ବିଜେଡିରେ ଟିକେଟ ବଂଟନ ପାଇଁ ପକ୍ରିୟା ଆରମ୍ଭ, ନୂଆ ମୁହଁ ଖୋଜିବା ପାଇଁ ପ୍ରସ୍ତୁତି, ନେତାଙ୍କୁ ଭରଷା ପ୍ରଶାସନିକ ଅଧିକାରୀଙ୍କ କ୍ଲିୟରାନ୍ସ
Khabar Odisha:2019-General-Election-BJD-Odisha
ଭୁବନେଶ୍ୱର, ୨୮ ଅକ୍ଟୋବର (ଖବର ଓଡିଶା):

ବୁଡିଗଲାଣୀ ବିଜେଡି ମୁଖିଆଙ୍କ ଭାବମୂର୍ତ୍ତି, ଧଳାକୂର୍ତାରେ ଲାଗିଲାଣୀ ଦୁର୍ନୀତି ଅଭିଯୋଗର ଛିଟା  । ବିଧାୟକ ଓ ସାଂସଦଙ୍କ ବିରୋଧରେ ମାଳମାଳ ଅଭିଯୋଗ  । ଆଗକୁ ସାଧାରଣ ନିର୍ବାଚନ  । ସେପଟେ ରାଜ୍ୟରେ ବିଜେପିର କାୟା ବିସ୍ତାର, କଂଗ୍ରସର ସଙ୍ଗଠନ ମଜଭୂତ ପାଇଁ ପ୍ରସ୍ତୁତି ଆରମ୍ଭ  । ଏପରି ସ୍ଥିତିରେ ବିଜେଡିକୁ ଘାରିଛି ଅଜଣା ଭୟ  । ଚିଟଫଣ୍ଡ, ଖଣି, ଡାଲି, ପାଣି, ଗ୍ୟାଙ୍ଗଷ୍ଟାର ଲିଙ୍କ୍ , ବ୍ଲାକରୋଜ ପରି ମାଳମାଳ ଅଭିଯୋଗ ଏବେ ବିଜେଡିର ବିଧାୟକ ଓ ସାଂସଦଙ୍କ ବିରୋଧରେ  । ଏପରି  ସ୍ଥିତିରେ ଦଳ ଏବେ ନୂଆ ମୁହଁ ଖୋଜିବାରେ ବ୍ୟସ୍ତ ନେଇ ପାୱାର କରିଡରରେ ଜୋରଦାର ଚର୍ଚ୍ଚା  । ଏପରି ସ୍ଥିତି ନିର୍ବାଚନକୁ ବେଶ କିଛିଦିନ ସମୟ ଥିବାବେଳେ ଏବେ ଦଳରେ ନେତାଙ୍କୁ ଟିକେଟ ଦେବାପାଇଁ ପ୍ରକିୟା ଆରମ୍ଭ ହୋଇାଇଛି  । ଆଉ ଏଥିରେ ଆଇଏଏସ ଓ ଆଇପିଏସ ମାନଙ୍କର ବିଶେଷ ରୋଲ ରହିଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି  ।

ଟିକେଟ ବଣ୍ଟନ ପାଇଁ ଦଳ ନୂଆ ମୁହଁ ସହ ସ୍ୱଚ୍ଛ ଭାବମୂର୍ତିକୁ ମୁଖ୍ୟ ଆୟୁଧ ରଖିଛି  । ଏବେ ଜିଲାର ସେ କି ପ୍ରକାର କାମ କରିଛନ୍ତି ତାହା ମଧ୍ୟ ଚୟନର ମାପକାଠି ହେବ  । ଏହି କ୍ରମରେ ନେତାଙ୍କ ରିପୋର୍ଟ କାର୍ଡର କ୍ଲିୟରାନ୍ସ ଜିଲାପାଳ ଓ ଏସପି ପ୍ରଦାନ କରିବେ ବୋଲି ଏବେ ଜିଲା ଜିଲାରେ ଆଲୋଚନା ହେଉଛି  । ଏହି କ୍ଲିୟରାନ୍ସ ଗୁପ୍ତ ଭାବେ ଦିଆଯିବ ବୋଲି ଜଣାପଡିଛି  । ଏଥିପାଇଁ ତୃତୀୟ ମହଲାରୁ ପ୍ରଶାସନିକ ଅଧିକାରୀ ମାନଙ୍କୁ ଜଣେ ଅଣଓଡିଆ ଅଫିସର ତାଗିଦ କରିଥିବା କଥା ଚର୍ଚ୍ଚା ହେଉଛି  ।

ପ୍ରଶାସନିକ ଅଧିକାରୀ ମାନେ ବିଜେଡିର କାର୍ଯ୍ୟକର୍ତ୍ତା ଭଳି କାମ କରୁଥିବା ନେଇ ବିରୋଧୀ କଂଗ୍ରେସ ଓ ବିଜେପି ସବୁବେଳେ ଅଭିଯୋଗ କରି ଆସିଛନ୍ତି  । ଏପରିକି ଜିଲାପାଳ ଓ ଏସପି୍ ଜିଲାରେ କାର୍ଯ୍ୟକାରୀ ସଭାପତି ଓ ଉପସଭାପତି ଭାବେ କାମ କରୁଥିବା ନେଇ ବିଭିନ୍ନ ସମୟରେ ବିରୋଧୀ ଦଳ ଗୁଡିକ ଅଭିଯୋଗ କରି ଆସିଥିବା ଦେଖିବାକୁ ମିଳିଛି  । ତେବେ ବିଜେଡି ଶିବିରରେ ଟିକେଟ ବଂଟନ ପାଇଁ ଏପରି ଚର୍ଚ୍ଚା ଓ ଆଲୋଚନା ହେବାପରେ କେତକ ପ୍ରଶାସନିକ ଅଧିକାରୀ ମାନଙ୍କ ଭୂମିକାକୁ ନେଇ ସାଧାରଣରେ ଏବେ ଉଠିଛି ପ୍ରଶ୍ନ  । 

Subscribe

National International State Sports Entertainment