ବିବାଦୀୟ ବୟାନ୍ ପାଇଁ ଅଡୁଆରେ ବିଜେଡି ମୁଖପାତ୍ର ସୁଲୋଚନା ଦାସ, ଦଳରେ ହେଲେ କୋଣଠେସା
Khabar Odisha:BJD-Politics-Sulochana-das-Odisha-Politics
ଭୁବନେଶ୍ୱର, ୨୭ ଜାନୁଆରୀ (ଖବର ଓଡିଶା)-

ବିଜେଡି ରାଜନୀତିରେ ଏବେ ଘଡିକେ ଘୋଡା ଛୁଟିବାରେ ଲାଗିଛି  । କେତେବେଳେ ଦଳରେ କାହାର  କ୍ଷମତାକୁ ବଢାଇ ଦିଆଯାଉଛି ତ ଆଉ କେତେବେଳେ ପକ୍ଷଛେଦନ କରାଯାଉଛି  । ଏହି କ୍ରମରେ ବିବାଦୀୟ ବୟାନ୍ ଦେଇ ଅଡୁଆରେ ପଡିଯାଇଛନ୍ତି କଂଗ୍ରେସ ଛାଡି ବିଜେଡିରେ ଯୋଗଦେଇ ମୁଖପାତ୍ର ହୋଇଥିବା ସୁଲୋଚନା ଦାସ  । ଦଳର ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଉଥିବା ବେଳେ ସେ ଯେପରି ଭାବେ ବୟାନ ଦେଇଥିଲେ ତାହା ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାପରେ ଦଳ ତାଙ୍କ ଉପରେ ଏକପ୍ରକାର ଖପ୍ପା ହୋଇଛି  । ଏପରିକି ତାଙ୍କୁ ଦଳରେ ଗୁରୁତ୍ୱକୁ କମାଇଦେବା ସହ ଏହି ସ୍ଥାନରେ ସୁଲତା ଦେଓଙ୍କ ଦବଦବା ସୃଷ୍ଟି କରାଯାଇଥିବା କଥା ଦଳୀୟ ମହଲରେ ଚର୍ଚ୍ଚା ହେଉଛି  ।

ନିର୍ବାଚନ ଆଉ ମାତ୍ର କେତେଦିନ ବାକି ଥିବା ବେଳେ ଏଭଳି ସ୍ଥିତି ସୁଲୋଚନାଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି  । ଦଳର ଦୁଇ ମୁଖପାତ୍ର ସୁଲୋଚନା ଓ ସୁଲତା ଉଭୟ ଯାଜପୁର ଜିଲ୍ଲା ବରୀ ନିର୍ବାଚନମଣ୍ଡଳୀରୁ ବିଜେଡିର ଟିକେଟ୍ ପାଇବା ପାଇଁ ଦାବିଦାର ରହିଥିବା କୁହାଯାଉଥିବା ବେଳେ ସୁଲୋଚନାଙ୍କ ବିବାଦୀୟ ବୟାନ ଏବେ ଦଳରେ ତାଙ୍କୁ ଏକପ୍ରକାର କୋଣଠେସା କରିଦେଇଛି । ଏପରିକି ସେ କଂଗ୍ରେସରେ ଥିବା ହେତୁ ତାଙ୍କର କଂଗ୍ରେସ ଚିନ୍ତାଧାରା ମନରୁ ଯାଇନି ବୋଲି ଅଧିକାଂଶ କର୍ମୀମାନେ ପ୍ରକାଶ କରିବାରେ ଲାଗିଛନ୍ତି  । ଏପରିକି ଅଧିକାଂଶ ପ୍ରସଙ୍ଗରେ ସୁଲତାଙ୍କୁ କହିବାକୁ ସୁଯୋଗ ଦିଆଯିବା ସହ ଦଳ ଏବେ ତାଙ୍କ ଉପରେ ଭରଷା ରଖିଥିବା କର୍ମୀଙ୍କ ମହଲରେ ଆଲୋଚନା ହେଉଛି  ।

Subscribe

National International State Sports Entertainment