ବିଜେଡିର ଚାଷୀ ସମାବେଶକୁ ବିଭିନ୍ନ ମହଲରେ ସମାଲୋଚନା, ବିଜେଡିରେ ଚାଷୀ ନାହାନ୍ତି, ଲକ୍ଷଲକ୍ଷ ଟଙ୍କାରେ ଦଳୀୟ ନେତାଙ୍କ ପିକିନିକ୍ !
Khabar Odisha:BJD-Farmer-Protest-comment-by-Congress-and-Oppositionparty
ଭୁବନେଶ୍ୱର, ୦୯ ଜାନୁଆରୀ (ଖବର ଓଡିଶା)-

ବିଜେଡିର ଦିଲ୍ଲୀ ଚାଷୀ ସମାବେଶକୁ ନେଇ ବିଜେଡିକୁ ବିଭିନ୍ନ ମହଲରେ ସମାଲୋଚନା  । ଦଳରେ ନେତା ଓ ନେତ୍ରୀ ମାନେ ଯେପରି ଢଙ୍ଗରେ ଫଟୋ ଛାଡିଲେ ଏହା ପିକିନିକ୍ ଠାରୁ ବଳିଗଲା ବୋଲି ଏବେ ବିରୋଧୀ ମାନେ ଅଭିଯୋଗ କରିଛନ୍ତି  । ତେବେ ଏପରି ସ୍ଥିତିରେ ବିଜେଡି ନିଜର ନେତାମାନଙ୍କୁ ଚାଷୀ ନେତା କହୁଥିବା ବେଳେ ବିଜେଡିରେ କେହି ଚାଷୀ ନେତା କି କର୍ମୀ ନାହାନ୍ତି ବୋଲି କହି ଚର୍ଚ୍ଚାକୁ ଆସିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ  ।

ଗୋଟିଏ ପଟେ ବିଜେଡି ଚାଷୀନେତା ମାନଙ୍କ ଦଳ ବୋଲି ଦଳ ହୃଢୋକ୍ତି ମାରୁଛି  । ଏପରିକି ଚାଷୀ ନେତା ଭାବେ ନବନିର୍ମାଣ କୃଷକ ସଙ୍ଗଠନର ନେତୃତ୍ୱ ନେଉଥିବା ନିରଞ୍ଜନ ପଟ୍ଟନାୟକ ଏବେ ବିଜେଡି ଦଳରେ  । ପ୍ରାଇସ , ପେଷ୍ଟିଜ ଓ ପେନସନର ଲଢେଇ କରୁଥିବା ଚାଷୀ ନେତା ଏବେ ରାଜ୍ୟସଭାରେ ସାଂସଦ  । ସେହିପରି ଦଳର ଅନ୍ୟ ନେତାଙ୍କୁ ବିଜେଡି ଚାଷୀ ନେତା କହୁଥିବା ବେଳେ ଏହାକୁ ସହଜରେ ଗ୍ରହଣ କରିନାହାନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ  । ସେ କହିଛନ୍ତି ବିଜେଡି ଦଳରେ କେହି ଚାଷୀ ନେତା କି କର୍ମୀ ନାହାନ୍ତି  । ଦିଲ୍ଲୀ ଯାଇଥିବା ନେତାମାନେ ୫୨ ଲକ୍ଷ ଖର୍ଚ୍ଚ କରି କେବଳ ପିକିନିକ୍ କରିବାକୁ ଯାଇଥିଲେ  । 

ଗୋଟିଏ ପଟେ ଚାଷୀମାନଙ୍କ ସମର୍ଥନ ପାଇବା ପାଇଁ ବିଜେଡି ସୁପ୍ରିମୋ , ଦିଲ୍ଲୀ ଯାଇ ସମାବେଶ କରିଥିବା ବେଳେ ଏହାର ପ୍ରଭାବ ପଡିନାହିଁ  । ବରଂ ନିଜ ଦଳର ନେତାମାନେ ଦଳକୁ ଅଡୁଆରେ ପକାଇ ଦେବାସହ ସୋସିଆଲ ମିଡିଆରେ ଫଟୋ ଛାଡି ଦଳର ଗୁମରକୁ ଖୋଲିଦେଲେ ବୋଲି ଏବେ ରାଜନୈତିକ ପର୍ଯ୍ୟବେକ୍ଷକ ମାନଙ୍କ ମହଲରେ ଆଲୋଚନା ହେଉଛି  ।

Subscribe

National International State Sports Entertainment