ଦାମଙ୍କ ଖୋଲିଦେଲେ ଭାସ୍କର ରାଓଙ୍କ ଗୁମର, ଭାସ୍କର କରୁଛନ୍ତି ନୀରିହ ଆଦିବାସୀଙ୍କୁ ଶୋଷଣ, ବର୍ତମାନର ସରକାର ଗୁଣ୍ଡା ଲଗାଇ କ୍ଷମତାକୁ ଆସିବାକୁ ଚେଷ୍ଟା କରୁଛନ୍ତି: ଦାମ
Khabar Odisha:Paradeep-MLA-Damodor-Rout
ଭୁବନେଶ୍ୱର, ୨୬ ନଭେମ୍ବର (ଖବର ଓଡିଶା):

ପାରାଦ୍ୱୀପ ବିଧାୟକ ଡା.ଦାମୋଦର ରାଉତଙ୍କ ବିସ୍ପୋରକ ବୟାନ  । ବର୍ତମାନର ସରକାରରେ ଥିବା ଦଳ ଗୁଣ୍ଡା ଲଗାଇ ଲୋକମାନଙ୍କୁ ଭୟଭୀତ କରାଇ କ୍ଷମତାକୁ ଆସିବାକୁ ଚେଷ୍ଟା କରୁଛନ୍ତି ବୋଲି ଏକ ଗଣମାଧ୍ୟମରେ କହିଛନ୍ତି ଶ୍ରୀ ରାଉତ । ଶ୍ରୀ ରାଉତ ଏହି ଗଣମାଧ୍ୟମରେ ସିଧାସଳଖ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଛନ୍ତି।

ଶ୍ରୀ ରାଉତ ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁଙ୍କ ଉପରେ ହୋଇଥିବା ଆକ୍ରମଣକୁ ମଧ୍ୟ ନିନ୍ଦା କରିବା ସହ ଗଣମାଧ୍ୟମକୁ ସାଂସଦ ଭାସ୍କର ରାଓ ଯେପରି ଧମକ ଦେଉଛନ୍ତି ଏହାକୁ ସେ ନାପସନ୍ଦ କରିଛନ୍ତି  ।

ଶ୍ରୀ ରାଉତ କହିଛନ୍ତି ଏନ.ଭାସ୍କର ରାଓ ଜଣେ ତେଲୁଗ ଲୋକ । ତାଙ୍କ ଘର ଭାଇଜାକ୍ ରେ । ତାଙ୍କୁ ନବୀନ ପଟ୍ଟନାୟକ ଆଣି ରାଜ୍ୟସଭା ସାଂସଦ କରାଇଛନ୍ତି । ସେ ଆଦିବାସୀଙ୍କୁ ଶୋଷଣ କରୁଛନ୍ତି । ତାଙ୍କ ଶୋଷଣରେ ଆଦିବାସୀ ମାନେ ଅତିଷ୍ଠ । ସେ କୋଟିକୋଟି ଟଙ୍କା ଲୁଟ କରିଛନ୍ତି । ସେ ଯେପରି ଗଣମାଧ୍ୟମକୁ ସମାଲୋଚନା କରିଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି ଶ୍ରୀ ରାଉତ କହିଛନ୍ତି । 

Subscribe

National International State Sports Entertainment