ଦାମଙ୍କ ବହିଷ୍କାର ନେଇ ବିଜେଡିର ମୁଖା ପଦାରେ ପଡିଲା , ଇସ୍ତାହାରରେ କାରଣ ନଥିଲା, କାରଣ କଥା ଆଜି କହିଲେ ସଭାପତି, ଚର୍ଚ୍ଚାରେ ପାଣ୍ଡିଆନଙ୍କ ଲେଖା !
Khabar Odisha:Dama-Rout-Expelled-BJD-Odisha
ଭୁବନେଶ୍ୱର, ୧୩ ସେପ୍ଟେମ୍ବର (ଖବର ଓଡିଶା):

 ବିଜେଡି ଦଳରୁ ଦାମଙ୍କ ବହିଷ୍କାରକୁ ନେଇ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି  । ଏକ ଗଣତାନ୍ତ୍ରିକ ଦଳରେ ଦଳ ପକ୍ଷରୁ ପ୍ରକାଶ ପାଇଥିବା ଇସ୍ତାହାରରେ ବହିଷ୍କାରର କାରଣ ଲେଖାଯାଇନଥିଲା  । ତେବେ ବହିଷ୍କାରର ଦିନକ ପରେ ଦଳର ସଭାପତି ମୁଖ୍ୟମନ୍ତ୍ରୀ ଦାମଙ୍କ କାର୍ଯ୍ୟକୁ ଦଳ ବିରୋଧୀ ବୋଲି ଦର୍ଶାଇଛନ୍ତି  । ଦଳ ବିରୋଧୀ କାମ ପାଇଁ ତାଙ୍କୁ ବହିଷ୍କାର କରିଥିବା କଥା ତାଙ୍କ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି  ।

ଗତକାଲି ବିଜୁ ଜନତା ଦଳ ପକ୍ଷରୁ ପ୍ରକାଶିତ ଇସ୍ତାହାରରେ ଦର୍ଶାଯାଇଥିଲା ଯେ, ଆଜି ବିଜୁ ଜନତା ଦଳର ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆଦେଶ କ୍ରମେ ଡ.ଦାମୋଦର ରାଉତ, ବିଧାୟକ ପାରାଦ୍ୱୀପଙ୍କୁ ବିଜୁ ଜନତା ଦଳରୁ ବହିଷ୍କାର କରାଯାଇଛି ବୋଲି ଦଳର ରାଜ୍ୟ ସମ୍ପାଦକ ଶ୍ରୀ ବିଜୟ କୁମାର ନାୟକ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି  ।

ବିଜେଡି ଦଳର ଏହି ପ୍ରେସ ଇସ୍ତାହାରକୁ ନେଇ ଏବେ ପ୍ରଶ୍ନ ଉଠିଛି  । ପ୍ରଥମେ ବହିଷ୍କାରର କାରଣ ଦର୍ଶାଯାଇନଥିବା ବେଳେ ତାହାପରେ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ଦେବା ପଛରେ ପାଣ୍ଡିଆନଙ୍କୁ ଯୋଡିଛନ୍ତି ଦାମଙ୍କ ସମର୍ଥକ  । ଏପରିକି ପାଣ୍ଡିଆନ କାଗଜରେ ଲେଖି ଦେଇନଥିବାରୁ ତାର କାରଣ ଜଣାପଡିନଥିଲା  । ଆଜି କାଗଜ ଯିବାପରେ ମୁଖ୍ୟମନ୍ତ୍ରୀ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି ବୋଲି ପାରାଦ୍ୱୀପ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି  ।

ସେପଟେ ଏପରି ଅଭିଯୋଗ ବାରମ୍ବାର ବିରୋଧୀ ମାନେ ଅଭିଯୋଗ କରୁଥିବା ବେଳେ ପାରାଦ୍ୱୀପ ବିଜେଡି କର୍ମୀଙ୍କ ଏପରି ଅଭିଯୋଗ ଏଥିରେ ମୋହର ଲାଗିଲା ବୋଲି ସାଧାରଣରେ ଆଲୋଚନା ହେଉଛି  ।

  • Tags:

Subscribe

National International State Sports Entertainment