ସିବିଆଇକୁ କାଠଗଡାକୁ ଟାଣିଲେ ସିଭିଲ ସୋସାଇଟ ସଙ୍ଗଠନ- ବବି, ଅରୁଣ, ସଞ୍ଜୟଙ୍କ ଗିରଫ ଦାବି ଜୋର ଧରିଲା, ସିବିଆଇ ଅଫିସ ଆଗରେ ବିକ୍ଷୋଭ
Khabar Odisha:CBI-Civil-Society-Chitfund-and-Black-Rose-Issue
ଭୁବନେଶ୍ୱର, ଅକ୍ଟୋବର ୨୯(ଖବର ଓଡ଼ିଶା):

ଶତାଦ୍ଧୀର ମହାଦୁର୍ନୀତି ଚିଟଫଣ୍ଡ ଦୁର୍ନୀତି ଓ ବ୍ଲାକରୋଜ ପ୍ରସଙ୍ଗରେ ସିବିଆଇ ଯେପରି ସକ୍ରିୟ ହେବା କଥା ହେଉନାହିଁ  । ଅନ୍ୟପଟେ ସିବିଆଇକୁ ମ୍ୟାନେଜ କରିବା ପାଇଁ ବିଜେଡି କାମ କରୁଛି  । ଏପରି ଅଭିଯୋଗ ଆଣି ସିବିଆଇ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ସିଭିଲ ସୋସାଇଟ ସଙ୍ଗଠନ । ବିଜେଡିରେ ହେଭିୱେଟ ନେତା ତଥା ବିଧାୟକ ଅରୁଣ ସାହୁ, ପ୍ରଣବ ପ୍ରକାଶ ଦାସ ଓ ସଞ୍ଜୟ ଦାସବର୍ମାଙ୍କୁ ଗିରଫ କରିବାକୁ ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି  ।

ସିଭିଲ ସୋସାଇଟ ସଙ୍ଗଠନର ଅଭିଯୋଗ ଅନୁସାରେ ଚିଟଫଣ୍ଡ ତଦନ୍ତକୁ ଦିଗହରା କରିବା ପାଇଁ ବିଜେଡି ଦଳ ସିବିଆଇ ଅଧିକାରୀଙ୍କ ସହିତ ୧୦୦ କୋଟି ଟଙ୍କାର ଡିଲ୍ କରିଥିବାର ଅଭିଯୋଗ କରିଛନ୍ତି  । ସେମାନଙ୍କ କହିବା ଅନୁସାରେ ଚିଟଫଣ୍ଡରେ ସାଧାରଣ ଲୋକ ପଇଷା ଜମାକରୀ ଏବେ ଶୋଷଣର ଶିକାର ହୋଇଛନ୍ତି  । ସିବିଆଇ ତଦନ୍ତ ନାଁରେ ସମୟ ଗଡାଇ ଚାଲିଛି  । ସେହିପରି ବ୍ଲାକରୋଜ ମାମଲାରେ ତଦନ୍ତ ହେଲେ ବହୁ ଗୁମର ଖୋଲିବ  । ଏହି ଜାହଜ ମାଧ୍ୟମରେ ଲୁହାପଥର ବେଆଇନ ଭାବେ ଚୋରା ଚାଲାଣ ହେଉଥିଲା  । ଏହାର ତଦନ୍ତ ହେଲେ ଶାସକ ଦଳର ଅସଲମୁଖା ପଦାକୁ ଆସିବ  । ଏହି ଦୁଇଟି ମାମଲାରେ ବିଜେଡି ଦଳର ବିଧାୟକ, ସାଂସଦ ଓ ନେତାଙ୍କ ଅଭିଯୋଗ ନେଇ ସମ୍ପୃକ୍ତି ଆସୁଥିବାର ଅଭିଯୋଗ ଆସୁଥିବା ବେଳେ ସିବିଆଇ କଣ ପାଇଁ ନୀରବ ରହିଛି ବୋଲି ସିଭିଲ ସୋସାଇଟ ସଙ୍ଗଠନ ଗୁଡିକ ପକ୍ଷରୁ ପ୍ରଶ୍ନ ଉଠାଇବା ସହ ସିବିଆଇ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ  । ତୁରନ୍ତ ସିବିଆଇ ଏହି ମାମଲାର ତଦନ୍ତ କରିବାକୁ ସାଧାରଣର ଦାବି ହୋଇଛି  । 

Subscribe

National International State Sports Entertainment