ଓଡିଆ ଶିଖିବେ କି ମୁଖ୍ୟମନ୍ତ୍ରୀ ଓ ଅଣଓଡିଆ ଆଇଏଏସ ଅଫିସର ? ନାମଲେଖା ପାଇଁ ଆହ୍ୱାନ କଲେ ରାଜନେତା, ଚାପରେ ନବୀନ !
Khabar Odisha:Odia-University--CM-Naveen-Pattnaik
ଭୁବନେଶ୍ୱର, ୯ ଅକ୍ଟୋବର (ଖବର ଓଡିଶା):

ଓଡିଆ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଥମେ ଓଡିଆ ଶିଖିବା ପାଇଁ ଆହ୍ୱାନ କରିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି । ମୁଖ୍ୟମନ୍ତ୍ରୀ ପ୍ରଥମେ ସେଠାରେ ନାମଲେଖାଇ ଓଡିଆ କହିବା ଶିଖନ୍ତୁ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ଓ ଟୁଇଟ ମାଧ୍ୟମରେ ଆହ୍ୱାନ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଏଥିସହ ଆଜି ଦିନରୁ ସଂକଳ୍ପ ନେବାପାଇଁ ଆହ୍ୱାନ କରିଛନ୍ତି ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଟୁଇଟରେ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ଓଡିଆ ବିଶ୍ୱବିଦ୍ୟାଳୟ ସ୍ଥାପନ କରୁଥିବା ହେତୁ ତାଙ୍କୁ ଧନ୍ୟବାଦ । ଆଶାକରେ ସେ ଓଡିଆ ଶିଖିବା ପାଇଁ ଏଠାରେ ନାମଲେଖା ଇବେ । ସେହିପରି କଂଗ୍ରେସ ନେତା ଶ୍ରୀ ଜେନା କହିଛନ୍ତି ମୁଖ୍ୟମନ୍ତ୍ରୀ ସହ ଯେଉଁ ଅଣଓଡିଆ ଆଇଏଏସ ଅଫିସର ମାନେ ରାଜ୍ୟରେ କାମ କରୁଛନ୍ତି ସେମାନେ ମଧ୍ୟ ଶିଖିବା ପାଇଁ ଆହ୍ୱାନ କରିବା ସହ ପରୋକ୍ଷରେ ଆଇଏଏସ ଅଫିସର ମାନଙ୍କୁ ଟାର୍ଗେଟ କରିଛନ୍ତି ।

ଅନ୍ୟପଟେ ବିଜେପି ନେତା ଶ୍ରୀ ହରିଚନ୍ଦନ କହିଛନ୍ତି ଏ ହେଉଛନ୍ତି ଜଣେ ବିରଳ ମୁଖ୍ୟମନ୍ତ୍ରୀ । ୧୮ ବର୍ଷ ମୁଖ୍ୟମନ୍ତ୍ରୀ ହେବାପରେ ମଧ୍ୟ ଶାସକ ଆଜି ଶାସିତର ଭାଷା ବୁଝିପାରୁନାହିଁ । ତେଣୁ ଆଜିଭଳି ଦିନରେ ଏହି ପବିତ୍ର ସ୍ଥାନରେ ଓଡିଆ କହିବା ପାଇଁ ସଂକଳ୍ପ ନେବାକୁ ଆହ୍ୱାନ କରିଛନ୍ତି ।

ତେବେ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଜେଡି ମୁଖପାତ୍ର ତଥା ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ । ଶ୍ରୀ ଶତପଥୀ କହିଛନ୍ତି ଓଡିଆ ଭାଷା ପ୍ରତି ମୁଖ୍ୟମନ୍ତ୍ରୀଙ୍କର ପ୍ରତିବଦ୍ଧତା ରହିଛି । ସେଥିପାଇଁ ତାଙ୍କ ସମୟରେ ଓଡିଆ ଭାଷା ସ୍ୱତନ୍ତ୍ର ମାନ୍ୟତା ପାଇବା ସହ ଓଡିଆ ବିଶ୍ୱବିଦ୍ୟାଳୟ ରାଜ୍ୟରେ ପ୍ରତିଷ୍ଠା ହେଲା । 

ମୋଟ ଉପରେ ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଆ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିବା ପରେ ବିରୋଧୀଙ୍କ ସମାଲୋଚନାର ଶିକାର ପରେ ସେ ଏବେ ଏକପ୍ରକାର ଚାପରେ ରହିଥିବା ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ ମାନେ । ତେବେ ମୁଖ୍ୟମନ୍ତ୍ରୀଙ୍କ ସହ ଅଣଓଡିଆ ଅଫିସର ମାନେ ଯେପରି ଭାବେ ଓଡିଆ ଭାଷାକୁ ଠିକ୍ ଭାବେ ନକହିବା ପ୍ରତିକଥାରେ ଇଂରାଜୀ ଭାଷାରେ କଥା କହିବା , ଅଧା ଓଡିଆ ଓ ଅଧା ଇଂରାଜୀ ଭାଷାରେ କଥା ହେବା ଏହା ରାଜ୍ୟପାଇଁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ ମାନେ ।

ଏଠାରେ ସୂଚନା ଯୋଗ୍ୟ ମୁଖ୍ୟମନ୍ତ୍ରୀ ଓଡିଆ ନକହିବାକୁ ନେଇ ମୁଖ୍ୟମନ୍ତ୍ରୀ ସବୁ ସମୟରେ ଦଳର ବାହାରେ ଏପରିକି ନିଜ ଦଳର ନେତାମାନଙ୍କ ଦ୍ୱାରା ମଧ୍ୟ ସମାଲୋଚନାର ଶିକାର ହୋଇ ସବୁବେଳେ ଚର୍ଚ୍ଚାରେ ରହିଥିବାର ନଜିର ରହିଛି । 

Subscribe

National International State Sports Entertainment