କେଉଁ ଦଳକୁ ଯିବେ ନିଷ୍ପତ୍ତି ନେଇପାରୁନାହାନ୍ତି ବିଜୟ ମହାପାତ୍ର, ବିଜେଡିରୁ ମିଳୁନି ଗ୍ରୀନ୍ ସିଗନାଲ୍ , କହିଲେ ଦିଲୀପ ରାୟ ଆସିଲେ ନେବି ନିଷ୍ପତି !
Khabar Odisha:Odisha-Politics-Bijay-Mohapatra-Dillip-ray-Political-Movement
ଭୁବନେଶ୍ୱର, ୦୫ ଡିସେମ୍ବର (ଖବର ଓଡିଶା):

ବରିଷ୍ଠ ରାଜନେତା ବିଜୟ ମହାପାତ୍ର ନେଇ ପାରୁନାହାନ୍ତି ନିଜ ରାଜନୈତିକ ନିଷ୍ପତ୍ତି  । ଭରଷା କରୁଛନ୍ତି ଅନ୍ୟତମ ନେତା ଦିଲୀପ ରାୟଙ୍କ ଉପରେ  । ଦିଲୀପ ରାୟ ଓଡିଶା ଫେରିବା ପରେ ଆଲୋଚନା କରିବା ପରେ ସେ ତାଙ୍କର ପରବର୍ତ୍ତୀ ରାଜନୈତିକ ପନ୍ଥା ସ୍ଥିର କରିବେ ବୋଲି ନିଜେ ଶ୍ରୀ ମହାପାତ୍ର ନିଜ ଫେସବୁକ୍ ରେ ଏନେଇ ମତାମତ ରଖିଛନ୍ତି  । ଏପରିକି ନୂଆ ଓଡିଶା ଗଠନ ସହ ପରୋକ୍ଷରେ ନୂଆ ଦଳକୁ ଯିବା ପାଇଁ ସେ ଦେଇଛନ୍ତି ସବୁଜସଙ୍କେତ  । ଏପରିକି ବିଜୟ ମହାପାତ୍ରଙ୍କ ନୂଆ ପରିଚୟ ଦାମୋଦର ରାଉତଙ୍କ ବିଜୁ ସମତାକ୍ରାନ୍ତି ହୋଇପାରେ ବୋଲି ଏବେ ଚର୍ଚ୍ଚା ହେଉଛି  । ତେବେ ଆସନ୍ତା ଡିସେମ୍ବର ମାସ ଶେଷ ସୁଦ୍ଧା ସବୁ ସ୍ଥିତି ସ୍ପଷ୍ଟ ହୋଇଯିବ ବୋଲି କହିଛନ୍ତି ଶ୍ରୀ ମହାପାତ୍ର  ।

ଶ୍ରୀ ମହାପାତ୍ର କହିଛନ୍ତି ଯେ, ଗତ ୧୮ ବର୍ଷ ଧରି ଓଡିଶାର ଯୁବକ ଯୁବତୀ ଧୋକ୍କା ଖାଇଛନ୍ତି  । ତେଣୁ ଏହି ନୂଆପୀଢିଙ୍କ ପାଇଁ କିଛି କରିବାର ସମୟ ଆସିଛି  । ବିଭିନ୍ନ ଜିଲାରୁ ଲୋକମାନେ ଆସି ଦେଖା କରୁଛନ୍ତି  । ସେମାନଙ୍କ ସହ ଆଲୋଚନା ହୋଇ ନିଷ୍ପତି ହେବ  । ତେବେ ଶ୍ରୀ ରାୟ ଫେରିବା ପରେ ସମସ୍ତ ଚିତ୍ର ସ୍ପଷ୍ଟ ହେବ ବୋଲି କହିଛନ୍ତି ବିଜୟ  ।

ଶ୍ରୀ ମହାପାତ୍ର ଆହୁରି କହିଛନ୍ତି ଯେ, ୨୦୧୯ ନିର୍ବାଚନ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ହେବ  । ଯେପରି ବିଗତ ଦିନ ଗୁଡିକ ସହଜ ହୋଇଥିଲା ଏଥିରେ ତାହା ହେବ ନାହିଁ  । ଯନ୍ତ୍ରଣାରୁ ବାହାରିବା ପାଇଁ କଷ୍ଟ କରିବାକୁ ପଡିବ  । ଏପରି ଭାବେ ବେଶ କିଛିସମୟ ଧରି ଶ୍ରୀ ମହାପାତ୍ର ତାଙ୍କ ମନକଥା ନିଜର ଫେସବୁକ୍ ଲାଇଭ ମାଧ୍ୟମରେ ପ୍ରକାଶ କରିଛନ୍ତି  । 

Subscribe

National International State Sports Entertainment