ପଦାରେ ପଡିଲା ଚାଷୀ ଦରଦ, ଦିଲ୍ଲୀରେ ଗର୍ଜିଲେ, ପଲ୍ଲୀରେ ପିଟିଲେ ! ବିଧାୟକଙ୍କ ଛତ୍ରଛାୟା ତଳେ ସରପଞ୍ଚ ବାବୁ, ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଚାଷୀ ଅସୁରକ୍ଷିତ
Khabar Odisha:Biju-janata-dal-farmer-of-Odisha-CMO-Odisha-Naveen-Patnaik
ଗଞ୍ଜାମ, ୧୦ ଜାନୁଆରୀ (ଖବର ଓଡିଶା)-

ଚାଷୀ କଥା କହି ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ଗର୍ଜନ କରୁଛନ୍ତି  । ହେଲେ ତାଙ୍କ ନିଜ ଜିଲ୍ଲା ଗଞ୍ଜାମରେ ଚାଷୀଙ୍କୁ ପିଟୁଛନ୍ତି ବିଜେଡି ଦଳର କର୍ମୀ ଓ ନେତା  । ଏପରି ଅଭିଯୋଗ ଆସିଛି ଶାସକ ବିଜେଡି ଦଳ ବିରୋଧରେ  । ଧାନମଣ୍ଡିରେ ଧାନ ବିକିବାକୁ ଆସୁଥିବା ଜଣେ ବୃଦ୍ଧା ଚାଷୀଙ୍କୁ ମାଡ ମାରିଛନ୍ତି ଜଣେ ସରପଞ୍ଚ  । ଏପରି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲା ଖଲିକୋଟର ବାଗଲପୁର ଅଞ୍ଚଳରେ  । ଜଣେ ବୃଦ୍ଧ ଚାଷୀଙ୍କୁ ସ୍ଥାନୀୟ ସରପଞ୍ଚ ଗୋଡାଇ ଗୋଡାଇ ପିଟିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି  । ଏହି ଘଟଣା ପଦାକୁ ଆସିବା ପରେ ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି  । ତେବେ ବୃଦ୍ଧ ଜଣଙ୍କୁ ମାଡ ମାରିଥିବା ସରପଞ୍ଚ ଜଣଙ୍କ ବିଜେଡି ଦଳର ନେତା ବୋଲି ସ୍ଥାନୀୟ ଅଞ୍ଚଳରେ ଅଭିଯୋଗ ହୋଇଛି  ।

ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଚାଷୀ ସୁରକ୍ଷା କଥା କହୁଥିବା ବେଳେ ଜଣେ ଚାଷୀ ମଣ୍ଡିକୁ ଧାନ ବିକିବା ପାଇଁ ଆସୁଥିବା ବେଳେ ତାଙ୍କୁ ଯେପରି ଭାବେ ମାଡ ହୋଇଛି ଏହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି  । ଏପରିକି ବିଜେଡି ଓ ମିଲର ମାନଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ରହିଥିବା ନେଇ ଯେଉଁ ଅଭିଯୋଗ ହୋଇଥିଲା ତାହା ଆଜି ପ୍ରମାଣିତ ହୋଇଗଲା ବୋଲି କହିଛି ବିଜେପି  । ନିଜର ଇଲେକସନ ପାଣ୍ଠି ସଂଗ୍ରହ ପାଇଁ ବିଧାୟକ ମାନେ ସେମାନଙ୍କ ଗୁମାସ୍ତା ମାନଙ୍କୁ କାମରେ ଲଗାଇ ଦେଇଛନ୍ତି ତାର ଜ୍ୱଳନ୍ତ ଉଦାହରଣ ଗଞ୍ଜାମ ଘଟଣା ବୋଲି ବିଜେପି ଅଭିଯୋଗ କରିବା ସହ କାହା ବଳରେ ସରପଞ୍ଚ ଏପରି କାମ କରିଛନ୍ତି ଏହା ତଦନ୍ତ କରିବାକୁ ଦାବି ହୋଇଛି  । ତେବେ ବୃଦ୍ଧ ଜଣଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତି ଜଣଙ୍କ ସ୍ଥାନୀୟ ବିଧାୟକଙ୍କ ଅତି ଘନିଷ୍ଠ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି  ।

Subscribe

National International State Sports Entertainment