ତୁଣ୍ଡ ଖୋଲିଲେ ମୁଣ୍ଡ ଗଡେ : ପଢନ୍ତୁ ଦାମଙ୍କ ୧୦ ବିସ୍ଫୋରକ ବୟାନ
Khabar Odisha:Damodor-Rout-Best-10-Comment
ଭୁବନେଶ୍ୱର, ସେପ୍ଟେମ୍ବର ୧୨(ଖବର ଓଡ଼ିଶା):

 ସବୁବେଳେ ନିଜ ତୁଣ୍ଡ ପାଇଁ ସର୍ବଦା ଚର୍ଚ୍ଚାରେ ରହିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଦାମ ରାଉତ । ତାଙ୍କ ବିସ୍ପୋରକ ବୟାନ ହିଁ ତାଙ୍କୁ ବେଶ ଚର୍ଚ୍ଚାରେ ରଖୁଥିଲା। ସରକାରୀ ଦଳରେ ରହି ମଧ୍ୟ ସେ ସରକାରଙ୍କ ବିରୋଧରେ କହିବାକୁ ପଛାଉ ନଥିଲେ। ତେବେ ଶେଷରେ ତାଙ୍କର ବିସ୍ଫୋରକ ବୟାନ ହିଁ ତାଙ୍କୁ କାଳ ସାଜିଛି। ଦଳରୁ ବହିଷ୍କୃତ ହୋଇଛନ୍ତି ଦାମ। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ବହିଷ୍କାର କରିଛନ୍ତି। ତାଙ୍କର ଅତର୍କିତ ତଥା ବିବାଦୀୟ ୧୦ଟି ବୟାନ ନିମ୍ନରେ ବର୍ଣ୍ଣନା କରାଗଲା -      

୧. ଆମ ମୁଖ୍ୟମନ୍ତ୍ରୀ କିଛି ଜାଣନ୍ତି ନାହିଁ । କିଛି କିରାଣୀଙ୍କ ହାତରେ ଓଡିଶାର ଶାସନ ଚାଲିଛି ।

୨. ଓମଫେଡ ଜରି ଦୁର୍ନୀତି, ଚାରା ଦୁର୍ନୀତି, ସମବାୟ ଦୁର୍ନୀତି ଏସବୁର ତଦନ୍ତକୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଅଟକାଇଛି । 

୩. ଏକ ଟିଭି ବିତର୍କରେ ବିଜେପିର ଜଣେ ମହିଳା ନେତ୍ରୀଙ୍କୁ କହିଥିଲେ, “ସ୍ୱାମୀ ଛାଡି ଅଙ୍ଗନବାଡି”।

୪.  ଏକ ସଭାରେ କହିଥିଲେ, “ବ୍ରାହ୍ମଣ ମାନେ ଭିକ ମାଗନ୍ତି” ।

୫. ଆଳୁ ଦର ବଢିଥିବା ବେଳେ କହିଥିଲେ, “ଆଳୁ ଖାଇବା ବନ୍ଦ କରିଦିଅ, ଆଳୁ ଖାଇଲେ ଡାଇବେଟିସ ହେବ” ।

୬. ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ମୁଖ୍ୟମନ୍ତ୍ରୀ ଆଗରୁ ମଦ ପିଉଥିଲେ, ଏବେ ସ୍ୱାସ୍ଥ୍ୟଗତ କାରଣ ପାଇଁ ମଦ ଛାଡି ଦେଇଛନ୍ତି ।

୭. ଏକ ସାକ୍ଷାତକାରରେ କହିଥିଲେ ବିଜୁବାବୁ ଜଣେ ରାଷ୍ଟ୍ରନେତା, ନବୀନ ଜଣେ ରାଷ୍ଟ୍ରନେତା ନୁହନ୍ତି ସେ କେବଳ ଜଣେ ରାଜନେତା ।

୮. ନିଆଳିରେ ଅଜଣା ଜନ୍ତୁ ଆକ୍ରମଣରେ ମେଣ୍ଢା ମରୁଥିଲାବେଳେ ସେ କହିଥିଲେ ନିଆଳିରେ ମେଣ୍ଢା କିଛି ଲୋକ ତେଲେଙ୍ଗାନା ରାଜ୍ୟରୁ ଆସିଛନ୍ତି ସେମାନେ ମାରୁଛନ୍ତି ।

୯. ନିଜେ ସମବାୟ ମନ୍ତ୍ରୀ ଥିବା ବେଳେ ଦାମ ରାଉତ କହିଥିଲେ କୃଷି ଋଣ ଅସଲି ଚାଷୀଙ୍କୁ ମିଳୁନାହିଁ ।

୧୦.ରାଜ୍ୟ ସରକାରଙ୍କର ବିଭାଗୀୟ ସମୀକ୍ଷା ଥିବା ବେଳେ ସାମ୍ବାଦିକ ମାନଙ୍କ ଭାଗ ଚାଷୀ କେବେ ଗଣନା କରାଯିବ ପ୍ରଶ୍ନରେ ଦାମ ବାବୁ କହିଥିଲେ, “ତୁମେ ସାମ୍ବାଦିକ ମାନେ ଭାଗଚାଷୀ ଗଣୁନ”। 

  • Tags:

Subscribe

National International State Sports Entertainment