ଏନଡିଏକୁ ଭୋଟ୍‌ ଦେଇ ନିଜ ଗୋଡ଼ରେ ଗୁଳି ମାରିଛି ବିଜେଡି - କଂଗ୍ରେସ ନେତା ପି. ଚିଦାମ୍ବରମ
Khabar Odisha:BJD-is-shooting-itself-in-the-foot-by-voting-for-the-NDA-candidate-when-NDA--has-declared-its-goal-is-to-defeat-Naveen-Patnaiks-party-said-Congress-leader-P-Chidambaram
ଭୁବନେଶ୍ୱର, ୦୯ ଅଗଷ୍ଟ (ଖବର ଓଡ଼ିଶା):

 ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏକୁ ବିଜେଡି ସମର୍ଥନ ଦେବା ପରେ କେବଳ ବିରୋଧୀ ରାଜ୍ୟ କଂଗ୍ରେସ ନୁହେଁ ରାଷ୍ଟ୍ର କଂଗ୍ରେସ ମଧ୍ୟ ସମାଲୋଚନା କରିଛି। ଏନଡିଏକୁ ଭୋଟ୍‌ ଦେଇ ବିଜେଡି ନିଜ ଗୋଡ଼ରେ ଗୁଳି ମାରିଛି। କିନ୍ତୁ ନବୀନ ପଟ୍ଟନାୟକଙ୍କ ଦଳ(ବିଜେଡି)କୁ ହରାଇବାର ଏନଡିଏ ଲକ୍ଷ୍ୟ ରଖିଛି ବୋଲି କଂଗ୍ରେସ ନେତା ପି. ଚିଦାମ୍ବରମ ନିଜର ଟ୍ୱିଟର ପୃଷ୍ଠାରେ ଏଭଳି ମତ ରଖିଛନ୍ତି। 

ଶ୍ରୀ ଚିଦାମ୍ବରମ ତାଙ୍କ ଟ୍ୱିଟରରେ କହିଛନ୍ତି ଯେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜୟ ବ୍ୟବଧାନ ମାତ୍ର ୨୦ଟି ଭୋଟ ରହିଥିଲା। ଯଦି ବିଜେଡି ପ୍ରକୃତ ବିରୋଧୀ ଭୂମିକା ନିଭାଇଥାନ୍ତା, ତେବେ ଫଳାଫଳ ଅନ୍ୟ କିଛି ଆସିଥାନ୍ତା।        

ପ୍ରକାଶ ଯେ, ଆଜି ସଂପୃକ୍ତ ନିର୍ବାଚନରେ ଏନଡିଏ ପ୍ରାର୍ଥୀ ତଥା ଜେଡିୟୁ ସାଂସଦ ହରିବଂଶ ନାରୟଣ ସିଂହ ବିଜୟୀ ହୋଇଛନ୍ତି । ଶ୍ରୀ ସିଂହ ୧୨୫ ଭୋଟ୍ ପାଇଥିବା ବେଳେ ବିରୋଧୀ ଦଳର ପ୍ରାର୍ଥୀ ତଥା କଂଗ୍ରେସ ସାଂସଦ ବି.କେ ହରିପ୍ରସାଦ ୧୦୫ଟି ଭୋଟ୍ ପାଇଥିଲେ । ଏନଡିଏ ଜିତିବା ପାଇଁ ୧୧୯ଟି ଭୋଟ୍ ଆବଶ୍ୟକତା କରୁଥିବା ବେଳେ ୧୨୫ ଟି ଭୋଟ୍ ପାଇଥିଲା । ଗୃହର ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଏସମ୍ପର୍କରେ ବିଧିବଦ୍ଧ ଭାବେ ରାଜ୍ୟସଭାରେ ଘୋଷଣା କରିଥିଲେ । ହରିବଂଶ ବିଜୟୀ ହେବା ପରେ ପ୍ରଧାନମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ବହନ କରୁଥିବା ବିଜେଡି ଏନଡିଏ ସପକ୍ଷରେ ଭୋଟ ଦେଇଥିଲା। 

  • Tags:

Subscribe

National International State Sports Entertainment