ଋଣଯନ୍ତାରେ ଓଡିଶା, ବିକାଶର ଗୋଲାପୀ ଚିତ୍ର ଦେଖାଉଛନ୍ତି ରାଜ୍ୟ ସରକାର ! ଜନ୍ମିତ ପିଲା ମୁଣ୍ଡରେ ୨୨ ହଜାର ଟଙ୍କାର ଋଣବୋଝ
Khabar Odisha:Odisha-on-loan-Net-Allegation-by-BJP-Odisha
ଭୁବନେଶ୍ୱର, ୧୦ ଜାନୁଆରୀ (ଖବର ଓଡିଶା)-

ରାଜ୍ୟରେ ଋଣଭାର ୯୨ ହଜାର କୋଟିଟଙ୍କାରେ ପହଁଚିଲାଣି । ପ୍ରତିବ୍ୟକ୍ତି ପିଛା ୨୨ ହଜାର ଟଙ୍କାର ଋଣ ଏବେ ଝୁଲୁଛି । ଏହା ସତ୍ୱେ ମଧ୍ୟ ରାଜ୍ୟ ସରକାର ବିକାଶର ଗୋଲାପୀ ଚିତ୍ର ଦେଖାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ  ।

ବିଜେପି ଉପସଭାପତି ସମୀର ମହାନ୍ତି ସିଧାସଳଖ ଭାବେ ରାଜ୍ୟ ସରକାରଙ୍କ ବିଫଳତାକୁ ସମାଲୋଚନା କରିବା ସହ ୧୯ ବର୍ଷ ଧରି ରାଜ୍ୟ ଶାସନ କ୍ଷମତାର ରହିଥିବା ମୁଖ୍ୟମନ୍ତ୍ରୀଙ୍କୁ ଟାଣିଛନ୍ତି କାଠଗଡାକୁ  ।

ନବୀନ ବାବୁ ଓଡିଶାରବିକାଶ ନୁହେଁ ବଂର ତାଙ୍କ ନିର୍ବାଚନ ଏଜେଣ୍ଡା ସେଟ କରିବା ପାଇଁ ଅର୍ଥ କମିଶନଙ୍କ ପାଖେ ତାଙ୍କ ଦାବିରଖିଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ନବୀନ ବାବୁ ତାଙ୍କ ଦାବିରେ ଜିଏସଟି କଥା କହିଛନ୍ତି । ଜିଏସଟି ଲାଗୁହେଲା ପରେ ଓଡିଶାର ଟିକସ କଲେକ୍ସନ ୧୫% ବୃଦ୍ଧି ପାଇଛି  । ଏକଥା ନିଜେ ସରକାର ମାନିଛନ୍ତି  ।  ୨୦୧୭-୧୮ ଆର୍ଥୀକ ବର୍ଷରେ ଟିକସ ଆଦାୟ ୧୫% ବଢିଥିବା କଥାସରକାର ନିଜେ କହିଥିଲୋ ଅଧିକଟିକସ ପାଇଲା ପରେ ପୁଣି କ୍ଷତିପୁରଣ କଥା ଉଠାଇ ମୁଖ୍ୟମନ୍ତ୍ରୀ ନିଜ ଅପାରଗତାର ପ୍ରମାଣ ଦେଇଛନ୍ତି ବୋଲି ରାଜ୍ୟଉପସଭାପତି  ଶ୍ରୀ ମହାନ୍ତି ମହାନ୍ତି କହିଛନ୍ତି ।

Subscribe

National International State Sports Entertainment