ଜେଏମଏମରେ ମିଶିଲେ ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ, କାଲି ବିଜେଡି ଛାଡିଥିଲେ
Khabar Odisha:Former-MP-Laxman-Tudu-Join-JMM
ଭୁବନେଶ୍ୱର, ୦୭ ଅକ୍ଟୋବର(ଖବର ଓଡ଼ିଶା):

 ଗତକାଲି ବିଜେଡିର ପ୍ରାଥମିକ ସଭ୍ୟପଦରୁ ଇସ୍ତଫା ଦେଇଥିବା ମୟୂରଭଞ୍ଜର ପୂର୍ବତନ ସାସଂଦ ଲକ୍ଷ୍ମଣ ଟୁଡୁ ରବିବାର ଜେଏମଏମ୍(ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା) ଦଳରେ ମିଶିଛନ୍ତି। ରାଞ୍ଚି ଠାରେ ଜେଏମଏମର ଅନୁଷ୍ଠିତ କେନ୍ଦ୍ରୀୟ କମିଟି ବୈଠକରେ ଦଳର ସଭାପତି ଶିବୁ ସୋରେନଙ୍କ ଉପସ୍ଥିତିରେ ସେ ମିଶିଥିବା ନେଇ ସୂଚନା ମିଳିଛି। 

ସୂଚନାଯୋଗ୍ୟ, ଲକ୍ଷ୍ମଣ ଟୁଡୁ ଦଳରେ ଅଣଦେଖା କାରଣରୁ ବିଜେଡି ଛାଡିଥିବା ନେଇ ପ୍ରକାଶ କରିଥିଲେ। ଶ୍ରୀ ଟୁଡୁ ଦୀର୍ଘ ଦିନ ଧରି ଜନତା ଦଳ ଏବଂ ପରେ ବିଜୁ ଜନତା ଦଳର ସଦସ୍ୟ ରହିଥିଲେ । ଗତ ୨୦୦୯ରେ ମୟୁରଭଂଜ ଆସନରୁ ବିଜେଡିରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ବିଜେଡିରେ ଥିବା ବେଳେ ରାଜ୍ୟ ଯୁବ ଜନତା ଦଳର ଉପସଭାପତି, ରାଜ୍ୟ ବିଜୁ ଯୁବ ଜନତା ଦଳର ଉପସଭାପତି, ଯୁବ ଜନତା ଦଳର ସାଧାରଣ ସମ୍ପାଦକ ଭାବେ ତାଙ୍କୁ ଦାୟିତ୍ୱ ମିଳିଥିଲା । ଏପରିକି ସେ ମୟୂରଭଞ୍ଜ ଜିଲ୍ଲା ବିଜେଡିର ୩ ଥର ସଭାପତି ମଧ୍ୟ ହୋଇଥିଲେ । 

Subscribe

National International State Sports Entertainment