ତୈଳକମ୍ପାନୀ ଓ ଡିଲର ମାନଙ୍କୁ ଓଡିଶା ପୋଲିସର ଧମକ, ପେଟ୍ରୋଲପମ୍ପରୁ ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟର ହଟାଇବାକୁ ତାଗିଦ୍, ବିଭିନ୍ନ ମହଲରେ ନିନ୍ଦା
Khabar Odisha:Oil-Company-Banner-Issue-Odisha-Police
ଭୁବନେଶ୍ୱର, ୧୦ ସେପ୍ଟେମ୍ବର (ଖବର ଓଡିଶା):

ଓଡିଶା ପୋଲିସ ରାଜ୍ୟ ପୋଲିସ ଭାବେ କାର୍ଯ୍ୟ ନକରି ବିଜେଡିର କର୍ମୀଭଳି ବ୍ୟବହାର କରୁଛି  । ଏପରି ସାଙ୍ଘାତିକ ଅଭିଯୋଗ ଆଣିଛି ବିଜେପି  । ଏପରିକି ରାଜ୍ୟର ବିଭିନ୍ନ ପେଟ୍ରୋଲପମ୍ପରେ ଲାଗିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୋଷ୍ଟର ଓ ହୋଡିଂ ହଟାଇବା ପାଇଁ ପୋଲିସ ଧମକଚମକ ଦେଉଥିବାର ଅଭିଯୋଗ ଆଣିଛି ବିଜେପି  ।

ବିଜେପି ରାଜ୍ୟ  ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ନିଜର ଟ୍ୱିଟ୍ କରି ଏ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି  । ଶ୍ରୀମତୀ ସାମନ୍ତସିଂହାର ଉଲେଖ କରିଛନ୍ତି ଯେ, ଓଡିଶା ପୋଲିସ ଏବେ ପୋଷା ଦଲାଲ ସାଜି ଆଇନ ଶୃଙ୍ଖଳା ରକ୍ଷା କରିବା ପରିବର୍ତେ ବନ୍ଦ କୁ ସଫଳ କରିବାରେ ଲଗିବା ପ୍ରମାଣିତ କରୁଛି ଏହା ବିଜେଡି ପ୍ରାୟୋଜିତ ।

ରାଜ୍ୟ ପ୍ରଶାସନ ଓ ପୋଲିସ ଏବେ ତୈଳ କମ୍ପାନୀ ଓ ଡିଲର ମାନଙ୍କୁ ଧମକ ଦେଇଛନ୍ତି ପ୍ରଧାନମନ୍ତ୍ରୀଙ୍କ ଫୋଟୋକୁ ପେଟ୍ରୋଲ ପମ୍ପରୁ ହଟେଇବା ପାଇଁ  । ସେ ଆହୁରି ଉଲେଖ କରିଛନ୍ତି ଓଡିଶା ପୋଲିସ ଏବେ ସୁରକ୍ଷା ଯୋଗେଇଦେବାର ମୂଳ ଦାୟିତ୍ୱ ରୁ ଓହରି ଖୋଲା ଖୋଲି ଶାସକ ଦଳର ଚାଟୁକାରିତା କରି ନିରୀହ ପମ୍ପ ମାଲିକଙ୍କ ଉପରେ ଚାପ ପକେଇ ଅପାରଗ ସରକାରଙ୍କ ପାଖରୁ ବାହାବା ନବାକୁ ଚାହୁଁଛି। ଖାକି ବରଦି ରେ ରାଜନୀତି ନକରି ଯଦି ସାହସ ଅଛି ପୋଲିସ ଅଧିକାରୀ ମାନେ ଖୋଲା ଖୋଲି ରାଜନୀତିକୁ ଆସନ୍ତୁ। ଜଣା ପଡିବ କେତେ ଦମ ଅଛି ବୋଲି ସେ ଟ୍ୱିଟରେ ଉଲେଖ କରିଛନ୍ତି  ।

ଶାସକ ବିଜେଡି ଦଳ ଦ୍ୱାରା ମଧ୍ୟ ୨ ଦିନ ତଳେ ପ୍ରତିବାଦ ନା'ରେ ପେଟ୍ରୋଲ ପମ୍ପ ଭିତରେ ନିଆଁ ଜାଳିବାର ଦୃଶ୍ୟ ଆମକୁ ବିଚଳିତ କରିଛି । ଉଭୟ ବିଜେଡି ଓ କଂଗ୍ରେସ ହିଂସାରେ ବିଶ୍ୱାସ କରନ୍ତି ଓ ବିଜେପିର ସାମ୍ନା ପାଇଁ ପରସ୍ପରକୁ ସହଯୋଗ କରି ଆତଙ୍କ ସୃଷ୍ଟି କରିବା ଦୁର୍ଭାଗ୍ୟଜନକ । ଏହି ସ୍ଥିତିରେ ରାଜ୍ୟ ପ୍ରାୟୋଜିକ ଟେରରଜିମ ଠାରୁ କମ ନୁହେଁ ବୋଲି ଲେଖାଶ୍ରୀ ତାଙ୍କ ଟ୍ୱିଟରେ ଉଲେଖ କରିଛନ୍ତି ।

ରାଜ୍ୟ ସମ୍ପାଦିକାଙ୍କ ଏହିପରି ଟ୍ୱିଟକୁ ନେଇ ସାଧାରଣ ଲୋକ ପ୍ରତିବାଦ କରିବା ସହ ପୋଲିସର ଏହିପି କାମ କୁ ନିନ୍ଦା ମଧ୍ୟ କରିଛନ୍ତି। 

  • Tags:

Subscribe

National International State Sports Entertainment