୨୦୧୯ ପୂର୍ବରୁ ବିଜେପିକୁ ଏହି ରାଜ୍ୟରେ ଝଟକା ଦେବା ପ୍ରସ୍ତୁତିରେ ଜେଡିୟୁ
Khabar Odisha:jdu-will-fight-elections-separately-from-bjp-in-rajasthan-mp-and-chattisgarh
ନୂଆଦିଲ୍ଲୀ,ଜୁଲାଇ୦୮(ଖବର ଓଡ଼ିଶା):

ବିଜେପି ସହିତ ବିହାରରେ ମେଣ୍ଟ ସରକାର ଚଲାଉଥିବା ଜେଡିୟୁ ୨୦୧୯ରେ ବିଜେପି ସହିତ ମିଶି ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛି, ମାତ୍ର ଏହା ପୂର୍ବରୁ ଗେରୁଆ ଦଳକୁ ଝଟକା ଦେବାକୁ ମଧ୍ୟ ନୀତିଶ ପ୍ରସ୍ତୁତି କରିଛନ୍ତି। ଜେଡିୟୁ କହିଛି ଯେ ଦଳ ରାଜସ୍ଥାନ, ମଧ୍ୟ ପ୍ରଦେଶ, ଛତିଶଗଡ଼ ଓ ମଣିପୁରରେ ନିଜ ଦମରେ ମୈଦାନକୁ ଓହ୍ଲାଇବ।  ରାଷ୍ଟ୍ରୀୟ କାର୍ୟ୍ୟକାରିଣୀ ବୈଠକ ପରେ  ମିଡିଆ ସହ ଆଲୋଚନା ବେଳେ ଜେଡିୟୁ ମହାସଚିବ କେସି ତ୍ୟାଗୀ ଏହି କଥା କହିଛନ୍ତି।  ତ୍ୟାଗୀ କହିଛନ୍ତି ଯେ ଦଳ ନିଜ ଦମରେ କିଛି ସିଟରେ ଏସବୁ ରାଜ୍ୟଗୁଡିକରେ ନିର୍ବାଚନ ଲଢିବ। 

କେବଳ ଏତିକି ନୁହେଁ ତ୍ୟାଗୀ କିଛି ମିଡିଆ ରିପୋର୍ଟ୍ସରେ କହିଛନ୍ତି ଯେ ଆମେ ବିଜେପିକୁ ସାହାଯ୍ୟ କରୁଛୁ ମାତ୍ର ଆମେ ନା ସେମାନଙ୍କୁ ସମର୍ଥନ କରୁଛୁ ନା ସେମାନଙ୍କୁ ବିରୋଧ କରୁଛୁ। ଆମେ ବିଜେପି ପାଇଁ କୌଣସି ସମସ୍ୟା ସୃଷ୍ଟି କରୁ ନାହୁଁ।  ପାର୍ଟିର ପୂର୍ବତନ ଅଧ୍ୟକ୍ଷ ଶରଦ ଯାଦବ ଦଳରୁ ବାହାରିବା ଏବଂ ନୂତନ ପାର୍ଟି ଗଠନ କରିବା ପରେ ପ୍ରକୃତ ଜେଡିୟୁକୁ ନେଇ ଜାରି ବିତର୍କକୁ ନେଇ କେସି ତ୍ୟାଗୀ କହିଛନ୍ତି ଯେ ଜେଡିୟୁ ଏକ ଅଛି ଏବଂ ଏହାର ନେତୃତ୍ଵ ନୀତିଶ କୁମାର କରୁଛନ୍ତି। 

ମୋଦୀଙ୍କ ଏକକ ନିର୍ବାଚନ ପ୍ରସ୍ତାବ ଉପରେ ଦେଲେ ସହମତି 

ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକକ ନିର୍ବାଚନ ପ୍ରସ୍ତାବକୁ ନେଇ ଜେଡିୟୁ ନିଜର ସହମତି ପ୍ରକାଶ କରିଛି। କେସି ତ୍ୟାଗୀ କହିଛନ୍ତି ଯେ ଆମେ ଏକକ ନିର୍ବାଚନ ପକ୍ଷରେ ଅଛୁ, ମାତ୍ର ଆମେ  ଅନୁଭବ କରୁଛୁ ଯେ ଏହା ଏତେ ସହଜ ମଧ୍ୟ ନୁହେଁ। ଆମେ ଏହାର ବିରୋଧ ଏଥିପାଇଁ କରୁନାହୁଁ କାରଣ ଏକକ ନିର୍ବାଚନ ହେଲେ ଖର୍ଚ୍ଚ କମ ହେବା ସହିତ ଦେଶର ରାଜସ୍ଵ ବୃଦ୍ଧି ଘଟିବ ଏବଂ ବିକାଶମୂଳକ କାର୍ୟ୍ୟ ଅଧିକ ତ୍ଵରାନ୍ଵିତ ହୋଇ ପାରିବ। ଏଥିରେ ପ୍ରଶାସନ ସୁଧୁରିବାରେ ସାହାଯ୍ୟ ମିଳିବ। 

  • Tags:

Subscribe

National International State Sports Entertainment