ଚାଷୀଙ୍କ ପାଇଁ ନିଜ ପଦବୀରୁ ଇସ୍ତଫା ଦେବେ କି ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ? ଚାଷୀଙ୍କ ଅଭିଯୋଗ ସାଂସଦ ପରେ ଭୁଲିଗଲେ ଦେଇଥିବା ପ୍ରତିଶୃତି....ସରକାର ବିରୋଧରେ ତେଜୁଛି ଅସନ୍ତୋଷ
Khabar Odisha:Farmer-Problem-Odisha-Soumyaranjan-Patnaik-BJD-Odisha
ଭୁବନେଶ୍ୱର, ୭ ନଭେମ୍ବର (ଖବର ଓଡିଶା):

ଚାଷୀଙ୍କ ବଳରେ ଦିନେ ଥିଲେ ବଳିୟାନ୍ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ  । ଚାଷୀଙ୍କ ସ୍ୱାର୍ଥ କଥା କହି ସରକାରଙ୍କ ଉପରେ ବର୍ଷୁଥିଲେ  । ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତିକୁ କରୁଥିଲେ ଜୋରଦାର ପ୍ରତିବାଦ  । ହେଲେ ସାଂସଦ ହେବାପରେ ଚାଷୀଙ୍କ କଥା ଭୁଲିଗଲେ ବିଜେଡି ନେତା ତଥା ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ  । ଯାହାକୁ ନେଇ ଚାଷୀମାନଙ୍କ ପକ୍ଷକୁ କ୍ଷୋଭ ପ୍ରକାଶ ପାଇଛି  । ଏପରିକି ଯଦି ଚାଷୀମାନଙ୍କ ପାଇଁ ସାମାନ୍ୟ ଦରଦ ରହିଥିବ ତାହାହେଲେ ସେ ସାଂସଦ ପଦବୀରୁ ଇସ୍ତଫା ଦେଇ ସରକାରଙ୍କ ଉପରେ ଚାପ ପକାଇବା ଦରକାର ବୋଲି ନବନିର୍ମାଣ କୃଷକ ସଙ୍ଗଠନର ଅଧିକାଂଶ ଚାଷୀ ଖୋଲାଖୋଲି ଭାବେ ମତପ୍ରକାଶ କରିଛନ୍ତି  ।

ପ୍ରାଇସ୍ , ପେଷ୍ଟିଜ ଓ ପେନସନ ଦାବିରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଆନ୍ଦୋଳନ ଜାରି ରଖିଛି  । ରାଜ୍ୟ ସରକାର ବାରମ୍ବାର ପ୍ରତିଶୃତି ଦେଉଛନ୍ତି ହେଲେ ଦାବି ପୂରଣ କରୁନାହାନ୍ତି  । ତେବେ ଏହି ସଙ୍ଗଠନକୁ ନେଇ ବେଶ ରାଜନୀତି କରି ଦବଦବା ସୃଷ୍ଟି କରିଥିବା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜେଡି ରାଜ୍ୟସଭାକୁ ନିର୍ବାଚିତ କରିବା ପରେ ଶ୍ରୀ ପଟ୍ଟନାୟକଙ୍କର ଆଉ ଚାଷୀମାନଙ୍କ କଥା ଉପରେ ମୁହଁ ଖୋଲିବା ଦେଖିବାକୁ ମିଳୁନାହିଁ  । ଏପରିକି ନିଜେ ରାଜ୍ୟସଭାକୁ ଚାଲିଯିବା ପରେ ସେ ଚାଷୀଙ୍କ କଥାକୁ ଭୁଲିଗଲେ ବୋଲି କହିବା ସହ ବିଭିନ୍ନ ମହଲରୁ ଶ୍ରୀ ପଟ୍ଟନାୟକଙ୍କୁ ଏବେ ସମାଲୋଚନା କରାଯାଉଥିବା ଦେଖିବାକୁ ମିଳିଛି  ।

Subscribe

National International State Sports Entertainment