ ଅନୁଗତ ଗଢିବେ ‘ବିଜୁ ଓଡିଶା ଦଳ’,ଗୋଟିଏ ମଞ୍ଚରେ ଏକାଠି ହେବେ ଦାମ, ବୈଜୟନ୍ତ, ବିଜୟ, ବିଜେଡିରେ କମ୍ପନ, ବୈଜୟନ୍ତଙ୍କ ସହ ଯୋଗାଯୋଗରେ ୪୦ ବିଧାୟକ
Khabar Odisha:Odisha-BJD-Politics--Damador-Rout-Expelled
ଭୁବନେଶ୍ୱର, ୧୩ ସେପ୍ଟେମ୍ବର (ଖବର ଓଡିଶା):

ବିଜେଡିରେ କମ୍ପନ, ବିଜେଡି ଦଳରୁ ବରିଷ୍ଠ ନେତା ତଥା ପାରାଦ୍ୱୀପ ବିଧାୟକ ଡା.ଦାମୋଦର ରାଉତଙ୍କୁ ବହିଷ୍କାର କରିବାର ୨୪ ଘଣ୍ଟା ପୁରିନି  । ସେପଟେ ବିଜେଡି ରାଜନୀତିରେ ନୂଆ ସମୀକରଣର ବାସ୍ନା ଦେଖାଦେଲାଣୀ  । ଏପରିକି ବିଜେଡି ଦଳ ଛାଡିଥିବା ବିଜୁ ପଟ୍ଟନାୟକଙ୍କ ଅନୁଗତ ମାନେ ଗଢିବେ ନୂଆ ଦଳ  । ଯାହାର ନାମ ରହିବ ବିଜୁ ଓଡିଶା ଦଳ  । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ଜଣାପଡିଛି  ।

ଆଜି ବିଜେଡିରୁ ବହିଷ୍କୃତ ନେତା ଦାମୋଦର ରାଉତଙ୍କୁ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଭେଟିବା ପରେ ଏପରି ଚର୍ଚ୍ଚା ଆରମ୍ଭ ହୋଇଯାଇଛି  । ଖୁବଶୀଘ୍ର ରାଜ୍ୟରେ ଏହି ଦଳ ତାର କାର୍ଯ୍ୟକ୍ରମ ଆରମ୍ଭ କରିବ ବୋଲି ଜଣାପଡିଛି  । ଏହି ଦଳରେ ବୈଜୟନ୍ତ ପଣ୍ଡା, ଦାମୋଦର ରାଉତ, ବିଜୟ ମହାପାତ୍ର, ଦିଲୀପ ରାୟଙ୍କ ପରି ବିଜୁ ଲିଗାସୀ ମାନେ ସାମିଲ ହେବାକୁ ଯାଉଥିବା କଥା ରାଜନୈତିକ ମହଲରେ ଆଲୋଚନା ଆରମ୍ଭ ହୋଇଛି  । ଏହାର ନେତୃତ୍ୱ ନେଉଛନ୍ତି ବୈଜୟନ୍ତ ପଣ୍ଡା  ।

ଆଉ ବୈଜୟନ୍ତଙ୍କ ଲିଙ୍କ୍ ରେ ରହିଛନ୍ତି ବିଜେଡିର ୪୦ ବିଧାୟକ  । ୬୦ ବିଧାୟକଙ୍କ ଟିକେଟ କାଟିବା ପାଇଁ ଦଳ ଯୋଜନା କରୁଥିବା ବେଳେ ସେଥିରୁ ୪୦ ଜଣ ବିଧାୟକ ଏବେ ସିଧାସିଧା ବୈଜୟନ୍ତଙ୍କ ଶିବିର ସହ ଯୋଡି ହୋଇଥିବା କଥା ସାଧାରଣରେ ଆଲୋଚନା ହେଉଛି  ।

ତେବେ ନୂଆ ଦଳ ନେଇ ବୈଜୟନ୍ତ ପଣ୍ଡା କିମ୍ବା ଦାମୋଦର ରାଉତ କୌଣସି ପ୍ରତିକ୍ରିୟା ଦେଇନଥିଲେ ମଧ୍ୟ ସେମାନେ କହିଛନ୍ତି ବିଜେଡିରେ ଆଉ ବିଜୁ ଆଦର୍ଶ ନାହିଁ  । ତେଣୁ ବିଜୁ ଆଦର୍ଶକୁ ବଂଚାଇବା ପାଇଁ ପଦକ୍ଷେପ ଆରମ୍ଭ ହେଉଛି  । ସମୟକୁ ଅପେକ୍ଷା କରିବାକୁ ସେମାନେ ଆହ୍ୱାନ କରିଛନ୍ତି  । ସେପଟେ ଆଜି ଶ୍ରୀ ରାଉତ ତାଙ୍କ ପ୍ରତିକ୍ରିୟାରେ ବିଜେଡି ଛାଡି ଅନ୍ୟ ଦଳରେ କିମ୍ବା କୌଣସି ଦଳରେ ନଥିବା ନେତାଙ୍କୁ ପ୍ରଂଶସା କରିଛନ୍ତି ସେହି ନେତାମାନଙ୍କ ମଧ୍ୟରେ ରହିଛନ୍ତି ବିଜୟ ମହାପାତ୍ର ଓ ପଞ୍ଚାନନ କାନୁନଗୋ  । ଏବେ ବିଜୁବାବୁଙ୍କ ସହ କାମ କରୁଥିବା ନେତାଙ୍କୁ ଏକାଠି କରି ରାଜନୈତିକ କାର୍ଯ୍ୟକ୍ରମ ଆରମ୍ଭ ପାଇଁ ବିଜୁ ଲିଗାସୀ ମାନେ ଅଂଟା ଭିଡିବା ଆରମ୍ଭ କରିଛନ୍ତି  ।  ଏବେ ଯେଉଁମାନେ ବିଜେଡିରେ ଅଛନ୍ତି ସେମାନେ ଖଣ୍ଚ, ଟାଉଟର ଓ ସେମାନଙ୍କ ଉପରେ ସିବିଆଇ ଖଣ୍ଡା ଝୁଲିଛି ବୋଲି ଶ୍ରୀ ରାଉତ କହିଛନ୍ତି  । 

  • Tags:

Subscribe

National International State Sports Entertainment