ଗୋଆ କଂଗ୍ରେସ ନେତା ରାଜ୍ୟପାଳକୁ ଚିଠି ଲେଖିଲେ, ସରକାର ଗଢ଼ିବାକୁ କଲେ ଦାବି
Khabar Odisha:Congress-leader-of-Goa-write-letter-to-Governor

ପାଣାଜୀ, ସେପ୍ଟେମ୍ବର ୧୩ (ଖବର ଓଡ଼ିଶା): ଗୋଆରେ ସ୍ୱାସ୍ଥ୍ୟଗତ କାରଣରୁ ମୁଖ୍ୟମନ୍ତ୍ରୀ ମନୋହର ପାର୍ରିକରଙ୍କ ସକ୍ରିୟତା ଘଟଣା ମଧ୍ୟରେ କଂଗ୍ରେସ ସରକାର ଗଠନ କରିବାକୁ ଆଗଭର ହୋଇ ଉଠିଛି । କଂଗ୍ରେସ ନେତା ଗିରିଶ ଆର. ଚୋଣ୍ଡାକର ବୁଧବାର ଗୋଆ ରାଜ୍ୟପାଳଙ୍କୁ ଏକ ଚିଠି ଲେଖିଛନ୍ତି । ଚିଠିରେ ସେ ଉଲ୍ଲେ କରିିଛନ୍ତି, କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ବିଧାନସଭା ଭଙ୍ଗ କରିବାକୁ କଂଗ୍ରେସ ତୀବ୍ର ବିରୋଧ କରୁଛି । ଯଦି ପାର୍ରିକର ସରକାର ଚଳାଇବାକୁ ସକ୍ଷମ ନୁହଁନ୍ତି, ତା’ହେଲେ ଆମକୁ ସରକାର ଗଢ଼ିବାକୁ ସୁଯୋଗ ଦିଆଯାଉ ।

ସୂଚନାଯୋଗ୍ୟ ବିଗତ ଦିନରେ କଂଗ୍ରେସ ବିଜେପିର ୩ ଜଣ ବିଧାୟକ ନିଜ ସାଥିରେ ଅଛନ୍ତି ବୋଲି ଦାବି କରିଥିଲା । ଏହାପରେ ରାଜନୀତି ଗରମ ହୋଇ ଯାଇଥିଲା । ଏଭଳି ସ୍ଥିତିରେ ଚିକିତ୍ସା ପାଇଁ ଆମେରିକା ଯାଇଥିବା ମନୋହର ପାର୍ରିକର ଫେରି ଆସିଥିଲେ । 

ଗିରିଶ ଆର. ଚୋଣ୍ଡାକର ଗୋଆ ରାଜ୍ୟପାଳଙ୍କୁ ଚିଠି ଲେଖିଛନ୍ତି । ସେ ଉଲ୍ଲେଖ କରିଛନ୍ତି ୨୦୦୨ରେ ରାଜନୈତିକ ଅନିଶ୍ଚିତତା ମଧ୍ୟରେ ମନୋହର ପାର୍ରିକର ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଭଳି ଏଥର ମଧ୍ୟ ବିଧାନସଭା ଭଙ୍ଗ କରାଯିବାର ଆଶା ଦେଖାଯାଉଛି । ପାର୍ରିକର ଅଗ୍ନାଶୟ ସମସ୍ୟା ସହିତ ଜଡ଼ିତ ଓ ସେ ଆମେରିକାରେ ୩ ମାସ ଚିକିତ୍ସିତ ହେବା ପରେ ଭାରତ ଫେରିଥିଲେ । ଏହା ପରେ ସେ ଏହି ମାସରେ ଚିକିତ୍ସା ପାଇଁ ପୁଣି ଥରେ ଆମେରିକା ଯାଇଥିଲେ । 

  • Tags:

Subscribe

National International State Sports Entertainment