ନୂଆ ରଣନୀତିରେ ବିଜେଡି, ରାଜନୀତି ମଇଦାନରେ ଏଥର ନବୀନଙ୍କ ପୁତୁରା ଅରୁଣ ପଟ୍ଟନାୟକ !
Khabar Odisha:Odisha-Politics-BJD-Arun-Patnaik
ଭୁବନେଶ୍ୱର, ୦୭ ଜାନୁଆରୀ (ଖବର ଓଡିଶା)-

ବିଜେଡି ଦଳର ସମୀକରଣ ବଦଳିପାରେ  । ଏପରି ଚର୍ଚ୍ଚା ଦଳ ଭିତରେ ଜୋର ଧରିଛି  । ୧୯ ବର୍ଷ ଶାସନ କ୍ଷମତାର ମୁଖ୍ୟମନ୍ତ୍ରୀ ଥିବା ନବୀନ ପଟ୍ଟନାୟକଙ୍କ ବିଜେଡି ଦଳ ଏଥର ରାଜନୀତି ମଇଦାନକୁ ତାଙ୍କର ପୁତୁରା ଅରୁଣ ପଟ୍ଟନାୟକଙ୍କୁ ଆଣିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ଏବେ ଦଳ ଭିତରେ ଚର୍ଚ୍ଚାର ବିଷୟ ପାଲଟିଛି  ।

ଦଳ ଭିତରେ ଚାଲିଥିବା ଚର୍ଚ୍ଚା ଅନୁସାରେ ନିର୍ବାଚନ ଆଉ ମାତ୍ର ଅଳ୍ପଦିନ ବାକି ଥିବା ବେଳେ ବିଜେଡି ଏବେଠାରୁ ପ୍ରସ୍ତୁତି ଜୋରଦାର ଆରମ୍ଭ କରିଦେଇଛି  । ଏହି ନିର୍ବାଚନ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳ ଲଢିବ  । ଯଦି ଦଳ ସଂଖ୍ୟା ଗରିଷ୍ଠତା ହାସଲ କରେ ତାହାହେଲେ ତାଙ୍କର ପୁତୁରା ଅରୁଣ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି  । ଏନେଇ ଦଳ ମଧ୍ୟରେ ନେତାଙ୍କ ମଧ୍ୟରେ ବିଚାର ବିମର୍ଷ ଚାଲିଛି।

ଦଳ ଭିତରେ ଚାଲିଥିବା ଚର୍ଚ୍ଚା ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ ପୁତୁରା ଏଥର ବିଧାନସଭା ନିର୍ବାଚନ ଲଢିପାରନ୍ତି  । ତାଙ୍କ ପାଇଁ ଏକ ସୁରକ୍ଷିତ ସ୍ଥାନ ଦଳ ଖୋଜୁଥିବା ଦଳୀୟ ମହଲରେ ଆଲୋଚନା ହେଉଛି  ।

Subscribe

National International State Sports Entertainment