ଜୋର ଧରିଲା ଦାନବ ରାଜନୀତି, ମୁହଁ ଖୋଲୁନାହାନ୍ତି ନବୀନ, ନବୀନ ନିବାସକୁ କାଠଗଡାକୁ ଟାଣିଲା ବିଜେପି, ପ୍ରଧାନମନ୍ତ୍ରୀଙ୍କ ପ୍ରଶ୍ନର ଉତ୍ତର ଦେବାକୁ ସାହାସ ଜୁଟାଉ ନାହାନ୍ତି ନବୀନ !
Khabar Odisha:Odisha-Politics-CMO-Naveen-Patnaik-BJP-Odisha
ଭୁବନେଶ୍ୱର, ୪ ଜାନୁଆରୀ (ଖବର ଓଡିଶା):

ଦୁର୍ନୀତିର ଦାନବକୁ ଦାନାପାଣି କିଏ ଦେଉଛି ବୋଲି ପ୍ରଶ୍ନ କରି ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସିଧା ଟାର୍ଗେଟ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ଖୋର୍ଦ୍ଦା ଜନସଭାରେ ପ୍ରଧାନମନ୍ତ୍ରୀ ପଚାରିଥିବା ପ୍ରଶ୍ନର ଉତ୍ତର ଆଜିଯାଏଁ ମିଳିଲାନାହିଁ  । ଅନ୍ୟପଟେ ଛୋଟଦାନବ ସରୋଜ ସାହୁ ନବୀନ ନିବାସରେ ଥିବା କଥା କହି ବିଜେଡିକୁ ସିଧାସିଧା ଟାର୍ଗେଟ କରିଛି ରାଜ୍ୟ ବିଜେପି  । ତେବେ ଦାନବ ଓ ଛୋଟଦାନବ ମଧ୍ୟରେ ଏକାଧିକ ସେତୁ କାମ କରୁଥିଲା ବୋଲି ଏବେ ସାଧାରଣରେ ଚର୍ଚ୍ଚା ହେଉଛି  ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାସନରେ ଖଣି ଓ ଟିଚଫଣ୍ଡ ମହାଦୁର୍ନୀତି ପରି ଘଟଣା ଘଟିଛି  । ଚିଟଫଣ୍ଡ ଦୁର୍ନୀତିର ବିଜେଡିର ଏକଡର୍ଜନରୁ ଅଧିକ ନେତା ଚର୍ଚ୍ଚାକୁ ଆସିଥିଲେ  । ଏପରିକି ବିଧାୟକ ଓ ସାଂସଦ ଜେଲ୍ ଯାଇ ବେଲ୍ ରେ ଆସିଛନ୍ତି  । ସେ ସମୟରେ ମନ୍ତ୍ରୀ ଥିବା ଏକାଧିକ ନେତା ମଧ୍ୟ ସିବିଆଇ ସମନ କରିଛି  । ମନ୍ତ୍ରୀଙ୍କ ନିକଟତମ ଲୋକଙ୍କୁ ସିବିଆଇ ଜେରା କରିଛି  । ଏପରିକି ନିକଟରେ ମଧ୍ୟ ଜଣେ ମନ୍ତ୍ରୀଙ୍କ ପୁଅକୁ ମଧ୍ୟ ସିବିଆଇ ଜେରା କରିଥିବାର ଚର୍ଚ୍ଚା ହୋଇଛି  । ସେହିପରି ଜମି, ଖଣି, ପାଣି ଠାରୁ ଆରମ୍ଭ କରି ମାଫିଆଙ୍କ ସହ ଲିଙ୍କ୍ ସମ୍ପୃକ୍ତି ଅଭିଯୋଗରେ ବିଜେଡି ନେତା ଚର୍ଚ୍ଚାକୁ ଆସିଥିବା ବେଳେ ବିଜେଡି କାଠଗଡାରେ  । ଏହି ସମୟରେ ପ୍ରଧାନମନ୍ତ୍ରଙ୍କ ଦାନବ ଉପାଖ୍ୟାନ ନେଇ ପ୍ରଶ୍ନ ପଚାରିବା ଓ ବିଜେଡିର ନୀରବତାକୁ ନେଇ ସାଧାରଣରେ ଉଠିଛି ବଡ ପ୍ରଶ୍ନ  ।

Subscribe

National International State Sports Entertainment