ତାମିଲନାଡୁ ଉପ-ନିର୍ବାଚନ ପାଇଁ ମୋ ଦଳ ପ୍ରସ୍ତୁତ: କମଲ ହାସନ
Khabar Odisha:My-party-ready-to-face-Tamil-Nadu-bypolls-Kamal-Haasan

ଚେନ୍ନାଇ, ନଭେମ୍ବର ୦୮ (ଖବର ଓଡ଼ିଶା): ଅଭିନେତାରୁ ରାଜନେତା ପାଲଟିଥିବା କମଲ ହାସନ ବୁଧବାର କହିଛନ୍ତି ତାଙ୍କ ଦଳ ‘ମାକଲ ନିଧି ମଇମ’ ତାମିଲନାଡୁର ୨୦ଟି ବିଧାନସଭା ଆସନରେ ଉପ-ନିର୍ବାଚନ ପାଇଁ ପ୍ରସ୍ତୁତ ଅଛି । ଆମେ କହିପାରିବୁ ଯେ, ଉପ-ନିର୍ବାଚନ କରାଯାଇପାରିବ କିନ୍ତୁ କେଉଁଠି କରାଯିବ ମୁଁ ଜାଣି ନାହିଁ । ମାତ୍ର ‘ମାକଲ ନିଧି ମଇମ’ ଉପ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛି । ନିଜର ୬୪ତମ ଜନ୍ମଦିନ ପାଳନ ଅବସରରେ ହାସନ ଗଣମାଧ୍ୟମର ପ୍ରତିନିଧିଙ୍କୁ ଏହା କହିଛନ୍ତି । 

ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରା ୧୮ ଜଣ ଏଆଇଡିଏମକେ ଓ ଡିଏମକେର ୨ ଜଣ ବିଧାୟକ ପଦ ବାତିଲ ହେବା ପରେ, ସେହି ସ୍ଥାନମାନଙ୍କୁରେ ବିଧାୟକ ପଦ ଖାଲି ଅଛି । ସେଥିପାଇଁ ତାମିଲନାଡୁରେ ଉପ-ନିର୍ବାଚନ ହେବାର ଅଛି । ପୂର୍ବତନ ଡିଏମକେ ସୁପ୍ରିମୋ ଏମ କରୁଣାନିଧିଙ୍କ ମୃତ୍ୟୁ ପରେ ତାଙ୍କ ସ୍ଥାନ ଖାଲି ପଡ଼ିଛି । 

ଦୁର୍ନୀତି ମୁକ୍ତ ରାଜନୀତିକୁ ମୁଁ ଭଲ ପାଏ ବୋଲି ହାସନ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି । ରାଜନୀତିରେ ସ୍ୱଚ୍ଛତା ରହବା ଦରକାର ବୋଲି ଦକ୍ଷିଣ ଭାରତୀୟ ସିନେମାର ପୂର୍ବତନ ଅଭିନେତା ଜୋର ଦେଇଛନ୍ତି । ଆମେ ଯଦି ସ୍ୱଚ୍ଛତାକୁ ଦୃଷ୍ଟିରେ ରଖି ରାଜନୀତି କରିବା ତା’ହେଲେ ସାଧାରଣ ଜନତା ଆନନ୍ଦିତ ହେବେ, ଲୋକଙ୍କ ବିକାଶ ହେବ । 

ଲୋକପ୍ରିୟ ଅଭିନେତା ହାସନ କହିଛନ୍ତି, ମୁଁ ଯେତେବେଳେ ରାଜନୀତିରେ ପ୍ରବେଶ କରିଥିଲି ସେମିତି କିଛି ପ୍ରତିଶ୍ରୁତି ଦେଇ ନଥିଲି । ବଦଳରେ ଲୋକଙ୍କ ଠାରୁ ମୁଁ ପ୍ରତିଶ୍ରୁତି ପାଇଛି । ଲୋକମାନେ କହିଥିଲେ, ଟଙ୍କା ନେଇ ଭୋଟ ଦେଇ ଆମେ ଭୁଲ କରିଛୁ । ଏଭଳି କାମ ଦ୍ୱିତୀୟ ଥର ହେବ ନାହିଁ । 

 

  • Tags:

Subscribe

National International State Sports Entertainment