ବଦଳିଛନ୍ତି ନବିନ, ଆଗରୁ ଦୁର୍ନୀତି କଲେ ବିଦା କରୁଥିଲେ ଆଉ ଏବେ ଦୁର୍ନୀତିକୁ ବିରୋଧ କଲେ
Khabar Odisha:Naveen-Pattnaik-Change-In-Image-Dama-Rout

 ନବିନ ପଟ୍ଟନାୟକଙ୍କ ନେତୃତ୍ୱକୁ ଲୋକ କାହିଁକି ବାରମ୍ବାର ଭରସା କରିଛନ୍ତି ? କାହିଁକି ଥରେ ନୁହେଁ ଚାରି ଚାରି ଥର ଲୋକ ନବିନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଭାବିଛନ୍ତି ? ଏହାର ଗୋଟିଏ ମୁଖ୍ୟ କାରଣ ହେଲା ସାଧାରଣରେ ଏକଥା ବିଶ୍ୱାସ ଅଛି ନବିନ ବାବୁ ନିଜେ ଦୁର୍ନୀତି କରନ୍ତି ନାହିଁ କି ତାଙ୍କ ସରକାରରେ ଦୁର୍ନୀତି ଗ୍ରସ୍ତ ନେତାଙ୍କର କୌଣସି ସ୍ଥାନ ନାହିଁ । ହେଲେ ସେହି ଧାରଣ ଯେ ଏକ ମିଛ ଧାରଣ ତାହା ଆଜି ପ୍ରମାଣିତ ହେଲାଭଳି ମନେ ହେଉଛି।

ନବିନଙ୍କ ପ୍ରଥମ ଦୁଇଟି ପାଳିରେ ବିଦା କରିଥିଲେ ପ୍ରଶାନ୍ତ ନନ୍ଦ, ନଳିନି ମହାନ୍ତି, କମଳା ଦାସ, ଅମର ଶତପଥୀ, ଦେବୀ ମିଶ୍ର ଆଦି ନେତାଙ୍କୁ । ସେ ସମସ୍ତେଙ୍କୁ ନବିନ ବିଦା କରିଥିଲେ କେବଳ ଛାୟା ଦୁର୍ନୀତି ଅଭିଯୋଗରେ, ଦୁର୍ନୀତି ପ୍ରମାଣ ହେବା ଆଗରୁ କେବଳ ଅଭିଯୋଗ ଆଧାରରେ ହିଁ ନବିନ ସେମାନଙ୍କୁ ବିଦା କରିଥିଲେ । ଦୁର୍ନୀତିର ଅଭିଯୋଗ ଆସିଲା ମାନେ ମନ୍ତ୍ରୀମଣ୍ଡଳରୁ ବିଦା କରିଦେଉଥିବା କାରଣରୁ ସାଧାରଣରେ ଗୋଟିଏ ସନ୍ଦେଶ ଯାଇଥିଲା କି ନବିନବାବୁ ଜଣେ ସ୍ୱଛ ରାଜନେତା ସେ ଦୁର୍ନୀତି କରନ୍ତି କି ନାହିଁ କି ଦୁର୍ନୀତିକୁ ବରଦାସ୍ତ କରନ୍ତି ନାହିଁ । ଦୁର୍ନୀତି ଦେଖିଲା ମାନେ ତାଙ୍କ ନାହିଁ ଡିଏଁ ଇତ୍ୟାଦି । 

ହେଲେ ଯେଉଁ ଭଳି ଢଙ୍ଗରେ ମୁଖ୍ୟମନ୍ତ୍ରୀ ନବିନ ବାବୁ ଏବେ ଦାମ ରାଉତଙ୍କୁ ଦଳରୁ ବିଦା କଲେ ତାଙ୍କର ସେ ଦୁର୍ନୀତି ବିରୋଧୀ ଭାବମୁର୍ତୀ ଆଉ ବଜାୟ ରହିବ ନାହିଁ ଏକଥା ଲାଗୁଛି । କାରଣ ବହିଷ୍କାରରେ କାରଣ ଭାବେ ବିଜୁ ଜନତା ଦଳ ତରଫରୁ ଯାହା କାରଣ ଦର୍ଶାଯାଇଛି କି ସେ ଦଳ ବିରୋଧୀ କାମ କରୁଥିଲେ ବାସ୍ତବରେ ଦାମ ରାଉତ ବିଜୁ ଜନତା ଦଳ ବିରୋଧରେ ସେପରି କିଛି କରିନାହାନ୍ତି । ସେ କେବଳ ସରକାରଙ୍କ କିଛି ଦୁର୍ନିତିକୁ ସାମନାକୁ ଆଣିଥିଲେ । ଯେଉଁ ଦୁର୍ନୀତିକୁ ସରକାରୀ ସ୍ତରରେ ଏବେ ସୁଦ୍ଧା ଖଣ୍ଡନ କରିବା ପାଇଁ କେଉଁ ସରକାରି ବାବୁ ଅଫିସର ମନ୍ତ୍ରୀଙ୍କର ସାହାସ ହେଉନାହିଁ । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଏହି ଦୁର୍ନୀତି ସବୁରେ ସମ୍ପୃକ୍ତ ଅଛି ବୋଲି ଦାମ ରାଉତ ଅଭିଯୋଗ କରିଥିଲେ ।

ସେତେବେଳେ ମୁଖ୍ୟମନ୍ତ୍ରୀଙ୍କର ନୈତିକ ଦାୟୀତ୍ୱ ହେଉଛି ନିଜ କାର୍ଯ୍ୟାଳୟ ପକ୍ଷ୍ୟରୁ କୌଣସି ଦୁର୍ନୀତି ହୋଇନାହିଁ ବୋଲି କହି ସାଧାରଣ ଲୋକଙ୍କ ସନ୍ଦେହ ଦୁର କରିବା କଥା ନହେଲେ ନିଜେ ସମ୍ପୃର୍ଣ୍ଣ ତଥ୍ୟ ପ୍ରମାଣ ଆଣି ସାଧାରଣରେ ପ୍ରକାଶ କରିବା କଥା କି ନା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ କୌଣସି ଦୁର୍ନୀତି କରିନାହିଁ । କାରଣ ଅଭିଯୋଗ ସିଧାସଳଖ ତାଙ୍କ କାର୍ଯ୍ୟାଳୟ ବିରୋଧରେ ଥିଲା ଯାହାର ମୁଖ୍ୟ ହେଉଛନ୍ତି ସେ ନିଜେ । ହେଲେ ସେ ନିଜ କାର୍ଯ୍ୟାଳୟ ଉପରେ ଆସିଥିବା ଅଭିଯୋଗ ଉପରେ କୌଣସି ପଦକ୍ଷେପ ନଦେବା ବଦଳରେ ଅଭିଯୋଗ ଆଣିଥିବା ଲୋକଙ୍କୁ ବହିଷ୍କାର କରିଲେ ।

ଦୀର୍ଘଦିନ ଧରି ନବିନ ବାବୁଙ୍କର ଯେଉଁ ଦୁର୍ନୀିତ ବିରୋଧୀ ଭାବମୁର୍ତୀ ଥିଲା ତାହା ଏବେ ଭାଙ୍ଗିଯାଇଛି । ଗଣତନ୍ତ୍ରରେ ଦୁର୍ନୀତିର ଅଭିଯୋଗ ଆଣିଥିବା ଲୋକଙ୍କୁ ଦଳରୁ ବହିଷ୍କାର କଲେ ଏହାର ଓଲଟା ପ୍ରଭାବ ପଡିପାରେ । ସାଧ।।ରଣ ଲୋକଙ୍କ ବିଶ୍ୱାସ ଜିତିବାକୁ ହେଲେ ଦୁର୍ନୀତି ଅଭିଯୋଗ ମିଛ ବୋଲି ଏହାର ପ୍ରମାଣ ଦେଖାଇବାକୁ ପଡେ । ଦୁର୍ନୀତିର ଅଭିଯୋଗ ଆଣିଥିବା ଲୋକଙ୍କୁ ବହିଷ୍କାର କଲେ ଦୁର୍ନିତି ହୋଇଛି ବୋଲି ଲୋକେ ଭାବନ୍ତି ।

Subscribe

National International State Sports Entertainment