ବଦ୍ରିଙ୍କ ପକ୍ଷଛେଦନ....ସୌମ୍ୟଙ୍କୁ ଗୁରୁତ୍ୱ , ବଦ୍ରିଙ୍କ ବିରୋଧୀ ଶିବିରରେ ପଟ୍ଟନାୟକ, ଭାଗିରଥି ଫୁଙ୍କିବେ ଶଙ୍ଖ ! ଆନନ୍ଦପୁର ଉପରେ ପଟ୍ଟନାୟକଙ୍କ ନଜର
Khabar Odisha:Keonjhar-Politics--Badri-Narayana-Patra-BJD-Odisha
କେନ୍ଦୁଝର, ୧ ନଭେମ୍ବର (ଖବର ଓଡିଶା):

 କେନ୍ଦୁଝର ରାଜନୀତିରେ ଏବେ ଘଡିକେ ଘୋଡା ଛୁଟିବାରେ ଲାଗିଛି  । ଦୀର୍ଘଦିନ ଧରି ଜିଲାରେ ବିଜେଡି ସଙ୍ଗଠନକୁ ହାତରେ ରଖିଥିବା ବଦ୍ରି ନାରାୟଣ ପାତ୍ରଙ୍କ ପକ୍ଷଛେଦନ ପାଇଁ ତୃତୀୟ ମହଲାରୁ ଷଡଯନ୍ତ୍ର ଆରମ୍ଭ ହୋଇଛି  । ଏହି କ୍ରମରେ ବଦ୍ରିଙ୍କ ଦବଦବାକୁ ହ୍ରାସ କରି କେନ୍ଦୁଝର ଜିଲାରେ ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ଦଳ ଗୁରୁତ୍ୱ ଦେଇଛି  । ଏହି କ୍ରମରେ ଜିଲାରେ ବିଜେପି କାୟା ବିସ୍ତାର କରୁଥିବା ବେଳେ ବିଜେପିର ପ୍ରଭାବକୁ ରୋକିବା ପାଇଁ ତାଙ୍କୁ ଦାୟିତ୍ୱ ଦିଆାଇଥିବା ଜିଲାରେ ଏବେ ଚର୍ଚ୍ଚାର ବିଷୟ ସାଜିଛି  ।

ବେଶ କିଛିଦିନ ଧରି ଜିଲା ରାଜନୀତିରେ ପଟ୍ଟନାୟକ ପରିବାର କୋଣଠେସା ହୋଇପଡିଥିବା ବେଳେ ଏବେ ତୃତୀୟ ମହଲାର ଆଶ୍ରିର୍ବାଦରେ ସେମାନେ ବଦ୍ରିଙ୍କ ବିରୋଧୀଙ୍କ ସହ ହାତ ମିଳାଇଛନ୍ତି  । ଏହି କ୍ରମରେ ବିଜେଡି ଛାଡି ବିଜେପିରେ ଯୋଗଦେଇଥିବା ପୂର୍ବତନ ବିଧାୟକ ଭାଗିରଥି ସେଠୀଙ୍କୁ ବିଜେଡିକୁ ଆଣିବା ପାଇଁ ରାଜ୍ୟସଭା ସାଂସଦ ପ୍ରୟାସ ଆରମ୍ଭ କରିଦେଇଛନ୍ତି  । ଆନନ୍ଦପୁରରେ ବିଜେପିକୁ ଚେକ୍ ଦେବା ସହ ପଟ୍ଟନାୟକ ପରିବାରର ବିରୋଧୀ କୁହାଯାଉଥିବା କଂଗ୍ରେସର ଜୟଦେବ ଜେନାଙ୍କୁ ମଧ୍ୟ ଚେକ୍ ଦେବାପାଇଁ ତାଙ୍କର ପ୍ରତିଦ୍ୱନ୍ଧୀ ଭାଗିରଥୀ ସେଠୀଙ୍କୁ ମନାଇବା ପାଇଁ ପଟ୍ଟନାୟକଙ୍କ ଗୋଷ୍ଠି ପୁରା ଦମ୍ ରେ ଲାଗିପଡିଛନ୍ତି  । ଏହି କ୍ରମରେ ପଦ୍ମ ପୋଖରୀ ଛାଡି ଭାଗିରଥି ସେଠୀ ଶଙ୍ଖ ପୁଙ୍ଖିବେ ବୋଲି ଜିଲାରେ ଚର୍ଚ୍ଚାର ବିଷୟ ପାଲଟିଛି  ।

ତେବେ ସୌମ୍ୟଙ୍କ ଏହିପରି ରାଜନୀତିକୁ ସହଜରେ ଗ୍ରହଣ କରୁନାହାନ୍ତି ବିଜେଡିର ସରପଞ୍ଚ, ସମିତିସଭ୍ୟ, ଜିଲା ପରିଷଦ ଠାରୁ ଆରମ୍ଭ କରି ଜିଲାସ୍ତରର ନେତାମାନେ  ।

Subscribe

National International State Sports Entertainment