ବିଜେଡିର ଚାଷୀ ଆନ୍ଦୋଳନ, ରାଷ୍ଟ୍ରପତିଙ୍କୁ ଭେଟିଲା ୧୨ ଜଣିଆ ପ୍ରତିନିଧି ଦଳ, ଚାଷୀନେତା ସୌମ୍ୟରଞ୍ଜନଙ୍କୁ ଅଣଦେଖା କଲେ ନବୀନ !
Khabar Odisha:BJD-Farmer-Protest-Row
ନୂଆଦିଲ୍ଲୀ, ୦୮ ଜାନୁଆରୀ (ଖବର ଓଡିଶା)-

ଚାଷୀନେତା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜେଡିରେ ଅଣଦେଖା  । ଏଭଳି ଚର୍ଚ୍ଚା ଏବେ ଦିଲୀ ଦରବାରରେ ଦେଖିବାକୁ ମିଳିଛି  । ପ୍ରାଇସ୍ , ପେଷ୍ଟିଜ୍ ଓ ପେନସନ କଥା କହି ବିଜେଡିକୁ ଅଡୁଆରେ ପକାଇ ରାଜ୍ୟସଭା ପଦବୀ ହାତେଇଥିବା ସୌମ୍ୟରଞ୍ଜନ କିନ୍ତୁ ଆଜି ନବୀନଙ୍କ ୧୨ ଜଣିଆ ଟିମ୍ ରେ ସ୍ଥାନ ପାଇନଥିଲେ  । ବିଜେଡି ତରଫରୁ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ରାଷ୍ଟ୍ରପତିଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଥିଲେ  । 

ନବୀନଙ୍କ ସହ ରହିଥିବା ନେତାମାନଙ୍କ ମଧ୍ୟରେ ଥିଲେ  ପ୍ରସନ୍ନ ଆଚାର୍ଯ୍ୟ, ପ୍ରତାପ ଜେନା, ଭର୍ତ୍ତୁହରି ମହତାବ, ତଥାଗତ ଶତପଥୀ, ରବିନ୍ଦ୍ର ଜେନା, ଏନ.ଭାସ୍କର ରାଓ, ପ୍ରମିଳା ମଲ୍ଲିକ, ଦେବୀପ୍ରସାଦ ମିଶ୍ର, ସଞ୍ଜୟ ଦାସବର୍ମା, ଅରୁଣ ସାହୁ, ସିଗ୍ଧା ପଟେଲ, ରମଣୀ ରଞ୍ଜନ ପ୍ରଧାନ  । ବିଜେଡି ତରଫରୁ ଏହି ତାଲିକା ପ୍ରକାଶ ପାଇଛି  ।

ତେବେ ନିଜକୁ ଚାଷୀ ନେତା କହି ସବୁବେଳେ ଚର୍ଚ୍ଚାରେ ରହିଥିବା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ଆଜିର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ମଧ୍ୟ ତାଙ୍କୁ ରାଷ୍ଟ୍ରପତିଙ୍କ ସାକ୍ଷାତ ପାଇଁ ଯାଇଥିବା ପ୍ରତିନିଧି ଦଳରେ ସ୍ଥାନ ନମିଳିବାକୁ ନେଇ ଏବେ ରାଜନୈତିକ ମହଲରେ ଭିନ୍ନ ଚର୍ଚ୍ଚା ଚାଲିଛି  । ଏପରିକି ସୌମ୍ୟଙ୍କୁ ଏକପ୍ରକାର ଦଳର ମୁଖିଆ ଆଜିର କାର୍ଯ୍ୟକ୍ରମରେ ଅଣଦେଖା କରିଥିବା କଥା ସାଧାରଣରେ ଚର୍ଚ୍ଚା ହେଉଛି  ।

Subscribe

National International State Sports Entertainment