ଏନଡିଏରୁ ଓହରିବେନି ନୀତିଶ, ଏକାଠି ହୋଇ ଲଢିବେ ୨୦୧୯ ନିର୍ବାଚନ
Khabar Odisha:JDU-will-not-separate-from-NDA
ନୂଆଦିଲ୍ଲୀ,ଜୁଲାଇ ୦୮(ଖବର ଓଡିଶା):

ବିହାରରେ ଏନଡିଏର ପ୍ରମୁଖ ସମର୍ଥକ  ଭାବେ ଜଣାଥିବ ଜନତା ଦଳ ୟୁନାଇଟେଡ(ଜେଡିୟୁ)  ଚାରୋଟି ରାଜ୍ୟରେ ନିଜ ଶକ୍ତିରେ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବା ନେଇ ଘୋଷଣା କରିଥିଲା , ଯାହା ଭାଜପା ଠାରୁ ତାହାର ଅଲଗା ହେବା ସମ୍ଭାବନା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଆଜି ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ  ଅଧ୍ୟକ୍ଷତାରେ ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲ ।  ତେବେ ଏନଡିଏରୁ ଜେଡିୟୁ ଅଲଗା ହେବ ନାହିଁ ବୋଲି ସ୍ପଷ୍ଟ ହୋଇଛି ।ଜେଡିୟୁର ମୁଖ୍ୟ ମହାସଚିବ ତଥା ପ୍ରବକ୍ତା କେସି ତ୍ୟାଗୀ ୨୦୧୯ ଲେକସଭା ନିର୍ବାଚନରେ ଏନଡିଏ ବିହାରରେ ୪୦ରୁ ୩୮ ଟି ଆସନରେ ବିଜୟ ଲାଭ କରିବା ନେଇ ଯୁକ୍ତି ବାଡିଛନ୍ତି । 

ଆଗାମୀ ନିର୍ବାଚନରେ ଆସନ ବୁଝାମଣାକୁ ନେଇ ବିଜେପି,ଜେଡିୟୁ,ଏଲଜେପି ଓ ଆରଏଲଏସପି ମଧ୍ୟରେ ତୁ ତୁ ମେ ମେ ଲାଗିରହିଛି । ତେବେ ଏହାର ସମାଧାନ ପାଇଁ ଜୁଲାଇ ୧୨ ତାରିଖରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ପାଟନା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଅମିତଙ୍କ ଏହି ଗସ୍ତ ବିଜେପି ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ନୀତିଶ କୁମାର ଓ ଅମିତ ଶାହଙ୍କ ମଧ୍ୟରେ ବସିବାକୁ ଥିବା ବୈଠକରେ ଆସନ ବୁଝାମଣାରେ ସମାଧାନର ସଳତ୍ର ବାହାରି ଆସିବ ବୋଲି ଆଶା କରାଯାଉଛି । ଶନିବାର ସନ୍ଧ୍ୟାରେ ଜେଡିଏର ବରିଷ୍ଠ ନେତା ଓ ପଦାଧିକାରୀ ମାନେ ଏକାଠି ହୋଇ ବୈଠକର ଏଜେଣ୍ଡା ପ୍ରସ୍ତୁତ କରିଥିଲେ ଯେଉଁଥିରେ ୨୦୧୯ ନିର୍ବାଚନ ଏନଡିୟୁରେ ରହିକି ହିଁ ଲଢ଼ାଯିବ ବୋଲି ସହମତି ପ୍ରକାଶ ପାଇଥିଲା । ବିହାର ର ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବୀ ଉପରେ ଏପର୍ଯ୍ୟନ୍ତ କେନ୍ଦ୍ର ସରକାର କୌଣସି ସ୍ପଷ୍ଟତା ପ୍ରକାଶ କରିନଥିଲେ ମଧ୍ୟ ଟିଡିପି ପରି ଏନଡିଏରୁ ଓହରିବା ବଦଳରେ ଏନଡିଏରେ ରହି ରାଜ୍ୟ ପାଇଁ ଲଢ଼େଇ ଜାରି ରଖିବୁ ବୋଲି କେସି ତ୍ୟାଗୀ କହିଛନ୍ତି ।

ଏହା ସହିତ ତେଜସ୍ୱୀ ଯାଦବଙ୍କ ମହାଗଠବନ୍ଧନରେ ‘ନୋ ଏନଟ୍ରି’ ବୟାନକୁ  କଟାକ୍ଷ କରି ତ୍ୟାଗୀ କହିଛନ୍ତି ଚୌକିଦାରଙ୍କ କହିବା ଅନୁସାରେ କାହାର ଏନଟ୍ରି ଓ ନୋ ଏନଟ୍ରି ହୋଇନଥାଏ ବରଂ ମାଲିକର କହିବା ଅନୁସାରେ ହୋଇଥାଏ । ମହାଗଠବନ୍ଧନର ମାଲିକ ରାହୁଲ ଗାନ୍ଧୀ  ।ନୋ ଏନଟ୍ରି କହିଥିବା ବ୍ୟକ୍ତି କେବଳ ଚୌକିଦାର । 

  • Tags:

Subscribe

National International State Sports Entertainment