ନବୀନଙ୍କ ବିକାଶର ମନ୍ତ୍ର ଏମିତି ! ଗତ ୭ ବର୍ଷ ଶାସନରେ ଓଡିଶାରେ ଗରିବ ସଂଖ୍ୟା ୩୪ ଲକ୍ଷ ବୃଦ୍ଧି , ମୁଖ୍ୟମନ୍ତ୍ରୀଙ୍କୁ କାଠଗଡାକୁ ଟାଣିଲା ବିଜେପି
Khabar Odisha:BJP-Odisha-Target-BJP-on-Own-Food-Security-Yojna
ଭୁବନେଶ୍ୱର, ୨ ଅକ୍ଟୋବର(ଖବର ଓଡ଼ିଶା):

 ୧୯ ବର୍ଷ ଶାସନରେ ଅଛନ୍ତି ନବୀନ ସରକାର । ସେଥିମଧ୍ୟରୁ ଗତ ୭ ବର୍ଷ ମଧ୍ୟରେ ରାଜ୍ୟରେ ଗରିବ ସଂଖ୍ୟା ୩୪ ଲକ୍ଷ ବଢିଛି । ଏହା ରାଜ୍ୟ ସରକାରଙ୍କ ବିଫଳତାର ପ୍ରମାଣକୁ ସ୍ପଷ୍ଟ କରିଦେଇଛି । ଏହା କଣ ନବୀନ ପଟ୍ଟନାୟକଙ୍କର କଠିନ ପରିଶ୍ରମ ଓ ଶ୍ରେଷ୍ଠ ପ୍ରଶାସକର ଫଳ କି ବୋଲି ବିଜେପି ଉପସଭାପତି ସମୀର ମହାନ୍ତି ପ୍ରଶ୍ନ କରିଛନ୍ତି ।

ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ସ୍ୱଚ୍ଛତା ନାହିଁ ଓ ହିତାଧିକାରୀ ଚୟନ ପକ୍ରିୟା ଅନେକ ମାତ୍ରାରେ ଦଳୀୟ ଆଧାରରେ କରି ଶହଶହ କୋଟି ଟଙ୍କାର ଓଡିଆ ଟିକସ ଦାତାଙ୍କ ଝାଳବୁଆ ଅର୍ଥକୁ ନିଜ ରାଜନୈତିକ ସ୍ୱାର୍ଥ ପାଇଁ ବ୍ୟବହାର କରୁଛି ବୋଲି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ।

ଶ୍ରୀ ମହାନ୍ତି କହିଛନ୍ତି ଦେଶସାରା ଲାଗୁ ହୋଇଥିବା ମୋଦି ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ କୌଣସି ବି ରାଜ୍ୟର ଗରିବଙ୍କ ସଂଖ୍ୟା ସାମିଲ ନେଇ ଆପତି ନଥିବେ ବେଳେ ୨୦୧୧ ମସିହା ପରେ ରାଜ୍ୟରେ ୩୪ ଲକ୍ଷ ନୂଆ ଗରିବ ଲୋକ ସୃଷ୍ଟି ହୋଇଥିବା ଓ ଏମାନଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯିବା ପାଇଁ ରାଜ୍ୟ ସରକାରଙ୍କ ଯୁକ୍ତି ଏହା ୧୯ ବର୍ଷର ଲମ୍ବା ଶାସନର ବିଫଳତାର ପ୍ରମାଣ । ସରକାର ମାନେ ଗରିବ ସଂଖ୍ୟା କମ୍ କରିବା ପାଇଁ ନିର୍ବାଚିତ ହୋଇଥିବା ବେଳେ ନବୀନ ସରକାରଙ୍କ ଏହା କି ପ୍ରକାର ସଫଳତା ବୋଲି ସେ ପ୍ରଶ୍ନ କରିଛନ୍ତି ।

ଶ୍ରୀ ମହାନ୍ତି କହିଛନ୍ତି କେନ୍ଦ୍ରୀୟ ଖାଦ୍ୟ ସୁରକ୍ଷା ଯୋଜନାରେ କଟକ ମେୟରଙ୍କ ଭଳି ଅଯୋଗ୍ୟ କିନ୍ତୁ ବିଜେଡି ଧନୀ ନେତା ଓ କର୍ମୀଙ୍କୁ ଷଡଯନ୍ତ୍ର କରି ସାମିଲ କରାଯାଇଥିଲା । ଏବେ ପ୍ରଥମେ ୩୪ ଲକ୍ଷ ପରେ ୩୨ ଲକ୍ଷ ତାହାପରେ ୨୫ ଲକ୍ଷ ଓ ପରେ ୨୨ ଲକ୍ଷ ହିତାଧିକାରୀ ସାମିଲ ବିଷୟରେ ରାଜ୍ୟ ସରକାର ବିରୋଧାତ୍ମକ ତଥ୍ୟ ଦେଇଛନ୍ତି । ୨୫ ଲକ୍ଷ ହିତାଧିକାରୀ ମାସକୁ ୫ କିଲୋ ଚାଉଳ । ଚାଉଳ କିଲୋ ୩୨ ଟଙ୍କା ହିସାବରେ ବାର୍ଷିକ ୪୮୦ କୋଟିଟଙ୍କା ଖର୍ଚ ହେବ । ୪୮୦ କୋଟିର ଲାଭ ନେଉଥିବା ହିତାଧିକାରୀ କିଏ ଏହା ଜାଣିବା ଓଡିଆ ଲୋକଙ୍କ ଅଧିକାର ବୋଲି ସେ ପଚାରିବା ସହ ଏହା ଖାଦ୍ୟ ସୁରକ୍ଷା ନୁହେଁ ନବୀନଙ୍କ ସୁରକ୍ଷା ପାଇଁ ଓଡିଆ ଟିକସଦାତାଙ୍କ ଝାଳବୁହା ଅର୍ଥକୁ ରାଜନୈତିକ ସ୍ୱାର୍ଥ ପାଇଁ ଖର୍ଚ୍ଚ ହେଉଛି ବୋଲି ସେ କହିଛନ୍ତି । 

Subscribe

National International State Sports Entertainment