ବୈଜୟନ୍ତ ଭୟ ଘାରିଛି ନବୀନଙ୍କୁ, ପଛରେ ଲଗାଇଲେ ଗୁଇନ୍ଦା, ବିଜେଡିର ଅସନ୍ତୁଷ୍ଟ ଏବେ ବୈଜୟନ୍ତଙ୍କ ଶିବିରର
Khabar Odisha:Odisha-Politics-Baijayanta-Panda-Naveen-Patnaik-Biju-Janata-Dal
ଭୁବନେଶ୍ୱର,୦୩ ନଭେମ୍ବର(ଖବର ଓଡ଼ିଶା):

ବିଜେଡି ଛାଡିସାରିଲେଣୀ, ସାଂସଦ ପଦବୀ ଛାଡି ସାରିଲେଣୀ ତଥାପି ବୈଜୟନ୍ତଙ୍କ ଭୟ ଘାରିଛି ବିଜେଡିକୁ  । ବୈଜୟନ୍ତଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ସରକାର ଲଗାଇଛନ୍ତି ଗୁଇନ୍ଦା  । ଏପରି ଚର୍ଚ୍ଚା ଏବେ ରାଜ୍ୟ ରାଜନୀତିକୁ ବେଶ ସରଗରମ କରିଦେଇଛି  । ବିଶେଷ କରି କେନ୍ଦ୍ରାପଡା ଜିଲାରେ ଏକାଧିକ ଅସନ୍ତୁଷ୍ଟ ବିଜେଡି ନେତା ଏବେ ବୈଜୟନ୍ତଙ୍କ ଶିବିରର ଯୋଗଦେଇଥିବା ନେଇ ଜିଲାରେ ମୁଖ୍ୟ ଆଲୋଚନାର ବିଷୟ ସାଜିଛି  । ଏପରିକି ଏହି ତାଲିକାରେ ବିଧାୟକ ଓ ସାଂସଦ ମଧ୍ୟ ରହିଛନ୍ତି  । ଏହି ଖବର ପ୍ରଚାର ହେବାପରେ ବୈଜୟନ୍ତଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ତୃତୀୟ ମହଲାର ଜଣେ ଆଇଏଏସ ଓ ଆଇପିଏସ ଅଧିକାରୀ ନିର୍ଦ୍ଦେଶ ଦେଇଥିବା ଏବେ ପାୱାର କରିଡରରେ ଆଲୋଚନାର ବିଷୟ ପାଲଟିଛି  ।

ବୈଜୟନ୍ତଙ୍କୁ ଟାର୍ଗେଟ କରି ତାଙ୍କର ବିଭିନ୍ନ କାର୍ଯ୍ୟକ୍ରମକୁ ମଧ୍ୟ ଭଣ୍ଡୁର କରାଯାଉଥିବା ଦେଖିବାକୁ ମିଳିଛି  । ତାଙ୍କର ହେଲିକାପ୍ଟରକୁ ସିଜ୍ କରାଯାଇଥିବା ବେଳେ ଏହାକୁ ନେଇ ଶ୍ରୀ ପଣ୍ଡା ପ୍ରଶ୍ନ ଉଠାଇଥିଲେ  । ଏପରିକି ଯେଉଁ ହେଲିକାପ୍ଟର ବିରୋଧରେ ଅଭିଯୋଗ ନଥିଲା ତାହାକୁ ମଧ୍ୟ ସିଜ୍ କରାଯାଇଥିଲା  । ସେହିପରି ତାଳଚେରର ଏକ ସମାବେଶରେ ବୈଜୟନ୍ତ ଯୋଗ ଦେବାକୁ ଯାଇଥିବା ବେଳେ ତାଙ୍କ ଖରାପ ବ୍ୟବହାର ପ୍ରଦର୍ଶନ କରାଯାଇଥିଲା  । ଏପରିକି ଜିଲା ଗସ୍ତରେ ବୈଜୟନ୍ତ ଗଲେ ତାଙ୍କ ପଛରେ ଗୁଇନ୍ଦା ଲଗାଯାଉଥିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି  । କଣ ପାଇଁ ବୈଜୟନ୍ତଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ନେତୃତ୍ୱାଧୀନ ବିଜେଡି ଦଳ ଏତେ ଭୟ କରୁଛି ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ଆଲୋଚନା ହେଉଛି  । 

Subscribe

National International State Sports Entertainment