ଦାମଙ୍କ ବହିଷ୍କାର ପରେ ବାହାରିଲେ ବିଜୁପ୍ରେମୀ, ପାଙ୍ଗୀ କହିଲେ ବିଜେଡି ଏବେ ପାଣ୍ଡିଆନ୍ ଜନତା ଦଳ ହୋଇଛି ! ୨୦୧୯ରେ ବିସ୍ଫୋରଣ ହେବ, ବିଜେଡି ରହିବ କି ନାହିଁ ସନ୍ଦେହ
Khabar Odisha:Dama-Rout-Expelled--BJD-Pandian-Janata-Dal
ଭୁବନେଶ୍ୱର, ୧୪ ସେପ୍ଟେମ୍ବର (ଖବର ଓଡିଶା):

ବିଜେଡିରୁ ବରିଷ୍ଠ ନେତା ତଥା ବିଜୁ ପଟ୍ଟନାୟକଙ୍କ ଅନୁଗତ କୁହାଯାଉଥିବା ପାରାଦ୍ୱୀପ ବିଧାୟକ ଦାମୋଦର ରାଉତଙ୍କୁ ବହିଷ୍କାର ପରେ ଏବେ ଦାମଙ୍କ ସପକ୍ଷରେ ବାହାରିଛନ୍ତି ବିଜୁପ୍ରେମୀ  । ଗତକାଲି ଦାମଙ୍କ ସପକ୍ଷରେ ବୈଜୟନ୍ତ ପଣ୍ଡା ବୟାନ ଦେଇଥିବା ବେଳେ ଆଜି ବାହାରିଛନ୍ତି ବିଜେପି ନେତା ଜୟରାମ ପାଙ୍ଗୀ  । ବିଜେଡିକୁ ନେଇ ଶ୍ରୀ ପାଙ୍ଗୀ ଏକ ଚ୍ୟାନେଲରେ ଦେଇଛନ୍ତି ବିସ୍ପୋରକ ବୟାନ  । ପାଙ୍ଗୀ କହିଛନ୍ତି ବିଜେଡି ଆଉ ବିଜେଡି ହୋଇ ରହିନାହିଁ  । ଯେଉଁ ଆଦର୍ଶରେ ବିଜେଡି ହୋଇଥିଲା ତାହା ଆଉ ନାହିଁ । ତାହା ଏବେ ପିଜେଡି ହୋଇଯାଇଛି  । ଏହାକୁ ପାଣ୍ଡିଆନ୍ ଜନତା ଦଳ, ବେପାରୀ ଜନତା ଦଳ କିମ୍ବା ନବୀନ ଜନତା ଦଳ କୁହାଯିବା କଥା ।

ବିଜେଡି ଯେଉଁ ଶାସନର ନାରା ଦେଉଥିଲା ସେ ନାରା ଆଉ ଦଳରେ ନାହିଁ। ନବୀନ ପଟ୍ଟନାୟକ ଦଳର ସଭାପତି ଥିବା ଭଳି ଲାଗୁନାହିଁ  । ଏହା ଏବେ ବେପାରୀ ଜନତା ଦଳରେ ପରିଣତ ହୋଇଯାଇଛି । ୨୦୧୯ ନିର୍ବାଚନରେ ବିସ୍ପୋରଣ ହେବ  । ବିଜେଡି ରହିବ କି ନାହିଁ ତାହା କହି ହେବନାହିଁ ବୋଲି ସେ ଏହି ଗଣମାଧ୍ୟମରେ କହିଛନ୍ତି । ପାଙ୍ଗୀଙ୍କ ଏହିପରି ବୟାନକୁ ନେଇ ପୁଣିଥରେ ରାଜନୀତି ମହଲରେ ଚର୍ଚ୍ଚା ହେଉଛି।  

ଗତକାଲି ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା କହିଥିଲେ ବିଜେଡିରେ ଆଉ ବିଜୁ ପ୍ରେମୀ ନାହାନ୍ତି । ଯିଏ ବିଜୁ ବାବୁଙ୍କୁ ଦେଖିନଥିଲେ , ଯେଉଁମାନେ ବିରୋଧ କରୁଥିଲେ ସେମାନେ ଏବେ ବିଜେଡି ନେତା।

  • Tags:

Subscribe

National International State Sports Entertainment