ବଦଳୁଛି ବିଜେଡି ମୁଖିଆଙ୍କ ରଙ୍ଗ, ଦୁର୍ନୀତିକୁ ଆଶ୍ରୟ ନୀତି ଆପଣାଇଛନ୍ତି ନବୀନ, ଦଳ ଚଳାଉଛନ୍ତି ଚିଟଫଣ୍ଡ ଓ ଖଣିମାଫିଆ ! ବିଜେଡିରେ ନାହାନ୍ତି ବିଜୁପ୍ରେମୀ-ବୈଜୟନ୍ତ
Khabar Odisha:MP-Baijaynta-Panda-said-Againest-CM-Od-Odisha-after-Dama-Rout-Expelled
ଭୁବନେଶ୍ୱର, ୧୩ ସେପ୍ଟେମ୍ବର (ଖବର ଓଡିଶା):

ବଦଳୁଛି ନବୀନଙ୍କ ଛବି  । ବଦଳିଯାଇଛି ରାଜନୈତିକ ଗୋଟି ଚାଳନା  । ନିଜକୁ ଯେଉଁଟା ସୁଆଉଛି ତାହାହିଁ  ଠିକ୍  । ଦଳରେ କୌଣସି ଗଣତନ୍ତ୍ର ନାହିଁ ଏପରି କଥା ଆଜି ଖୋଲାଖୋଲି ଭାବେ ପ୍ରକାଶ କରିଛନ୍ତି ବିଜେଡି ଛାଡିଥିବା ଦୁଇ ନେତା ବୈଜୟନ୍ତ ପଣ୍ଡା ଓ ଦାମୋଦର ରାଉତ  । କହିଛନ୍ତି ନବୀନ ଜଣେ ସୁବିଧାବାଦୀ ନେତା  । ତାଙ୍କୁ ସୁଆଇଲେ ଭଲ ଓ ନହେଲେ ଭେଲ  । 

ପୂର୍ବରୁ ନେତାଙ୍କ ବିରୋଧରେ ଛାୟା ଦୁର୍ନୀତି ଆସିଲେ ତାଙ୍କୁ ମନ୍ତ୍ରୀମଣ୍ଡଳରୁ କାଢି ବାହାବା ନେଇଥିବା ନବୀନଙ୍କ ବିଜେଡି ଦଳରେ ଏବେ ନୂଆ ନୀତି ଆପଣାଯାଇଛି ବୋଲି ଉଭୟ ନେତା ପରୋକ୍ଷରେ ପ୍ରକାଶ କରିଛନ୍ତି  । ଏପରିକି ଏବେ ଦୁର୍ନୀତି ବିରୋଧରେ ମୁହଁ ଖୋଲିଲେ ଦଳରେ ସ୍ଥାନ ନାହିଁ ବୋଲି କହିଛନ୍ତି ବିଜେଡିରୁ ବହିଷ୍କୃତ ହୋଇଥିବା ଶ୍ରୀ ରାଉତ  ।

ପୂର୍ବରୁ ସାମନ୍ୟ ଅଭିଯୋଗ ଆସିବା ମାତ୍ରେ ଅନେକ ନେତାଙ୍କୁ ମନ୍ତ୍ରୀ ମଣ୍ଡଳରୁ କାଢିଛନ୍ତି ଓ ପରବର୍ତ୍ତୀ ସମୟରେ ତାଙ୍କୁ ମନ୍ତ୍ରୀପଦ ମଧ୍ୟ ଦେଇଛନ୍ତି  । ତେବେ ସମସ୍ତଙ୍କ ବିରୋଧରେ ଛାୟା ଦୁର୍ନୀତିର ଅଭିଯୋଗ ରହିଥିଲା  । ତେବେ ଶ୍ରୀ ରାଉତ ବିଜେଡିର ଏକାଧିକ ନେତା ଓ ଅଫିସରଙ୍କ ବିରୋଧରେ ଦୁର୍ନୀତିର ଅଭିଯୋଗ ଆଣିଥିବା ବେଳେ ତାଙ୍କୁ ଦଳରୁ ବହିଷ୍କାର କରାଯିବା ବଦଳରେ ଏବେ ତାଙ୍କୁ ଗଳାର ମାଳି କରାଯାଇଥିବା କଥା ସାଧାରଣରେ ଆଲୋଚନା ହେଉଛି  । ଏପରିକି ନବୀନ କାର୍ଯ୍ୟଶୈଳୀ ଓଲଟିଯାଇଥିବା ସାଧାରଣରେ ଆଲୋଚନା ହେଉଛି  ।

ଏପରିକି ସାଂସଦ ବୈଜୟନ୍ତ ପଣ୍ଡା କହିଛନ୍ତି ଯେଉଁ ନୀତି ଆଦର୍ଶ ନେଇ ବିଜେଡି ଗଠନ ହୋଇଥିଲା ସେ ଦଳ ଆଉ ନାହିଁ  । କିମ୍ବା ବିଜେଡିରେ ଆଉ ବିଜୁ ପ୍ରେମୀନାହାନ୍ତି  । ବିଗତ ଦିନରେ ଯେଉଁମାନେ ବିଜୁବାବୁଙ୍କୁ ବିରୋଧ କରିଥିଲେ କିମ୍ବା ବିଜୁ ବାବୁଙ୍କୁ ଦେଖିନଥିଲେ ସେମାନେ ଏବେ ବିଜେଡିରେ ରହିଛନ୍ତି  ।

ସେପଟେ ବିଜେଡି ଏବେ ଖଣିମାଫିଆ, ଚିଟପଣ୍ଡ ଲୁଟେରାଙ୍କ ଦଳ ବୋଲି କହି ତେରଚ୍ଛା ବାଣ ମାରିଛନ୍ତି ଶ୍ରୀ ରାଉତ  । କହିଛନ୍ତି ସମ୍ପତ୍ତି ଆହରଣ ପାଇଁ ବିଜେଡିର ନେତା ଅଛନ୍ତି  । କିନ୍ତୁ ଯେଉଁମାନଙ୍କୁ ଦଳରୁ ବିଦା କରାଯାଇଛି କାହାର ସମ୍ପତ୍ତି ଆହରଣ କରିବାର ନିଶା ନାହିଁ  ବୋଲି ଶ୍ରୀ ରାଉତ କହିଛନ୍ତି  । ନିଜର କ୍ଷମତା ପାଇଁ ମୁଖ୍ୟମନ୍ତ୍ରୀ ବିଭିନ୍ନ ନୀତି ଆପଣାଉଛନ୍ତି ବୋଲି କହିଛନ୍ତି ଶ୍ରୀ ରାଉତ  । ତାଙ୍କର ସମଦୂରତା ସ୍ଲୋଗାନ ବି ଆଜି ପଦାରେ ପଡିଛି  । ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ପ୍ରସଙ୍ଗରେ ତାଙ୍କର ଅସଲ ଚେହେରାକୁ ଓଡିଶାବାସୀ ବୁଝି ଯାଇଛନ୍ତି  ।

ମୋଟାମୋଟି ଭାବେ ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକ କାର୍ୟ୍ୟ  ଓ ୨୦୧୮ କାର୍ୟ୍ୟଗକୁ ନେଇ ଏବେ ନେତାମାନେ ପ୍ରଶ୍ନ ଉଠାଇଥିବା ବେଳେ ବିରୋଧୀଙ୍କ ନୀରବତାକୁ ନେଇ ଏବେ ରାଜନୈତିକ ମହଲରେ ଭିନ୍ନ ଚର୍ଚ୍ଚା ଆଲୋଚନା ଆରମ୍ଭ କରିଛି  । 

  • Tags:

Subscribe

National International State Sports Entertainment