ଆଳିରେ ମନ୍ତ୍ରୀ ନୃସିଂହ ସାହୁଙ୍କୁ କଂଗ୍ରେସର ବିରୋଧ, ଶତାଧିକ କର୍ମୀ ଅଟକ
Khabar Odisha:Congress-showed-black-flag-to-Nrushingha-Charan-sahu
କେନ୍ଦ୍ରାପଡ଼ା, ଅକ୍ଟୋବର ୯(ଖବର ଓଡ଼ିଶା):

ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଓ ରାଜକନିକା ବ୍ଲକରେ ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାର ଶୁଭାରମ୍ଭ ହେବାର ରହିଛି । ଏହାକୁ ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁ ଶୁଭାରମ୍ଭ କରିବେ । ଏହା ପୂର୍ବରୁ ଆଳି ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ନେତୃତ୍ୱରେ ବହୁ କଂଗ୍ରେସ କର୍ମୀ ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବା ସହିତ କଳା ପତାକା ପ୍ରଦର୍ଶନ କରିଛନ୍ତି । ରାସନ କାର୍ଡ ବଣ୍ଟନରେ ଅନିୟମିତତା ହୋଇଥିବା କଂଗ୍ରେସ ଅଭିଯୋଗ କରିଛି । ତେବେ ଆଇନ ଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ପୋଲିସ ବିଧାୟକଙ୍କ ସମେତ ଶତାଧିକ କର୍ମୀଙ୍କୁ ଅଟକ ରଖିଛି । 

ଖାଦ୍ୟ ସୁରକ୍ଷା ଯୋଜନା ଅଧିନରେ ଥିବା ରାସନ କାର୍ଡ ବଣ୍ଟନରେ ବ୍ୟାପକ ଅନିୟମିତତା ହୋଇଛି । ଉପଯୁକ୍ତ ହିତାଧିକାରୀ ଏହି ସୁବିଧାରୁ ବଞ୍ଚିତ ହୋଇଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । ଗରିବ ହିତାଧିକାରୀ ଏଥିରୁ ବାଦ ପଡ଼ିଥିବାବେଳେ ଧନୀ ଶ୍ରେଣୀର ଲୋକଙ୍କୁ ରାସନ କାର୍ଡ ଦିଆଯାଇଥିବା ବିଧାୟକ ଶ୍ରୀ କହିଛନ୍ତି । ତେବେ ଆଜି ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି କଂଗ୍ରେସର ଶତାଧିକ କର୍ମୀ ନିଆଳ ଛକ ନିକଟରେ ରାସ୍ତା ଅବରୋଧ କରିବା ସହିତ କଳାପତାକା ପ୍ରଦର୍ଶନ କରିଥିଲେ । ଆଇନ ଶୃଙ୍ଖଳା ପରିସ୍ଥିତିକୁ ନଜର ରଖି ପୋଲିସ ବିଧାୟକଙ୍କ ସମେତ ଶତାଧିକ କର୍ମୀଙ୍କୁ ଅଟକ ରଖିଛି । 

Subscribe

National International State Sports Entertainment