ଯାହାକୁ କଂଗ୍ରେସରୁ ଟିକେଟ ମିଳୁ ନାହିଁ, ସମାଜବାଦୀ ପାର୍ଟିରୁ ଟିକେଟ ନିଅନ୍ତୁ: ଅଖିଳେଶ
Khabar Odisha:Akhilesh-Yadav-says-congress-leaders-can-contact-sp-for-ticket-in-MP

ଛତରପୁର, ଅକ୍ଟୋବର ୦୯ (ଖବର ଓଡ଼ିଶା): ଦୁଇ ଦିନିଆ ମଧ୍ୟପ୍ରଦେଶ ଗସ୍ତରେ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ ସୋମବାର କହିଛନ୍ତି, ଯାହାକୁ କଂଗ୍ରେସରେ ଟିକେଟ ମିଳୁ ନାହିଁ, ତାଙ୍କ ପାଇଁ ଆମ ଦ୍ୱାର ଖୋଲା ଅଛି । ଏହା ବ୍ୟତୀତ ମହାମେଣ୍ଟକୁ ନେଇ ଅଖିଳେଶ ଯାଦବ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି, ମୁଁ କଂଗ୍ରେସକୁ ମେଣ୍ଟ ପାଇଁ କହି ନାହିଁ କିନ୍ତୁ କଂଗ୍ରେସର ଦାୟୀତ୍ୱ ଯେ, ସେ ଠିକ ଦଳକୁ ନିଜ ସାଥୀରେ ରଖୁ । ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ କହିଛନ୍ତି, କଂଗ୍ରେସ ଯେତେବେଳେ ଦୁର୍ବଳ ଅବସ୍ଥାରେ ପହଞ୍ଚି ଥାଏ, ସେହି ସମୟରେ ସମାଜବାଦୀ ପାର୍ଟି ସହଯୋଗର ହାତ ବଢ଼ାଇଥାଏ । 

ମଧ୍ୟପ୍ରଦେଶ ବିଧାନସଭା ନିର୍ବଚାନ ପାଇଁ ଶଙ୍ଖନାଦ ଶୁଭି ସାରିଛି । ବିଜେପି, କଂଗ୍ରେସ ସହିତ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟି ନିର୍ବାଚନ ପଡ଼ିଆକୁ ଓହ୍ଲାଇବେ । ପୂର୍ବରୁ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ନିଜର ସମର୍ଥନ କଂଗ୍ରେସକୁ ଦେବା ପାଇଁ ମନ ବଳାଇଥିଲେ । ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଏହା ମଧ୍ୟ ଘୋଷଣା କରି ଦେଇଥିଲେ ଯେ, କଂଗ୍ରେସକୁ ଆଉ କେତେ ଦିନ ଅପେକ୍ଷା କରାଯିବ । 

ଅଖିଳେଶ ଯାଦବ କହିଛନ୍ତି, ମେଣ୍ଟ ସଂପର୍କରେ ଆମେ କିଛି କହି ନଥିଲୁ । ଏହି ପଦକ୍ଷେପ କଂଗ୍ରେସକୁ ନେବାର ଥିଲା । ଏବେ ସମାଜବାଦୀ ପାର୍ଟି ବ୍ୟକ୍ତିଗତ ଭାବରେ ନିର୍ବାଚନ ପଡ଼ିଆକୁ ଓହ୍ଲାଇବ । ବର୍ଷ ୨୦୧୩ ବିଧାନସଭା ନିର୍ବାଚନରେ ସାମାଜବାଦୀ ପାର୍ଟି ୧୬୪ ପ୍ରାର୍ଥୀଙ୍କୁ ନିର୍ବାଚନ ପଡ଼ିଆକୁ ଓହ୍ଲାଇଥିଲା । ସମାଜବାଦୀ ପ୍ରାର୍ଥୀଙ୍କୁ ମୋଟ ୪ ଲକ୍ଷ ୪ ହଜାର ୮୫୩ ଖଣ୍ଡ ଭୋଟ ମିଳିଥିଲା । ଅର୍ଥାତ ସମାଜବାଦୀକୁ ମୋଟ ଭୋଟର ୧.୨୦ ପ୍ରତିଶତ ଭୋଟ ମିଳିଥିଲା । ଅଖିଳେଶ କହିଛନ୍ତି ୨୦୧୩ ନିର୍ବାଚନରେ ବିଏସପିକୁ ମଧ୍ୟ ଭଲ ଭୋଟ ମିଳିଥିଲା । ବିଏସପିର ୨୨୭ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୪ ଜଣ ବିଜୟୀ ହୋଇଥିଲେ । 

 

  • Tags:

Subscribe

National International State Sports Entertainment