ଓଡିଆ ଯୁବକଯୁବତୀଙ୍କୁ ନିଯୁକ୍ତି ଦାବି: କେନ୍ଦ୍ରୀୟ ପିଏସୟୁ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ଦେଲା ବିଜେଡି
Khabar Odisha:BJD-Strikes-at-Center-PSU-Office
ଭୁବନେଶ୍ୱର, ୦୮ ନଭେମ୍ବର(ଖବର ଓଡ଼ିଶା):

କେନ୍ଦ୍ର ସରକାରଙ୍କ ପରିଚାଳନାଧୀନ ପିଏସୟୁ ମାନଙ୍କରେ ଓଡିଆ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଦାବିରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ମିଳିତ ଭାବେ ଭୁବନେଶ୍ୱର ଓ ପାରାଦ୍ୱୀପ ଠାରେ ଥିବା ପିଏସୟୁ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଧାରଣା ଦିଆଯାଇଛି । ଭୁବନେଶ୍ୱରର ନାଲକୋ, ଆଇଓସିଏଲ, ଏମସିଏଲ୍ ଓ ରେଳ ସଦନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ପାରାଦ୍ୱୀପ ଠାରେ ଆଇଓସିଏଲ ରିଫାଇନାରୀ ସମ୍ମୁଖରେ ଶତାଧିକ ଯୁବ ଓ ଛାତ୍ର ନେତା ବିକ୍ଷୋଭ ପ୍ରଦର୍ଶନ କରିଥିଲେ। 

ସେମାନେ ଅଭିଯୋଗ କରିଥିଲେ ପ୍ରଧାନମନ୍ତ୍ରୀ ପ୍ରତିବର୍ଷ ୨ କୋଟି ଯୁବକଙ୍କୁ ନିଯୁକ୍ତି ଦେବାକୁ ଗତ ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲେ ହେଁ ଏହାକୁ ପାଳନ କରିନାହାନ୍ତି । ବିଭିନ୍ନ ରାଜ୍ୟରେ ଥିବା କେନ୍ଦ୍ରୀୟ ପିଏସୟୁ ମାନଙ୍କରେ ସମ୍ପୃକ୍ତ ରାଜ୍ୟର ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ର୍ଦିଆଯାଉଥିବା ବେଳେ ଓଡିଆ ଯୁବକ ଯୁବତୀ ଏଥିରୁ ବଂଚିତ ରଖାଯାଉଛି । ବାହାର ରାଜ୍ୟର ଯୁବକ ଯୁବତୀ ଓଡିଶାରେ ନିଯୁକ୍ତି ପାଉଛନ୍ତି । ଏକ୍ଷେତ୍ରରେ କେନ୍ଦ୍ର ସରକାର ଓଡିଶାକୁ ଅବହେଳା କରି ଚାଲିଛନ୍ତି । ନିଯୁକ୍ତି ଦିଆନଗଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଉପସ୍ଥିତ ନେତାମାନେ କହିବା ସହିତ ଅର୍ଥନୈତିକ ଅବରୋଧ କରାଯିବ ବୋଲି ଚେତାବନୀ ଦେଇଥିଲେ ।

ଭୁବନେଶ୍ୱର କାର୍ଯ୍ୟକ୍ରମରେ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ,ମେୟର ଅନନ୍ତ ନାରାୟଣ ଜେନା , ବିଧାୟକ ପ୍ରଦୀପ ପାଣିଗ୍ରାହୀ , ବିଜୟ ମହାନ୍ତି , ପ୍ରିୟଦର୍ଶୀ ମିଶ୍ର, ଯୁବ ନେତା ଚିନ୍ମୟ ସାହୁ , ବିଜୟ ନାୟକ , ରାଣା ପ୍ରତାପ ପାତ୍ର ଓ ଅମରେଶ ପତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

Subscribe

National International State Sports Entertainment