ବିଜେଡିରୁ ବହିଷ୍କାର କରାଯିବା ପରେ ଦାମଙ୍କୁ ଭେଟିଲେ ବୈଜୟନ୍ତ: ଯେଉଁ ଦଳକୁ ନେଇ ଆମେ ଗର୍ବ କରୁଥିଲୁ, ସେ ଦଳ ଆଜି ନାହିଁ
Khabar Odisha:Former-MP-Baijayanta-Panda-Meet-Damo-Rout-After-Expelled--from-Bjd
ଭୁବନେଶ୍ୱର, ସେପ୍ଟମ୍ବର ୧୩(ଖବର ଓଡ଼ିଶା)

 ବିଜୁ ଜନତା ଦଳରୁ ବରିଷ୍ଠ ନେତା ଡ. ଦାମୋଦର ରାଉତ ଗତକାଲି ବହିଷ୍କୃତ ହେବା ପରେ ଗୁରୁବାର ଦାମଙ୍କ ବାସ ଭବନରେ ତାଙ୍କୁ ଭେଟିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ଦାମଙ୍କୁ ସାକ୍ଷାତ କରିବା ପରେ ବୈଜୟନ୍ତ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଦାମଙ୍କୁ ନୈତିକ ସମର୍ଥନ ଦେବାକୁ ଆସିଥିଲି । ଦାମଙ୍କ ଉପରେ ଆକ୍ସନ ନେବା, ବଡ ଦୁଃଖର କଥା। ବିଜୁ ବାବୁଙ୍କ ସହ କାମ କରିଥିବା ଜଣ ଜଣଙ୍କୁ ବିଦା କରାଯାଉଛି । ଯେଉଁ ଦଳକୁ ନେଇ ଆମେ ଗର୍ବ କରୁଥିଲୁ, ସେ ଦଳ ଆଉ ନାହିଁ । ଆଗରୁ ଭ୍ରଷ୍ଟାଚାରର ବାସ୍ନା ମିଳିଲେ, ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଥିଲା । ମାତ୍ର ଏବେ ଅଭିଯୋଗ ଆଣିଲେ ଅଭିଯୋଗକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ବିଜେଡି ଯେଉଁ ଆଦର୍ଶରେ ଗଢାଯାଇଥିଲା, ଏବେ ପଲିଟି ଯାଇଛି। "ବଡ ଦୁଃଖର କଥା ବିଜେଡି ଆଉ ବିଜେଡି ହୋଇ ନାହିଁବୋଲି ଶ୍ରୀ ପଣ୍ଡା କହିଛନ୍ତି। 

ଉଲ୍ଲେଖନୀୟ ଯେ,ଗତକାଲି ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦେଶକ୍ରମେ ପୂର୍ବତନ ମନ୍ତ୍ରୀ ତଥା ଜଗତସିଂହପୁର ଜିଲ୍ଲାର ପାରଦ୍ୱୀପ ବିଧାୟକ ଦାମଙ୍କୁ ବହିଷ୍କୃତ କରାଯାଇଛି। ବିଜୁ ଜନତା ଦଳ ସଂପାଦକ ବିଜୟ କୁମାର ନାୟକ ଏକ ପ୍ରେସ୍‌ ଇସ୍ତାହାରରେ ଏହା ଜଣାଇଛନ୍ତି।  ପୂର୍ବରୁ ବିଭିନ୍ନ ସମୟରେ ଜଗତସିଂହପୁର ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସ ଖୋଲାଖୋଲି ଡାକ୍ତର ରାଉତଙ୍କ ବିରୋଧରେ ପ୍ରତିକ୍ରିୟା ରଖୁଥିଲେ। ଏ ନେଇ ଜଗତସିଂହପୁର ଜିଲ୍ଲାର କିଛି ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ଦାମୋଦରଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥଲେ।  ତାଙ୍କ କାରନାମାର ଲମ୍ବା ଅଭିଯୋଗ ଧରାଇ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ଗତକାଲି ନୂଆଦିଲ୍ଲୀରେ ଥାଇ ମୁଖ୍ୟମନ୍ତ୍ରୀ ଦାମଙ୍କୁ ବହିଷ୍କାର ଆଦେଶ ଦେଇଥିଲେ।     

  • Tags:

Subscribe

National International State Sports Entertainment