ଧୁଆଁବାଣ ହେଲା “ଜିରୋ କାଜୁଆଲିଟ୍ ମିଶନ” ! ଏବେ ସୁଦ୍ଧା ୩୨ ମୃତ୍ୟୁ, ୩ଦିନ ପରେ ବି ପଂହଚୁନି ରିଲିଫ୍
Khabar Odisha:Zero-Causality-Mission-Titli-Cyclone-32-Dead-Odisha

 ମାନ୍ୟବର ମୁଖ୍ୟମନ୍ତ୍ରୀ ଗୋଟିଏ କଥା ଆମକୁ କହିଛନ୍ତି “ଜିରୋ କାଜୁଆଲିଟ୍ ମିଶନ” । ଆମେ ସେହି “ଜିରୋ କାଜୁଆଲିଟ୍ ମିଶନ” ପାଇଁ ସବୁ ପଦକ୍ଷେପ ନେଇଛୁ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଗୁରୁତ୍ୱ ଅନୁସାରେ ଆମେ ପୁରା ପ୍ରିକସନ ନେଇଛୁ । ଯେକୌଣସି ପରିସ୍ଥିତି ସୃଷ୍ଟି ହେଲେ ବି କାହାର ଜୀବନ ହାନି ହେବନାହିଁ ସେଥିପାଇଁ ପୁରା ପ୍ରଶାସନ ପ୍ରସ୍ତୁତ । ଏମିତି ଅଭୟବାଣି ଶୁଣାଇଥିଲେ ସଚିବାଳୟରେ ମୁଖ୍ୟ ଶାସନ ସଚିବ । ଖାଲି ସଚିବାଳୟସ୍ତରରେ ନୁହେଁ ବଂର ଜିଲ୍ଲା ସ୍ତରୀୟ ଅଧୀକାରିମାନେ ବି ନିଶ ଫୁଲେଇ କହିଲେ ଜିରୋ କାଜୁଆଲିଟ ଆମର ମିଶନ । ହେଲେ ସବୁ ଅଭୟବାଣୀ ଫେଲ ମାରିଲା । ତିତଲି ବାତ୍ୟା ପରବର୍ତୀ ବନ୍ୟାରେ ଆଜି ସୁଦ୍ଧା ଗଲାଣି ୩୨ ଲୋକଙ୍କ ଜୀବନ । 

ଗଜପତିରେ ବନ୍ୟା ବିପ୍ତାତରୁ ରକ୍ଷା ପାଇବାକୁ ଏକ ଗୁମ୍ଫା ତଳେ ଆଶ୍ରୟ ନେଇଥିଲେ ୧୬ ଜଣ । କିନ୍ତୁ ମାଟି ଅତଡା ଖସିବା କାରଣରୁ ସେମାନେ ଦୀର୍ଘ ସମୟ ଧରି ତାଭିତରେ ଚାପି ହୋଇ ଅଣନିଶ୍ୱାସୀ ହୋଇଯିବା କାରଣରୁ ସେଥିରୁ ୧୨ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି । ସେହିପରି ଗଜପତିରେ କାନ୍ଥ ଭୁଶୁଡି ବିଭିନ୍ନ ସ୍ଥାନରେ ଆଉ ୫ ଜଣଙ୍କର ମୃତ୍ୟୁ ହୋଇଛି । ଗଂଜାମ ଜିଲ୍ଲାରେ କାନ୍ଥ ଭୁଷୁଡି ସମୁଦାୟ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ରାୟଗଡା ଜିଲ୍ଲାରେ ବନ୍ୟା ଯୋଗୁଁ ମୃତ୍ୟୁ ସଂଖ୍ୟା ୪ ଟପିଛି । ଗୁରୁବାର ଦିନ ସମୁଦାୟ ୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଶୁକ୍ରବାର ଦିନ ଆଉ ୨୪ ଜଣଙ୍କର ମୃତ୍ୟୁ ହୋଇଛି ।

ତିତଲି ପବନରେ ଦକ୍ଷିଣ ଓଡିଶାକୁ ଦୋହଲାଇଦେଲାପରେ ଏବେ ବନ୍ୟାରେ ବୁଡାଇ ଦେଇଛି । ସହର ଠାରୁ ଗାଁ ସବୁଠି ଉବୁଟୁବୁ ହେଉଛି ବନ୍ୟା ଜଳ । ସରକାରୀ ହିସାବ ଅନୁସାରେ ୬ଟି ଜିଲ୍ଲା ଗଜପତି, ଗଂଜାମ, ରାୟଗଡା, ପୁରୀ, କନ୍ଧମାଳ ଓ କେନ୍ଦ୍ରାପଡା ଜିଲ୍ଲାର ମୋଟ ୫୨ଟି ବ୍ଲକର ମୋଟ ୩୮ ଲକ୍ଷ ୭୭ ହଜାର ଲୋକ ପ୍ରଭାବିତ ହୋଇଛନ୍ତି ।

Subscribe

National International State Sports Entertainment