ମହୁଚାଷ ମହାଦୁର୍ନୀତିକୁ ଚାପିଦେଲେ ସରକାର ! ଦୁର୍ନୀତିରେ ଚେର ଲମ୍ବିଛି ତୃତୀୟ ମହଲାକୁ, ଚର୍ଚ୍ଚାରେ ଖଦୀବୋର୍ଡ ଅଧ୍ୟକ୍ଷ
Khabar Odisha:Honey-bee-bigScam-Odisha--Third-Floor-Link
ଭୁବନେଶ୍ୱର, ୧ ନଭେମ୍ବର (ଖବର ଓଡିଶା):

ମହୁଚାଷୀଙ୍କୁ ସରକାରୀ ଧୋକ୍କା  । ମହୁଚାଷ ମହାଘୋଟଲାରେ ହୋଇଥିବା ଦୁର୍ନୀତିରେ କାର୍ଯ୍ୟାନୁଷ୍ଠାନ ଶୂନ୍  । ଚାଷୀଙ୍କ ଆନ୍ଦୋଳନ, ଖଦୀବୋର୍ଡ ଅଫିସ ଘେରାଉ ପରି କାର୍ଯ୍ୟକ୍ରମ ପରେ ମଧ୍ୟ ସରକାର ଶୁଣିଲେନି ଚାଷୀଙ୍କ କଥା  । ସ୍ୱଚ୍ଛତାର ଡିଣ୍ଡିମ ପିଟୁଥିବା ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ରହିଲେ ଚୁପ୍  । ଏପରିକି ତୃତୀୟ ମହଲାର ଅଣଓଡିଆ ଅଫିସରଙ୍କ ଚାପରେ ଏପରି ଏକ ମହାଦୁର୍ନୀତିକୁ ଚାପି ଦିଆଯାଇଛି ବୋଲି ମହୁଚାଷୀ ମାନେ ଅଭିଯୋଗ କରିଛନ୍ତି  । ସରକାରଙ୍କ ଏହିପରି ଚାଷୀ ମାରଣ ନୀତି ପ୍ରତିବାଦରେ ଆନ୍ଦୋଳନ କରିବାକୁ ଚେତାବନୀ ମଧ୍ୟ ଦେଇଛନ୍ତି ମହୁଚାଷୀ ମାନେ  ।

ଏହି ମହାଦୁର୍ନୀତିକୁ ନେଇ ବିଜେପି ନେତା ଶିଶିର ଗମାଙ୍ଗୋ ପ୍ରଥମେ ନିଜ ଫେସବୁକରେ ଏହି କଥା ଲେଖି ଘଟଣାକୁ ପଦାକୁ ଆଣିଥିଲେ  । ଏହା ଜଣା ପଡିବା ପରେ ଜାଗ୍ରତ ଓଡିଶା ପକ୍ଷରୁ ଆନ୍ଦୋଳନ କରାଯାଇଥିବା ବେଳେ ଏବେ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଥିଲା ଇଣ୍ଡିଆ ଏଗେନେଷ୍ଟ କରପସନ  । ଏପରି ଘଟଣାରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମଧ୍ୟ ପ୍ରତିବାଦ କରାଯାଇଥିଲା  । ଏପରିକି ଖଦୀବୋର୍ଡରେ ଏକ ମହାଦୁର୍ନୀତି ହୋଇଛି  । ମନ୍ତ୍ରୀ, ଆଇଏଏସ ଅଫିସରଙ୍କ ସହ ମିଶି ଖଦୀବୋର୍ଡ ଅଧ୍ୟକ୍ଷ ଶ୍ରୀ ତେଜେଶ୍ୱର ପରିଡା ମିଶି ଏହି ସ୍କାମ୍ ରେ ଥିବା କଥା ସେ ଅଭିଯୋଗ କରିବା ସହବ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଥିଲା ସଙ୍ଗଠନ  ।  ଏନେଇ ଗଣମାଧ୍ୟମ ଠାରୁ ଆରମ୍ଭ କରି ସୋସିଆଲ ମିଡିଆ ସବୁଠି ଚର୍ଚ୍ଚାରେ ବିଷୟ ହୋଇଥିଲା  । ଏପରିକି ମହୁବାକ୍ସ କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବାର ଅଭିଯୋଗ ଆଣିଥିଲେ  । ଚାଷୀମାନେ ରାସ୍ତାକୁ ଓହ୍ଲାଇବା ସତେ ସରକାର ଏବେ ମିଳିମିଶି ଏହି ଦୁର୍ନୀତିକୁ ଚାପି ଦେଇଥିବା ମହୁଚାଷୀ ମାନେ ଅଭିଯୋଗ କରିଛନ୍ତି  । ସରକାର ତୁରନ୍ତ ଏହାର ତଦନ୍ତ ନକଲେ ବିଧାନସଭା ସମ୍ମୁଖରେ ଆନ୍ଦୋଳନ ପାଇଁ ମହୁଚାଷୀଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି  । 

Subscribe

National International State Sports Entertainment