କଂଗ୍ରେସ ବିଧାୟକ କୃଷ୍ଣ ଶଗରିଆଙ୍କ ଇସ୍ତଫା, ପଦ ହରାଇ ପାରନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର, ଗୋଟିଏ ଗୁଳିରେ ଦୁଇଟି ଶିକାର, ଶଗରିଆଙ୍କ ପଛରେ କିଏ ସେହି ହେଭିୱେଟ ନେତା !
Khabar Odisha:Odisha-Congress-Krushna-Chandra-Sagaria-Narsingh-Mishra
ଭୁବନେଶ୍ୱର, ୩୦ ଅକ୍ଟୋବର (ଖବର ଓଡିଶା):

ବିଧାନସଭାରେ ବିରୋଧୀ ଦଳ ନେତା ପଦ ହରାଇ ପାରନ୍ତି ନରସିଂହ ମିଶ୍ର  । ବିଧାୟକ ପଦବୀରୁ ଇସ୍ତଫା ଦେବାନେଇ କଂଗ୍ରେସ ବିଧାୟକ କୃଷ୍ଣ ଶଗରିଆଙ୍କ ଘୋଷଣା ପରେ ଏପରି ଆଶଙ୍କା ଏବେ ଦେଖାଦେଇଛି  । ଯେହେତୁ ବିଧାୟକ ଶ୍ରୀ ଶଗରିଆ ଇସ୍ତଫା ଦେବାନେଇ ଘୋଷଣା କରିସାରିଛନ୍ତି ଏହାକୁ ନେଇ କଂଗ୍ରେସରେ ଏକପ୍ରକାର କମ୍ପନ ଦେଖାଦେଇଛି  । 

ବର୍ତମାନ ବିଧାନସଭାରେ କଂଗ୍ରେସର ୧୫ ଜଣ ବିଧାୟକ ରହିଛନ୍ତି  । ସେମାନେ ହେଲେ ନରସିଂହ ମିଶ୍ର, ତାରାପ୍ରସାଦ ବାହିନୀପତି, ନବ କିଶୋର ଦାସ, ଚିରଞ୍ଜିବ ବିଶ୍ୱାଳ, ପ୍ରକାଶ ବେହେରା, ଯୋଗେଶ ସିଂହ, କେ. ସୂର୍ୟ୍ୟି ରାଓ, ପ୍ରଫୁଲ ମାଝୀ, ଦେବେନ୍ଦ୍ର ଶର୍ମା, ଅଂଶୁମାନ ମହାନ୍ତି କୈଳାସ କୁଲେସିକା, କୃଷ୍ଣଚନ୍ଦ୍ର ଶଗରିଆ, ଭୁଜବଳ ମାଝୀ, ଚନ୍ଦ୍ରଶେଖର ମାଝୀ ଓ ଜ୍ୟାକବ ପ୍ରଧାନ ରହିଛନ୍ତି  । ଯଦି କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ ଇସ୍ତଫା ଦିଅନ୍ତି ତାହାହେଲେ ଏହି ସଂଖ୍ୟା ୧୪କୁ ଖସିଆସିବ  ।

ବିଧାନସଭାରେ ମୋଟ ୧୪୭ ଆସନ ଥିବାବେଳେ ବିରୋଧୀ ଦଳ ନେତାପାଇଁ ୧୪.୭ ସଂଖ୍ୟା ଆବଶ୍ୟକ ପଡୁଛି  । ତେବେ ଏହି ସଂଖ୍ୟା ଏବେ ୧୪କୁ ଖସି ଆସିଥିବା ହେତୁ ବିରୋଧୀ ଦଳ ନେତା ନରସିଂହ ମିଶ୍ର ତାଙ୍କ ପଦ ହରାଇ ପାରନ୍ତି ବୋଲି ରାଜନୈତିକ ସମୀକ୍ଷକ ମାନେ ମତପ୍ରକାଶ କରିଛନ୍ତି  । ସେପଟେ ଶଗରିଆଙ୍କ ଇସ୍ତଫା ପରେ ବିଧାୟକ ତାରାପ୍ରସାଦ ବାହିନୀପତି, ପ୍ରଫୁଲ ମାଝୀ ପ୍ରତିକ୍ରିୟା ହାଲକା ଭାବେ ଦେଇଥିବା ବେଳେ ଏନେଇ ବିଧାୟକଙ୍କ ସହ ଆଲୋଚନା ହେବ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ  ।

ଏଠାରେ ସୂଚନାଯୋଗ୍ୟ ଯେ, କଂଗ୍ରେସ ବିଧାୟକ ଶ୍ରୀ ଶଗରିଆ ବିଭିନ୍ନ ସମୟରେ ଦଳରେ ଅସନ୍ତୋଷ ପ୍ରକାଶ କରିଛନ୍ତି  । ଏପରିକି କଂଗ୍ରେସ ବିଧାୟକ ଦଳ ଠାରୁ ସେ ଦୂରରେ ରହି ଚର୍ଚ୍ଚାକୁ ଆସିଥିଲେ  । ରାଜ୍ୟ କଂଗ୍ରେସ ଏସଟି ସେଲ୍ ରୁ ତାଙ୍କୁ ହଟାଇ ସାଧାରଣ ସମ୍ପାଦକ ଦାୟିତ୍ୱ ଦିଆଯାଇଥିବା ବେଳେ ସେ ସେ ପଦବୀରୁ ଇସ୍ତଫା ଦେଇଥିଲେ  । ଏନେଇ କଂଗ୍ରେସ ଭବନରେ ଥିଲେ ମଧ୍ୟ ଏହା ଘୋଷଣା ନକରି ନିଜ ସରକାରୀ ବାସଭବନରେ ଏନେଇ ଘୋଷଣା କରିଥିଲେ  । ସେହିପରି ବିଧାୟକ ପଦବୀରୁ ଇସ୍ତଫା ଦେବାନେଇ ସେ ଆଜି ଏକ ହୋଟେଲରେ ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କରିଛନ୍ତି  । ତେବେ ଶଗରିଆଙ୍କ ଇସ୍ତଫା ପଛରେ କଂଗ୍ରେସର ଜଣେ ହେଭିୱେଟ ନେତାଙ୍କ ହାତ ଥିବା ନେଇ ଚର୍ଚ୍ଚା ହେଉଛି  । 

Subscribe

National International State Sports Entertainment