କଂଗ୍ରେସରେ କନ୍ଦଳ ଉଗ୍ରରୂପ, ନିରଞ୍ଜନଙ୍କ ଗଳାରେ ଶଗରିଆ କଂଟା ! ଦିଲୀରେ ବସିବ ଦରବାର
Khabar Odisha:Odisha-Congress-Conflict-Niranjan-Patnaik-KrushnaChandra-Sagaria
ଭୁବନେଶ୍ୱର, ୨ ଅକ୍ଟୋବର (ଖବର ଓଡିଶା):

 କଂଗ୍ରସରେ କନ୍ଦଳ ପୁଣି ଉଗ୍ର ରୂପ ଧାରଣ କଲା । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବିରୋଧରେ ମେଳି । ରାଜ୍ୟରେ କଂଗ୍ରେସରେ ଦେଖାଦେଇଥିବା ଅସନ୍ତୋଷର ସମାଧାନ ପାଇଁ ପୁଣି ଦିଲୀରେ ବସିବ ଦରବାର । ପୁଣି କଂଗ୍ରେସ ନେତାମାନଙ୍କୁ ଗୋଟିଏ ମନରେ କାମ କରିବା ପାଇଁ ପୁଣି ରାହୁଲ ଗାନ୍ଧୀଙ୍କ ସହଯୋଗ ନିଆଯିବ । ଏଥିପାଇଁ ଖୁବଶୀଘ୍ର କଂଗ୍ରେସ ନେତାମାନଙ୍କୁ ଦିଲୀ ଡକରା ହେବ ବୋଲି ଜଣାପଡିଛି । ବିଶେଷ କରି କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆଙ୍କ ଅସନ୍ତୋଷ ପିସିସି ମୁଖିଆଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି । ଅନ୍ୟପଟେ ଶଗରିଆଙ୍କୁ କଂଗ୍ରେସର ଏକ ବଡଗୋଷ୍ଠି ସମର୍ଥନ ମଧ୍ୟ କରୁଛନ୍ତି ।

ଶ୍ରୀ ଶଗରିଆ ଗତକାଲି କଂଗ୍ରେସଭବନରେ ଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ନଦେଇ ପରେ ଏକ ସାମ୍ବାଦିକ ସମ୍ମିଳନୀ କରି ଦଳର ସାଧାରଣ ସମ୍ପାଦକ ପଦବୀରୁ ଇସ୍ତଫା ଦେଇଥିଲେ । ଏପରିକି ତାଙ୍କୁ ଅନୁସୂଚିତ ଜାତି ସେଲରୁ ଯେପରି କଢାଗଲା ଏଥିରେ ବଡ ଷଡଯନ୍ତ୍ର ରହିଥିଲା ବୋଲି ସେ ଅଭିଯୋଗ କରିଥିଲେ । ଏପରିକି ନିଜ ପଦବୀରୁ ଇସ୍ତଫା ଦେବାପରେ ଏନେଇ ସେ ହାଇକମାଣ୍ଡ ନିକଟରେ ଫେରାଦ ହେବାପାଇଁ ରଣନୀତି କରିଥିବା ଜଣାପଡିଛି । ଯାହାକୁ ନେଇ କଂଗ୍ରେସ ପାଇଁ ଏବେ ଅଡୁଆ ବଢିବାରେ ଲାଗିଛି । ଶଗରିଆଙ୍କୁ ନିରଞ୍ଜନଙ୍କ ବିରୋଧୀ ଗୋଷ୍ଠି ସମର୍ଥନ ଥିବାରୁ ଏହା ପିସିସି ମୁଖିଆଙ୍କ ପାଇଁ ଆଗକୁ ଅଡୁଆ ସୃଷ୍ଟି କରିବ ବୋଲି ଏବେ ସାଧାରଣରେ ଆଲୋଚନା ହେଉଛି । 

Subscribe

National International State Sports Entertainment