ଗୋଲଡେନ୍ ବାବାଙ୍କର ରହିଛି ବିଜେଡି ଲିଙ୍କ୍, ଶାସକ ଦଳର ମନ୍ତ୍ରୀ, ବିଧାୟକ ଛତ୍ରଛାୟା ତଳେ ସେ ଚଳାଇଥିଲା ସାମ୍ରାଜ୍ୟ !
Khabar Odisha:Golden-baba-BJD-Link
ଭୁବନେଶ୍ୱର ୩ ଜାନୁଆରୀ (ଖବର ଓଡିଶା)-

 ଯେବେ ଠାରୁ ବିଜୁ ଯୁବ ବାହିନୀ ଗଠନ ହୋଇଛି ଏବଂ ଅରୁପ ପଟ୍ଟନାୟକ ଏହାର ମୁଖ୍ୟ ହୋଇଛନ୍ତି, ସେବେଠାରୁ ସମଗ୍ର ରାଜ୍ୟରେ ଗୁଣ୍ଡାଗିରି, ଲୁଟ ଓ ହତ୍ୟା ଆଦି ବଢି ବଢି ଚାଲିଛି । ଯୁବ ବାହିନୀ ବର୍ତମାନ ରାଜ୍ୟରେ ଗୁଣ୍ଡା ଓ ଲୁଟେରା ବାହିନୀ ନାମରେ ପରିଣତ ହୋଇଗଲାଣି ବୋଲି ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଛି ।

ନିକଟରେ ପୁରୀ ଠାରେ ହୋଇଥିବା ହତ୍ୟାକାଣ୍ଡକୁ ଯଦି ଦେଖାଯାଏ, ସେ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରମେଶ ପରିଡା ହେଉଛି ପୁରୀ ୨୯ ନମ୍ବର ୱାର୍ଡର ବିଜୁ ଯୁବ ବାହିନୀ ସଭାପତି ଓ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଅତ୍ୟନ୍ତ ନିକଟତର । ଅନ୍ୟ ୯ ଜଣ ସମସ୍ତ ଅଭିଯୁକ୍ତ ପୁରୀ ବିଜୁ ଜନତା ଦଳର କର୍ମୀ ଅଟନ୍ତି । ହତ୍ୟାକାଣ୍ଡ ଘଟିବା ୧୦ ଦିନ ବିତି ଯାଇଥିଲେ ମଧ୍ୟ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଚାପରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ହାତ ବାନ୍ଧି ବସିଛି । ତେଣୁ ଛାତ୍ର କଂଗ୍ରେସ ସଭାପତି ଇତିଶ୍ ପ୍ରଧାନ ଦାବି କରିଛନ୍ତି ଯେ ଉକ୍ତ ଘଟଣାରେ ଅଭିଯୁକ୍ତ ସମସ୍ତ ୯ ଜଣଙ୍କୁ ଗିରଫ କରିବା ସହ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କୁ ଜେରା କରାଯାଉ । ଯାହା ଫଳରେ ଆହୁରି ବହୁ ତଥ୍ୟ ଲୋକଲୋଚନକୁ ଆସି ପାରିବ ।

ନିକଟରେ ଭୁବନେଶ୍ୱରରେ ଗିରଫ ହୋଇଥିବା ଠକ ଜ୍ୟୋତିରଂଜନ ବେହୁରା (ଗୋଲଡେନ୍ ବାବା)ଙ୍କୁ ମଧ୍ୟ ଯଦି ତର୍ଜମା କରାଯାଏ ତେବେ ଜଣାପଡିବ ଯେ ସେ ଜଣେ ବିଜୁ ଜନତା ଦଳର ସକ୍ରୀୟ କର୍ମୀ ଓ ଭୁବନେଶ୍ୱର ଉତର ନିର୍ବାଚନ ମଣ୍ଡଳୀର ଆଶାୟୀ ବିଧାୟକ ପ୍ରାର୍ଥୀ । ତାଙ୍କ ଦ୍ୱାରା ଆୟୋଜନ ହେଉଥିବା ବହୁ ସଭା ଓ କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ବହୁ ମନ୍ତ୍ରୀ ଓ ନେତା ଯଥା ଦେବୀ ମିଶ୍ର, ବିଭୂତି ବଳବନ୍ତ ରାୟ, ରାଜେନ୍ଦ୍ର ସାହୁ, ଅନନ୍ତ ନାରାୟଣ ଜେନା ଭଳି ବହୁ ସରକାରୀ ବିଜେଡି ଦଳର ନେତୃବୃନ୍ଦ ଆଦି ଉପସ୍ଥିତ ରହି ଗୋଲଡେନ୍ ବାବାଙ୍କୁ ପ୍ରଶଂସା କରିବା ସହ ପ୍ରୋତ୍ସାହିତ କରନ୍ତି । ତେଣୁ ରାଜ୍ୟର ତମାମ ଘଟଣାକୁ ଆଖି ଆଗରେ ରଖି ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଇତିଶ୍ ପ୍ରଧାନ ଦାବି କରିଛନ୍ତି ଯେ ବିଜୁ ଯୁବ ବାହିନୀକୁ ଦିଆଯାଉଥିବା ସମସ୍ତ ସରକାରୀ ଅନୁଦାନକୁ ୩ ଦିନ ଭିତରେ ତୁରନ୍ତ ବନ୍ଦ କରାଯାଉ । ନଚେତ୍ ଛାତ୍ର କଂଗ୍ରେସ ରାଜରାସ୍ତାରେ ଆନ୍ଦୋଳନ କରିବା ସହ ନବୀନ ନିବାସ ଘେରାଉ କରିବ ।  

Subscribe

National International State Sports Entertainment