ଲୋକସଭା ନିର୍ବାଚନରେ ମାୟାବତୀ ନିଅନ୍ତୁ ନେତୃତ୍ୱ, ଘରକୁ ଫେରିବେ ମୋଦି: ଜିଗ୍ନେଶ
Khabar Odisha:Mayawati-Should-Lead-In-Lok-Sabha-Polls-Narendra-Modi-Return-Home-Says-Jignesh

ବାରାଣସୀ, ଅଗଷ୍ଟ ୧୦ (ଖବର ଓଡ଼ିଶା): ଦଳିତ କର୍ମକର୍ତ୍ତା ଓ ଗୁଜୁରାଟର ବଡଗାମରୁ ସ୍ୱାଧୀନ ବିଧାୟକ ଜିଗ୍ନେଶ ମେବାନୀ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆକ୍ରମଣାତ୍ମକ ଟିପ୍ପଣୀ ଦେଇଛନ୍ତି । ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରାଣସୀରେ ଜିଗ୍ନେଶ ଆକ୍ରମଣ କରିଛନ୍ତି । ସେ କହିଛନ୍ତି, ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଯୋଗୀ ଆଦିତ୍ୟନାଥ ଓ ଅମିତ ଶାହା କେବଳ ନୁହେଁ ବରଂ ବୁଦ୍ଧ ଓ ରବିଦାସଙ୍କ ବିଚାରଧାରା ଚାଲିବ । ମାୟାବତୀ ଲୋକସଭା ନିର୍ବାଚନରେ ନେତୃତ୍ୱ ନେଲେ ନରେନ୍ଦ୍ର ମୋଦି ଘରକୁ ଫେରିବା ସୁନିଶ୍ଚିତ ହେବ । 

ମାନବାଧିକାର ସମିତି ପକ୍ଷରୁ ଗୁରୁବାର ଏକ ମଠରେ ଅନୁଷ୍ଠିତ ନବଦଳୀୟ ସମ୍ମିଳନୀରେ ମୁଖ୍ୟବକ୍ତା ଜିଗ୍ନେଶ କହିଛନ୍ତି, ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ମୋଦି, ଯୋଗୀ ଓ ଅମିତଶାହଙ୍କୁ ବାହାର କରିବାକୁ ପଡ଼ିବ । ଏଥିପାଇଁ ସବୁ ବର୍ଗର ଲୋକ, ଜାତି ଓ ସଂପ୍ରଦାୟକୁ ଏକାଠି ହେବାକୁ ପଡ଼ିବ । ରୋହିତ ବେମୁଲାଙ୍କୁ ହତ୍ୟା କରିଥିବା ଲୋକେ ନିର୍ବାଚନ ପାଖେଇ ଆସିଲେ ଦଳିତଙ୍କ ପ୍ରତି ଦୟା ଦେଖାଇଥାନ୍ତି । ଦଳିତଙ୍କୁ ଭୁଅାଁ ବୁଲାଇବା ପାଇଁ ସଂସଦରେ ବିଧେୟକ ଉପସ୍ଥାପନ କରାଯାଇଥାଏ କିନ୍ତୁ ଦଳିତମାନେ ଏଣିକି ମିଥ୍ୟା ପ୍ରତିଶ୍ରୁତିର ଫାଶରେ ପଡ଼ିବେ ନାହିଁ । କେନ୍ଦ୍ର ସରକାର ସାଢ଼େ ୪ ବର୍ଷ ନିଜର କାର୍ଯ୍ୟ, ସଂସ୍କୃତି ଓ ବିଚାରଧାର ଦର୍ଶାଇଛନ୍ତି ଯେ ଦଳିତ ଏବେ ବି ଅଛୁଅାଁ ।  ଏମାନଙ୍କୁ ବଢ଼ିବା ପାଇଁ ସୁବିଧା ଦିଆଯାଉ ନାହିଁ । 

ଦଳିତ ନେତା କହିଛନ୍ତି, ଉତ୍ତରପ୍ରଦେଶରେ କଂଗ୍ରେସ-ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟିର ମେଣ୍ଟ ହେଶଇଛି । ଏହି ମଞ୍ଚରେ ମିଶି କେନ୍ଦ୍ର ସରକାର ବିରୋଧରେ ପ୍ରଚାର କରିବି । ସେ ବିଏସପି ସୁପ୍ରିମୋ ମାୟାବତୀଙ୍କୁ ଅପିଲ କରିଛନ୍ତି, ଦଳିତ ନେତା ଆଗକୁ ଆସନ୍ତୁ । ମେବାନୀ କହିଛନ୍ତି, ସେ ନିଜେ ଓ ଭୀମ ଆର୍ମି କେ ଚନ୍ଦ୍ରଶେଖର ରାବଣ ତାଙ୍କ ସହଯୋଗ କରନ୍ତୁ । ଏକାଠି ହୋଇ କାମ କଲେ ମୋଦି ଘରକୁ ଫେରିବା ସୁନିଶ୍ଚିତ ହେବ । 

  • Tags:

Subscribe

National International State Sports Entertainment