ଚର୍ଚ୍ଚାରେ ଭୁବନେଶ୍ୱରର ପ୍ରଥମ ନାଗରିକ ମେୟର ଅନନ୍ତ ନାରାୟଣ ଜେନା ! ଗୋଲଡେନ୍ ବାବାଙ୍କ ସହ ତାଙ୍କର ଥିଲା କି ସମ୍ପର୍କ ? ଉଚ୍ଚସ୍ତରୀୟ ତଦନ୍ତ ଦାବି
Khabar Odisha:Golden-baba-BJD-Link-Ananta-Narayana-Jena
ଭୁବନେଶ୍ୱର, ୬ ଜାନୁଆରୀ (ଖବର ଓଡିଶା):

ଜ୍ୟୋତିରଞ୍ଜନ ବେଉରା ଓରଫ ଗୋଲଡେନ୍ ବାବାଙ୍କ ସହ ବିଜେଡି ଲିଙ୍କ୍ ର ଅଭିଯୋଗ ଆସିବା ପରେ ଏହାକୁ ନେଇ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି  । ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଗୋଲଡେନ୍ ବାବାଙ୍କ ସହ ବିଜେଡି ନେତାଙ୍କ ଫଟୋ ଏବେ ପଦାକୁ ଆସିବାରେ ଲାଗିଛି  । ତେବେ ଏଥିରେ ସିଧାସିଧା ଅଭିଯୋଗ ଆଣି ବିଜେଡିକୁ ଟାର୍ଗେଟ କରିଛି ଛାତ୍ର କଂଗ୍ରେସ  । ଛାତ୍ର କଂଗ୍ରେସ ନେତା ଇତିଶ ପ୍ରଧାନ ସିଧାସଳଖ ଏହି ଘଟଣାରେ ମେୟର ଅନନ୍ତ ନାରାୟଣ ଜେନାଙ୍କ ସହ ବିଧାୟକ ଦେବୀ ମିଶ୍ର, ରାଜେନ୍ଦ୍ର ସାହୁଙ୍କ ପରି ନେତାଙ୍କ ନାଁ ନେଇ ଟାର୍ଗେଟ କରିଛି  । ସେପେଟ ଗୋଲଡେନ୍ ବାବା ସହ ବିଜେଡିର ଲିଙ୍କ୍ ଗୁମର ଖୋଲିବା ପରେ ନେତାଙ୍କୁ ଛୁଇଁବାରେ ପୋଲିସ ସମର୍ଥ ହେବ ତ ଏହାକୁ ନେଇ ଏବେ ସାଧାରଣରେ ଉଠିଛି ପ୍ରଶ୍ନ  ।

ଚାଲିଥିବା ଚର୍ଚ୍ଚା ଅନୁସାରେ ଗିରଫ ହୋଇଥିବା ଗୋଲଡେନ୍ ବାବାଙ୍କ ସହ ମେୟରଙ୍କର ବେଶ ଭଲ ସମ୍ପର୍କ ରହିଥିବା କୁହାଯାଉଛି  । ବିଭିନ୍ନ ସଭାସମିତିରେ ମଧ୍ୟ ମେୟରଙ୍କ ନିକଟରେ ଥିବାର ଫଟୋ ମଧ୍ୟ ଏବେ ପଦାକୁ ଆସିଛି  । ଏସବୁ ମଧ୍ୟରେ ଭୁବନେଶ୍ୱରର ପ୍ରଥମ ନାଗରିକ ମେୟର ଅନନ୍ତ ନାରାୟଣ ଜେନା ଏବେ ଅଡୁଆରେ ପଡିଯାଇଛନ୍ତି  । ଏହି ମାମଲା ପଦାକୁ ଆସିବା ପରେ ଏହାକୁ ନେଇ ରାଜଧାନୀରେ ରାଜନୀତି ବେଶ ସରଗରମ ହୋଇପଢିଛି  । ରାଜନୈତିକ ସମୀକ୍ଷକ ମାନଙ୍କର କହିବା ଅନୁସାରେ ଏହି ମାମଲାର ସତ ଥିଲେ ଏହା ଅତ୍ୟନ୍ତ ସାଙ୍ଗାତିକ ଘଟଣା  । ତେଣୁ ଏହାର ଉଚିତ ଓ ନିରପେକ୍ଷ ତଦନ୍ତ ହେବାର ଆବଶ୍ୟକତା ରହିଛି  । ଗୋଟିଏ ପଟେ ଗୋଲଡେନ୍ ବାବାର ଗିରଫ ଓ ଅନ୍ୟପଟେ ବାବାଙ୍କ ସହ ବିଜେଡି ନେତାଙ୍କ ଲିଙ୍କ୍ ନେଇ ଛାତ୍ର କଂଗ୍ରେସର ଅଭିଯୋଗ ପରେ ଏବେ ଏହାକୁ ନେଇ ଜୋର ଧରିଛି ରାଜନୀତି  । ସେପେଟେ ଏହି ମାମଲାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରିଛି ବିଜେପି  ।

ଏଠାରେ ସୂନଚାଯୋଗ୍ୟ ଯେ, ଆତ୍ମଘୋଷିତ ଗୋଲଡେନ୍ ବାବା ଗିରଫ ପରେ ତାହା ନାଁରେ ବହୁ ସାଙ୍ଗାତିକ ଅଭିଯୋଗ ରହିଥିବା ଏବେ ଚର୍ଚ୍ଚା ହେଉଛି  ।

Subscribe

National International State Sports Entertainment