ମମତା, ମାୟାବତୀ ଓ ଶଶିକଳା ଏକ ସଙ୍ଗେ ଆସିଲେ ବିଜେପି ପାଇଁ ପ୍ରକୃତ ଚ୍ୟାଲେଞ୍ଜ ହେବ: ସୁବ୍ରମଣ୍ୟମ ସ୍ୱାମୀ
Khabar Odisha:If-Mamata-Mayavati-and-Sasikala-combine-we-in-BJP-will-have-real-challenge-in-2019-said-Subramanian-swami
ନୂଆଦିଲ୍ଲୀ, ଜୁଲାଇ ୧୧(ଖବର ଓଡ଼ିଶା):

ଲୋକସଭା ନିର୍ବାଚନକୁ ପୂରା ଗୋଟିଏ ବର୍ଷ ସମୟ ରହିଥିଲେ ମଧ୍ୟ ସାରା ଦେଶରେ ନିର୍ବାଚନୀ ମାହୋଲ ଆରମ୍ଭ ହୋଇ ସାରିଛି। ପ୍ରତିଦିନ ନୂଆ ନୂଆ ସମୀକରଣ ନେଇ ଚର୍ଚ୍ଚା ଜୋର ଧରୁଥିବା ବେଳେ ସମସ୍ତ ବିପକ୍ଷ ଦଳ ବିଜେପିକୁ ହଟାଇବା ପାଇଁ ଅଣ୍ଟା ଭିଡି ସାରିଲେଣି। ଅନ୍ୟପଟେ ଶାସନାଧୀନ ଭାଜପା ମଧ୍ୟ ଯେ କୌଣସି ପରିସ୍ଥିତିରେ ଆଉଥରେ ଶାସନ ଗାଦି ହାତେଇବାକୁ ରୋଡ ମ୍ୟାପ ପ୍ରସ୍ତୁତ କରିବାରେ ଲାଗିଛି । ଏପରି ପରିସ୍ଥିତିରେ ନିଜ ଟ୍ୱିଟ୍ ଜରିଆରେ ଗୁଗଲି ମାରି ବିଜେପି ପାଇଁ ଏକ ବଡ ପ୍ରଶ୍ନ ସୃଷ୍ଟି କରିଛନ୍ତି ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ।

ସୁବ୍ରମଣ୍ୟମ ଗତକାଲି ରାତିରେ ସୋସିଆଲ ମିଡିଆରେ ଟ୍ୱିଟ୍ କରି କହିଛନ୍ତି ଯେ ୨୦୧୯ ଲୋକସଭା ନିର୍ବାଚନରେ ଯଦି ମମତା, ମାୟାବତୀ ଓ ଶଶିକଳା ଏକା ସାଙ୍ଗରେ ମିଶି ଲଢ଼େଇ କରିବେ ତେବେ ତାହା ବିଜେପି ପାଇଁ ପ୍ରକୃତ ଚ୍ୟାଲେଞ୍ଜ ହେବ ।

ମମତା ବନାର୍ଜୀ ଏବେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ରହିଥିବା ବେଳେ ସେଠରେ ତାଙ୍କର ପ୍ରଖର ଦବଦବା ରହିଛି । ସେହିପରି ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁ ପରେ ତାଙ୍କର ଉତରାଧିକାରୀ କୁହାଯାଉଥିବା ଶଶିକଳାଙ୍କ ଦଳ ଏଆଇଡିଏମକେ ବର୍ତମାନ ତାମିଲନାଡୁରେ ଶାସନ କରୁଛି। ତେବେ ଦୁର୍ନୀତି ଅଭିଯୋଗରେ ଶଶିକଳା ଜେଲରେ ଥିଲେ ମଧ୍ୟ ତାମିଲନାଡୁ ରାଜନୀତିରେ ତାଙ୍କର ବେଶ ଭୂମିକା ରହିଛି। ଦଳିତ ନେତ୍ରୀ ମାୟାବତୀ ପୂର୍ବରୁ ଉତରପ୍ରଦେଶର ମୁଖ୍ୟମନ୍ତ୍ରୀ ରହିସାରିଛନ୍ତି। ଦେଶର ଦଳିତ ଭୋଟ ବ୍ୟାଙ୍କ ମାୟାବତୀଙ୍କ ହାତରେ ରହିଛି ଯାହା, ଜାତୀୟ ରାଜନୈତିକ ସମୀକରଣରେ ବହୁ ଗୁରୁତ୍ୱ ରହିଛି। 

  • Tags:

Subscribe

National International State Sports Entertainment