ରିଶି ମହାନ୍ତି ପରେ ଅବିନାଶ ପାଇଟାଲ ! ରାଜନେତାମାନଙ୍କର ଅନ୍ତଃରଙ୍ଗ ଭିଡିଓ ପାଇଁ ଗଡୁଛି ମୁଣ୍ଡ
Khabar Odisha:Rishi-Mohanty-Abinash-Paital-Custodial-Murder-For-Video

 ବଢୁଛି ରାଜନେତାମାନଙ୍କର ରୋମାନ୍ସ । କ୍ଷମତାର ମୋହରେ ଅନ୍ଧ ହୋଇ ପରିଣତ ବୟସରେ ବି ଭୁଲିପାରୁନାହାନ୍ତି ରୋମାନସ୍କୁ । ସବୁଦିନ ସମାନ ନଥାଏ । ଆଉ ଆଜି ସମସ୍ତଙ୍କ ପାଖେ ଅଛି ସ୍ମାର୍ଟ ଫୋନ । କେତେବେଳେ ବି ହୋଇପାରେ ଭିଡିଓ ରେକର୍ଡ । ଆଉ ଯଦି କିଏ ଭିଡିଓକୁ ରେକର୍ଡ  କରିଦେଲା ହୋଇଗଲା ତାହେଲେ କଥା ସଇଲା । ଭିଡିଓ ମାର୍କେଟରେ ବୁଲିଲେ କ୍ଷମତା ସହ ସାମାଜିକ ପ୍ରତିପତା ଆଉ ଇଜ୍ଜତ ଚାଲିଯିବାର ଭୟ ରହିଛି । ସେଥିପାଇଁ ଦରକାର ପଡିଲେ ହତ୍ୟାକରିବାକୁ ବି ପଛାଉ ନାହାନ୍ତି ।

କିଛି ଦିନ ତଳେ ଭୁବନେଶ୍ୱରରେ ରିଶି ମହାନ୍ତି ନାମକ ଜଣେ ଇଂଜିନିୟରିଙ୍ଗ ଛାତ୍ରର ମୃତ୍ୟୁକୁ ନେଇ ବିବାଦ ଉଠିଥିଲା । ସେତେବେଳେ ଅଭିଯୋଗ ଉଠିଥିଲା କି ରିଶି ମହାନ୍ତିଙ୍କ ମୋବାଇଲରେ ଜଣେ ନେତାଙ୍କର ଅନୈତିକ ସର୍ମ୍ପକର ଅନ୍ତରଙ୍ଗ ଭିଡିଓର ଚିତ୍ର କଏଦ ହୋଇଥିଲା । ଆଉ ସେହି ଭିଡିଓ ପାଇଁ ହିଁ ରିଶି ମହାନ୍ତିଙ୍କର ଜୀବନ ଗଲା । ସେତେବେଳେ ସୋସିଆଲ ମେଡିଆରେ ସେହି ଭିଡିଓ ମୋବାଇଲରୁ ମୋବାଇଲ ଘୁରି ବୁଲିଥିଲା ଯେଉଁଥିରେ ଭିଡିଓରେ ଥିବା ଚରିତ୍ର ଜଣଙ୍କର ଚେହେରା ଭୁବନେଶ୍ୱରର ଜଣେ ରାଜନେତାଙ୍କର ଶରୀର ସହ ମେଳ ଖାଉଥିଲା ।

ଏବେ ସେହି ସମାନ ଢଙ୍ଗର ଘଟଣା ଘଟିଛି କେନ୍ଦ୍ରାପଡାର ମହାକାଳପଡାରେ । ଜଣେ ୨୫ ବର୍ଷର ଯୁବକ ଅବିନାଶ ପାଇଟାଳଙ୍କୁ ପୋଲିସ ମୋବାଇଲ ଚୋରି ଭଳି ଏକ ମାମୁଲି ଅପରାଧରେ ଏପରି ବର୍ବରଭାବେ ଆକ୍ରମଣ କଲାଯେ ତାଙ୍କର ମୃତ୍ୟୁ ହୋଇଗଲା । ଆଉ ପୋଲିସ ନିଜ ଦୋଷ ଧୋଇବା ପାଇଁ ମୃତ୍ୟୁ ଶବକୁ ନେଇ ଆତ୍ମହତ୍ୟାର ରୂପ ଦେବାପାଇଁ ଉଦ୍ୟମ କରିଲା । ହେଲେ କାହିଁକି ଏକ ମୋବାଇଲ ଚୋରି ମାମଲା ଯାହା ପୁଣି ୪ମାସ ତଳର ସେହି ମାମଲାରେ ପୋଲିସ ଏପରି ବର୍ବରତା କଲା ? ଜଣେ ଅଙ୍ଗନଓାଡି ସୁପରଭାଇଜରଙ୍କ ଘରୁ ଏକ ମୋବାଇଲ ଚୋରି ହୋଇଥିଲା ଯେଉଁଥିରେ କିଛି ଏପରି ଭିଡିଓ ଥିଲା ଯେଉଁଥିରେ ଜଣେ ସ୍ଥାନୀୟ ରାଜନେତାଙ୍କର ଚରିତ୍ରକୁ ପଦାରେ ପକାଇଥାନ୍ତା । ପୋଲିସ ବାରମ୍ବାର ଅବିନାଶଙ୍କୁ କହୁଥିଲା ମୋବାଇଲ ଅପେକ୍ଷା ସେଥିରେ ଥିବା ମେମୋରି କାର୍ଡଟା ଫେରେଇ ଦିଅ । ଏକଥା ସ୍ପଷ୍ଟ ଯେ ସେ ମେମୋରି କାର୍ଡରେ କିଛି ଭିଡିଓ ଥିଲା ଯାହା ପୋଲିସ ଅବିନାଶଙ୍କ ଠାରୁ ନେଇଯିବା ପାଇଁ ଚାହୁଁଥିଲା । ଘଟଣା ଦିନ ଥାନାରେ ଥିବା ଜଣେ କନେଷ୍ଟବଳ ଏକଥା ଗଣମାଧ୍ୟମରେ ଖୋଲାଖୋଲି କହିବା ପରେ କଥା ସାମ୍ନାକୁ ଆସିଛି ।

ଋିଶି ମହାନ୍ତି ଘଟଣାକୁ ଭିଜିଲାନସ ତଦନ୍ତ କରୁଥିବା ଭଳି ଏହି ଘଟଣାର ତଦନ୍ତ ମଧ୍ୟ ଭିଜିଲାନସ କରୁଛି । ହେଲେ ରିଶି ମହାନ୍ତିଙ୍କର ମୃତ୍ୟୁ ମାମଲା ଯେମିତି ଚପିଗଲା ସେପରି ଅବିନାଶ ପାଇଟାଳଙ୍କ ମାମଲା ଚାପିବା ପାଇଁ ଭିଜିଲାନସ ଯେ ପ୍ରୟାସ କରୁନଥିବ ତାହା କିଏ କହିବ !

Subscribe

National International State Sports Entertainment