ବିନା ଚାଷୀରେ କର୍ମୀଙ୍କୁ ନେଇ ବିଜେଡିର ଚାଷୀ ସମାବେଶ ! ପଲ୍ଲୀରେ ଚାଷୀଙ୍କୁ ପିଟିଲେ, ଦିଲ୍ଲୀରେ ହକର କଥା କହିଲେ...ନିର୍ବାଚନୀ ବୈତରଣୀ ପାର୍ ପାଇଁ ଏବେ ଚାଷୀ ଚିନ୍ତା !
Khabar Odisha:BJD-Farmers-Protest-Delhi
ନୂଆଦିଲ୍ଲୀ/ଭୁବନେଶ୍ୱର, ୦୮ ଜାନୁଆରୀ (ଖବର ଓଡିଶା)-

୧୯ ବର୍ଷ ସରକାର  । ଦୀର୍ଘଦିନର ଶାସନ  । ଚାଷୀଙ୍କୁ ନ୍ୟାର୍ଯ୍ୟ ଅଧିକାର ଦେଇପାରିଲେ ନାହିଁ  । ଏବେ ନିର୍ବାଚନୀ ବର୍ଷରେ ଦିଲ୍ଲୀରେ ଚାଷୀ ଅଧିକାର ସମାବେଶ ନାଁରେ ଚର୍ଚ୍ଚାକୁ ଆସିଛି ବିଜୁ ଜନତା ଦଳ (ବିଜେଡି)  । ଦିଲ୍ଲୀରେ ଚାଷୀ କଥା କହି ଏକାଠି ହୋଇଛନ୍ତି ଦଳର ସମସ୍ତ ନେତା, ବିଧାୟକ ଓ କର୍ମୀ  । ବିନା ଚାଷୀରେ କର୍ମୀ ଓ ନେତାଙ୍କୁ ନେଇ ବିଜେଡି କେବଳ ପିକିନିକ୍ କରିବାକୁ ଦିଲ୍ଲୀ ଯାଇଛି ବୋଲି ଅଭିଯୋଗ କରିଛନ୍ତି ବିଭିନ୍ନ ଚାଷୀ ସଙ୍ଗଠନ  । ପଲ୍ଲୀରେ ପୋଲିସ ଲଗାଇ ଚାଷୀଙ୍କୁ ପିଟିଲେ ଏବେ ଦିଲ୍ଲୀରେ କେବଳ ରାଜନୀତି କରିବା ପାଇଁ ସମାବେଶ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଓଡିଶାର ଚାଷୀନେତା  ।

ପ୍ରାଇସ, ପେଷ୍ଟିଜ୍ ଓ ପେନସନ ଦାବିରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଚାଷୀ ମାନଙ୍କ ହକ୍ ନେଇ ରାଜଧାନୀ ଆସିଥିବା ବେଳେ ସହର ମଧ୍ୟରୁ ଚାଷୀଙ୍କୁ ପୁରାଇ ଦିଆଯାଇନଥିଲା  । ଏପରିକି ଚାଷୀଙ୍କୁ ଗିରଫ କରାଯାଇଥିଲା  । ସେହିପରି ପୁରୀ ଅଞ୍ଚଳରେ ଚାଷୀମାନେ ଆନ୍ଦୋଳନ କରୁଥିବା ବେଳେ ତାଙ୍କ ଉପରେ ପୋଲିସ ଲଗାଇ ଲାଠିମାଡ କରାଯାଇଥିବାର ନଜିର ଅଛି  । ବିଭିନ୍ନ ସମୟରେ ବିରୋଧୀ କଂଗ୍ରେସ ଓ ବିଜେପି ସଙ୍ଗଠନ ପକ୍ଷରୁ ଆନ୍ଦୋଳନ କରିବା ସମୟରେ ପୋଲିସ ଗିରଫ କରିଥିବା ନଜିର ରହିଛି  । ଚାଷୀଙ୍କୁ ସବୁବେଳେ ବିରୋଧ କରି ଆସିଛନ୍ତି ବିଜେଡି ସରକାର  । ତେହେ ୨୦୧୯ ସାଧାରଣ ନିର୍ବାଚନକୁ ଆଉ ମାତ୍ର ୩-୪ ମାସ ବାକି ଥିବା ବେଳେ ଏବେ ଦିଲ୍ଲୀରେ ବିଜେଡିର ଚାଷୀ ଆନ୍ଦୋଳନ କେବଳ ନିର୍ବାଚନୀ ଧୂଆଁବାଣ ବୋଲି କହିଛନ୍ତି ବିରୋଧୀ  ।

ଆଜି ଚାଷୀମାନଙ୍କର ଅଧିକାର କଥା କହି ରାସ୍ତାକୁ ଓହ୍ଲାଇଛନ୍ତି ବିରୋଧୀ ଓ ଶାସକ ଦଳ  । ସେଥିରେ ସାମିଲ ହୋଇଛି ନବନିର୍ମାଣ କୃଷକ ସଙ୍ଗଠନ  । ରାଜ୍ୟରେ ଧାନରେ ସର୍ବନିମ୍ନ ସହାୟକ ମୂଲ୍ୟ ୧୭୫୦ ଟଙ୍କା ମିଳୁନଥିବାର ଅଭିଯୋଗ କରି ବିଜେପି ଜବାବ ମାଗୁଛି କୃଷକ ନାଁରେ ସଚିବାଳୟ ଚାଲ୍ ଡାକରା ଦେଇଥିବା ବେଳେ ଆଜି ରାଜ୍ୟପାଳଙ୍କୁ ଭେଟିବ ପ୍ରଦେଶ କିଷାନ କଂଗ୍ରେସ  । ଅନ୍ୟପଟେ ପ୍ରାଇସ୍, ପେଷ୍ଟିଜ ଓ ପେନସନ ଦାବି ନେଇ ରାଜଭବନ ସମ୍ମୁଖରେ ନବନିର୍ମାଣ କୃଷକ ସଙ୍ଗଠନ ଧାରଣା ଦେଇଛି  । ମୋଟ ଉପରେ ଚାଷୀ କଥା ନେଇ ଏବେ ରାଜ୍ୟ ରାଜନୀତି ବେଶ ସରଗରମ ହୋଇପଡିଛି  ।

Subscribe

National International State Sports Entertainment