ଚାଷୀଙ୍କୁ ବଡ ଧୋକ୍କା ! ପ୍ରତିଶୃତି ପାଲଟିଲା ପ୍ରତାରଣା, ଘୋଷଣାରେ ଅଟକିଲା ୧୦୦ ଟଙ୍କାର ବୋନସ୍ !
Khabar Odisha:farmer-issue--Biju-janata-dal-CMO-Odisha
ଭୁବନେଶ୍ୱର, ୪ ଜାନୁଆରୀ (ଖବର ଓଡିଶା):

 ଚାଷୀଙ୍କୁ ଧାନ କୁଇଣ୍ଚାଲ ପିଛା ମିଳିବ ୧୦୦ ଟଙ୍କାର ବୋନସ ଏକଥା ଘୋଷଣା କରିଥିଲେ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ବରଗଡ ଜିଲାରେ ସୋହେଲା ସମାବେଶରେ ଚାଷୀଙ୍କୁ ଏପରି ପ୍ରତିଶୃତି ଦେଇଥିଲେ ସରକାର  । ତେବେ ଘୋଷଣା କରିବା ପରେ ବର୍ଷ ପରେ ବର୍ଷ ଗଡିଚାଲିଛି ହେଲେ ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତିଶୃତି ରକ୍ଷା କରିପାରୁନାହାନ୍ତି  । ଯାହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି  । ସେପଟେ ମୁଖ୍ୟମନ୍ତ୍ରୀ ଘୋଷଣା କରିବାରେ ମାହିର, ଚାଷୀଙ୍କୁ ଧୋକ୍କା ଦେବାରେ ହିରୋ ବୋଲି କହିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି  ।

ଚାଷୀଙ୍କୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି  । ନିର୍ବାଚନକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏବେଠାରୁ ଜୋର ଧରିଲାଣୀ ଚାଷ ରାଜନୀତି  । ଚାଷ ପ୍ରସଙ୍ଗକୁ ନେଇ ଦିଲୀରେ ଆନ୍ଦୋଳନ କରିବା ପାଇଁ ବିଜେଡି ସଜବାଜ ହେଉଥିବା ବେଳେ ପଲୀରେ ଆନ୍ଦୋଳନ ପାଇଁ ବିରୋଧୀ କଂଗ୍ରେସ ଓ ବିଜେପି ରଣନୀତି ପ୍ରସ୍ତୁତ କରିଛନ୍ତି  ।

ସେପଟେ ଚାଷୀ କିନ୍ତୁ ତାର ହକ୍ ପାଇବାରୁ ବଂଚିତ ହେଉଛି   । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୭୫୦ ଟଙ୍କା ଘୋଷଣା ହୋଇଥିଲେ ମଧ୍ୟ ଚାଷୀ ୭୦୦ରୁ ୮୦୦ ଟଙ୍କାରେ ବେପାରୀଙ୍କୁ ଧାନ ବିକ୍ରୀ କରିବାରେ ଲାଗିଛି  । ସେପଟେ ଓଡିଶାରେ ଏବେ ପଡୋଶୀ ରାଜ୍ୟରେ ଦଲାଲ ମାନେ ରାଜ ଆରମ୍ଭ କରିଦେଇଛନ୍ତି  । ଅଧିକାଂଶ ଜିଲାରେ ମଣ୍ଡି ଖୋଲିନାହିଁ  । ଧାନ ବିକ୍ରୀ ନହୋଇପାରିବା କାରଣରୁ ଚାଷୀମାନେ ଶୀତକାକରରେ ମଣ୍ଡିରେ ପଡି ରହିଛନ୍ତି  । ତେବେ ଚାଷୀଙ୍କ କଥା ବୁଝିବା ପାଇଁ ସରକାରଙ୍କ ପାଖରେ ସମୟ ନାହିଁ  ।

ଅନ୍ୟପଟେ ସୋହେଲା ସମାବେଶରେ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶୃତି କୁଆଡେ ଗଲା ବୋଲି ଚାଷୀ ସଙ୍ଗଠନ ମାନେ ପ୍ରଶ୍ନ କରିବା ସହ ଚାଷୀମାନଙ୍କୁ ଏ ସରକାର ଧୋକ୍କା ଦେଇଛନ୍ତି ବୋଲି ଖୋଲାଖୋଲି ଭାବେ ଚାଷୀମାନେ ଅଭିଯୋଗ କରିଛନ୍ତି  ।

Subscribe

National International State Sports Entertainment