ଦାମଙ୍କ ଅଭିଯୋଗ ସବୁବେଳେ ନିଷ୍ଫଳ ଓ ହାସ୍ୟାସ୍ପଦ: ମୁଖ୍ୟମନ୍ତ୍ରୀ
Khabar Odisha:Cm-Naveen-Patnaik-says-on-Dama-Rout-Expulsion-from-the-party
ଭୁବନେଶ୍ୱର, ୧୨ ସେପ୍ଟେମ୍ବର (ଖବର ଓଡିଶା):

 ବରିଷ୍ଠ ନେତା ଦାମୋଦର ରାଉତଙ୍କ ବହିଷ୍କାର ନେଇ ପୁଣି ପ୍ରତିକ୍ରିୟା ରଖିଛନ୍ତି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦାମ ବାବୁ ବାରମ୍ବାର ଦାୟିତ୍ୱ ହୀନ ମନ୍ତବ୍ୟ ଦେଉଥିଲେ। ତେଣୁ ତାଙ୍କୁ ଦଳରୁ ବହିଷ୍କାର କରାଗଲା।  ତାଙ୍କ ଅଭିଯୋଗ ସବୁବେଳେ ନିଷ୍ଫଳ ଓ ହାସ୍ୟାସ୍ପଦ । ସେ ନୂଆ ଦଳ ଗଢ଼ିଲେ କୌଣସି ପ୍ରଭାବ ପଡ଼ିବନି। ଦିଲ୍ଲୀରେ ମେକ୍‌ ଇନ୍‌ ଓଡ଼ିଶା କାର୍ଯ୍ୟକ୍ରମରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମ ଆଗରେ ଏହା ପ୍ରକାଶ କରିଛନ୍ତି ।   

ସେହିପରି ଦଳରୁ ବହିଷ୍କାର ପରେ ମୁଖ୍ୟମନ୍ତ୍ରୀଙ୍କୁ ସିଧା ଆକ୍ରମଣ କରିଛନ୍ତି ଦାମ। ମୁଁ ତାଙ୍କ ପାଖକୁ ଯାଇ ନଥଲି।  ସେ ମୋତେ ଡାକି ମିଶାଇଥିଲେ। ବିଜୁ ବାବୁଙ୍କ ନାଁ ବିକି ଦଳେ ଲୋକ ଓଡ଼ିଶାକୁ ଲୁଟ୍ କରୁଛନ୍ତି। ଏହା ବିଜୁ ବାବୁଙ୍କ ଆତ୍ମାକୁ କଷ୍ଟ ଦେଉଥିବ। ନବୀନ ଯେତେ ଶୀଘ୍ର ଓଡ଼ିଶାରୁ ଯିବେ ରାଜ୍ୟର ମଙ୍ଗଳ ହେବ ବୋଲି ଦାମ ଦୃଢ ସ୍ୱରରେ କହିଛନ୍ତି ।

  • Tags:

Subscribe

National International State Sports Entertainment