କୁଆଡେ ଗଲେ ପାଜେରୋ ହିରୋ ! ଚିଟଫଣ୍ଡ ଦୁର୍ନୀତିରେ ଚର୍ଚ୍ଚାରେ ଥିଲେ ବାବୁ....
Khabar Odisha:pajero-Chit-fund
ଭୁବନେଶ୍ୱର, 6 ଜାନୁଆରୀ (ଖବର ଓଡିଶା)

ଶତାଦ୍ଦୀର ମହାଦୁର୍ନୀତି ଭାବେ ପରିଚିତ ଚିଟଫଣ୍ଡ ମହାଦୁର୍ନୀତି ମାମଲା ଭିତରକୁ ପସି ଆସିଥିଲା ଦାମୀ କାର୍ ପାଜେରୋ  । ଯାହାକୁ ନେଇ ସେତେବେଳେ ଚର୍ଚ୍ଚାକୁ ଆସିଥିଲେ ସେତବେଳର ଜଣେ ମନ୍ତ୍ରୀ ତଥା ବର୍ତମାନର ବିଧାୟକ  । ଅଡୁଆରେ ପଡିଯାଇଥିଲେ ବିଜେଡିର ଏହି କୁହାଳିଆ ନେତା  । ସବୁବେଳେ ଏହି ପାଜେରୋ ଗାଡି ଚଢି ବୁଲୁଥିବା ଏହି ବାବୁଙ୍କ ପାଖରେ ଆଉ ଦେଖିବାକୁ ମିଳୁନାହିଁ ଏହି ଦାମୀ କାର୍  । ଏବେ ବାବୁ ଜଣଙ୍କ ପାଜେରୋ ଛାଡି ଇନୋଭା ଧରୁଛନ୍ତି  । ତେବେ ସେ ବ୍ୟବହାର କରୁଥିବା ପାଜେରୋ ଗାଡି ଟି କୁଆଡେ ଗଲା ଏହାକୁ ନେଇ ଏବେ ସାଧାରଣରେ ଆଲୋଚନା ହେଉଛି  ।

ଚିଟଫଣ୍ଡ ମହାଦୁର୍ନୀତିର ଜାଲ ଓଡିଶାକୁ ଘେରି ରହିଥିବା ବେଳେ ଏହି ଦାମୀକାର ଟି ବିବାଦକୁ ଆସିଥିଲା  । ଏପରିକି ଚିଟଫଣ୍ଡ କମ୍ପାନୀ ଠାରୁ ଏହି କାର ଟିକୁ ବିଧାୟକ ଜଣଙ୍କ (ସେତେବେଳର ଟାଣୁଆ ମନ୍ତ୍ରୀ ) ଉପହାର ନେଇଥିବାର ଅଭିଯୋଗ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଥିଲା  । ଏପରିକି ଏହି ନେତା ଓ ତାଙ୍କ ସମ୍ପର୍କୀୟ ମଧ୍ୟ ବିବାଦ ମଧ୍ୟକୁ ଆସିଥିଲେ  । ଏପରିକି ତାଙ୍କୁ ସିବିଆଇରୁ ମଧ୍ୟ ସମନ ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା  । ତେବେ ଘଟଣାକୁ ତଦନ୍ତ ଚାଲିଥିବା ବେଳେ ଏହି ଦାମୀ କାର କୁଆଡେ ଗଲା ଏହାକୁ ଏବେ ସାଧାରଣରେ ଆଲୋଚନା ହେବା ଶୁଣିବାକୁ ମିଳୁଛି  ।

Subscribe

National International State Sports Entertainment